ବିଜେଡି ଏସ୍‌ସି ସାମ୍ମୁଖ୍ୟର ମହାସମାବେଶ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ବର : ଚଳିତ ମାସ ୨୦ ରୁ ୨୮ ତାରିଖ ମଧ୍ୟରେ ରାଜ୍ୟର ଅନୁସୂଚିତ ଜାତି ଲୋକମାନଙ୍କୁ ନେଇ ଭୁବନେଶ୍ବରରେ ବିଜେଡି ଅନୁସୂଚିତ ଜାତି ସାମ୍ମୁଖ୍ୟ ତରଫରୁ ମହାସମାବେଶ କରାଯିବ। ଏଥି ପାଇଁ ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ଏସ୍‌ସି ସେଲ ଆବାହକ ବିଷ୍ଣୁ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମହାସମାବେଶରେ ଯୋଗଦେବାକୁ ସାମ୍ମୁଖ୍ୟର କର୍ମକର୍ତ୍ତାମାନେ ସାକ୍ଷାତ କରି ନିର୍ଦ୍ଦିଷ୍ଟ ତାରିଖ ନିର୍ଦ୍ଧାରଣ କରିବାକୁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତି ସ୍ନେହାଙ୍ଗିନୀ ଛୁରିଆ, ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ବିଧାୟିକା ପ୍ରମିଳା ମଲିକ, ବିଧାୟକ ପଦ୍ମନାଭ ବେହେରା, ଯୋଗେନ୍ଦ୍ର ବେହେରା, ମାୟାଧର ଜେନା, ପୂର୍ଣ୍ଣଚନ୍ଦ୍ର ସେଠୀ, ପ୍ରମୋଦ ମଲ୍ଲିକ, ମହେଶ ସାହୁ, ଗଣେଶ ପାତ୍ର ଓ ପ୍ରିୟାଂଶୁ ପ୍ରଧାନଙ୍କ ସମେତ ଏସ୍‌ସି ସେଲର ବହୁ କର୍ମୀ, ସାଙ୍ଗଠନିକ ଜିଲ୍ଲା ସଭାପତି ଓ ପୂର୍ବତନ ବିଧାୟକମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର