ନବୀନ ନିବାସରେ ଚୂଡାନ୍ତ ହେଲା ବିେଜଡି ରଣନୀତି : ୯ ପ୍ରସଙ୍ଗକୁ େନଇ ସଂସଦରେ ଗର୍ଜିେବ ସାଂସଦ

ସ୍ବତନ୍ତ୍ର ପାହ୍ୟା, ୩୩% ମହିଳା ସଂରକ୍ଷଣ କଥା ବି ଉଠିବ

ଭୁବନେଶ୍ବର : ମହିଳାମାନଙ୍କ ପାଇଁ ବିଧାନସଭା ଓ େଲାକସଭାରେ ଆସନ ସଂରକ୍ଷଣ ଦାବି ପ୍ରମୁଖ ପ୍ରସଙ୍ଗ େହବ। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ, ଚାଷୀ ସମସ୍ୟା ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ତିତଲି କ୍ଷୟକ୍ଷତି ପ୍ରଦାନରେ ଅବହେଳା, ମହାନଦୀ ଓ େପାଲାଭରମ୍ ନଦୀ ଜଳ ବିବାଦ ଏଭଳି ୯ଟି ପ୍ରସଙ୍ଗକୁ େନଇ ସଂସଦରେ ଗର୍ଜିବେ ବିେଜଡି ସାଂସଦ। େଲାକସଭାରେ ଉଠାଯିବ, ରାଜ୍ୟସଭାରେ ମଧ୍ୟ।

ଆସନ୍ତା ୧୧ ତାରିଖରୁ ଆରମ୍ଭ େହଉଥିବା ସଂସଦର ଶୀତକାଳୀନ ଅଧିେବଶନ ପାଇଁ ଆଜି ନବୀନ ନିବାସରେ ଅନୁଷ୍ଠିତ ବିେଜଡି ସଂସଦୀୟ ଦଳ ବୈଠକରେ ଏଭଳି ରଣନୀତି ପ୍ରସ୍ତୁତ େହାଇଛି। ମୁଖ୍ୟମନ୍ତ୍ରୀ ତଥା ବିେଜଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ରାଜ୍ୟ ସ୍ବାର୍ଥ ସମ୍ବଳିତ ଏସବୁ ପ୍ରସଙ୍ଗ ଉଠାଇବା ଲାଗି ସାଂସଦମାନଙ୍କୁ ପରାମର୍ଶ ଦେଇଥିଲେ।

ବୈଠକର ନିଷ୍ପତ୍ତି ଶୁଣାଇ ସାଂସଦ ପ୍ରତାପ େଦବ ଗଣମାଧ୍ୟମକୁ କହିଥିଲେ, ମହିଳାମାନଙ୍କ ସଶକ୍ତୀକରଣ ପାଇଁ ଏକଦା ବିଜୁ ବାବୁ ପଞ୍ଚାୟତ ନିର୍ବାଚନ ଓ ସରକାରୀ ଚାକିରିରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଂରକ୍ଷଣକୁ ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତ କରିସାରିଛନ୍ତି। ଏବେ କିନ୍ତୁ ସମୟ ଆସିଛି ବିଧାନସଭା ଓ େଲାକସଭାରେ ୩୩% ସଂରକ୍ଷଣ କରାଯିବା ଦରକାର। ଏ େନଇ କିଛି ଦିନ ତଳେ ରାଜ୍ୟ ବିଧାନସଭାରେ ସର୍ବ ସମ୍ମତି କ୍ରମେ ସଂକଳ୍ପ ପାରିତ େହାଇଛି। ଏହି ବିଲ୍ ରାଜ୍ୟସଭାରେ ମଧ୍ୟ ପାରିତ େହାଇଛି। ଇତିମଧ୍ୟରେ ୨୨ଟି ପ୍ରମୁଖ ଦଳର ମୁଖିଆଙ୍କୁ େଭଟିବା ଲାଗି ବିେଜଡି ଟିମ୍ ଚୟନ କରିଛି। ମୁଖ୍ୟମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି କରିଛନ୍ତି। ଏହି ପ୍ରସଙ୍ଗକୁ ସାଂସଦମାେନ ଉଭୟ ସଦନରେ ଉଠାଇବେ।

େସହିଭଳି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଲାଗି ବିେଜଡି ଦୀର୍ଘ ଦିନ ଧରି ଦାବି କରୁଛି। ବିେଜପି ମଧ୍ୟ ୨୦୦୦ ମସିହାରୁ ବିେଜଡି ସହିତ ସ୍ବର ମିଳାଇଛି। ନୀତି ଆୟୋଗକୁ ଆଳ କରି କେନ୍ଦ୍ର ସରକାର ଏବେ ଏ ଦାୟିତ୍ବରୁ ଓହ୍ଲାଇ ଯାଉଛନ୍ତି। ଦାବି ରହିବ, ସବୁ େକ୍ଷତ୍ରରେ ନିୟମ ବଦଳୁଛି, ତେବେ ଓଡ଼ିଶାର ସ୍ବାର୍ଥ ପ୍ରସଙ୍ଗରେ କାହିଁକି ନୁେହଁ? ଅନ୍ୟ କିଛି ରାଜ୍ୟ ମଧ୍ୟ ଏ ପ୍ରସଙ୍ଗ ଉଠାଉଛନ୍ତି। ଏଣୁ େସମାନଙ୍କ ସହିତ ମଧ୍ୟ ବିେଜଡି ଏ େକ୍ଷତ୍ରରେ ଆେଲାଚନା କରିବ।

ସ୍ବାମୀନାଥନ୍ କମିଟି ରିେପାର୍ଟ ଲାଗୁ କରିବା ପାଇଁ ୨୦୧୪ରେ ବିେଜପିର ନିର୍ବାଚନ ପ୍ରତିଶ୍ରୁତି ଥିଲା। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନ ଖର୍ଚର େଦଢ ଗୁଣା କରିବେ େବାଲି ବି କହିଥିଲେ। ମାତ୍ର କ୍ବିଣ୍ଟାଲ ପିଛା ୨୦୦ ଟଙ୍କା କରି େକନ୍ଦ୍ର ସରକାର ଅଧାରେ ରହିଗଲେ। ତିତଲି ବାତ୍ୟା ପରେ େକନ୍ଦ୍ର ଅନ୍ୟ ରାଜ୍ୟକୁ ଆର୍ଥିକ ସହାୟତା ଦେଲେ। ଓଡ଼ିଶାକୁ ମିଳିଲାନି। େକନ୍ଦ୍ରୀୟ ପ୍ରତିନିଧି କ୍ଷୟକ୍ଷତି ଆକଳନ କଲେ, ଓଡ଼ିଶା ସରକାରଙ୍କୁ ପ୍ରଶଂସା କଲେ। ଏ େକ୍ଷତ୍ରରେ ରାଜ୍ୟ ସ୍ବାର୍ଥକୁ େଯଭଳି ଅଣଦେଖା କରାଯାଇଛି, ତାହା ମଧ୍ୟ ସାଂସଦମାେନ ଉଠାଇବେ।
ଶ୍ରୀ େଦବ କହିଥିଲେ, େକନ୍ଦ୍ର ସରକାର ଅନୁସୂଚିତ ଜାତି ଓ ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ଟଙ୍କା କାଟିଦେଇଥିବା ସଂପର୍କରେ ଆେଲାଚନା େହାଇଛି। ପୂର୍ବରୁ ଓଡ଼ିଶା ୨୨୦ େକାଟି ପାଉଥିଲା। େକନ୍ଦ୍ର ଏହାକୁ ୩୦ରୁ ୪୦ େକାଟି ମଧ୍ୟରେ ସୀମିତ ରଖିଛନ୍ତି। ଧାର୍ଯ୍ୟ ସମୟରେ ନିଜ ଅଂଶଧନ ବି େଦଉନାହାନ୍ତି। ଏହା ଏକ ବଡ଼ ପ୍ରତାରଣା। େସହିଭଳି ବକ୍ସି ଜଗବନ୍ଧୁଙ୍କ ନାମରେ ଟ୍ରେନ ଚଳାଚଳ ପାଇଁ ଦାବି େହାଇଥିଲା। ଏଯାଏ େକନ୍ଦ୍ର ନିଷ୍ପତ୍ତି େନଉନାହିଁ। ବକ୍ସିଙ୍କ ସ୍ବାଧୀନତା ସଂଗ୍ରାମ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ େବାଲି େକନ୍ଦ୍ର ମାନିଲା, କିନ୍ତୁ ଏ ମାନ୍ୟତା ବି ମିଳୁନାହିଁ। ଉଭୟ ସଦନ ସାମ୍ନାରେ ବିେଜଡି ସାଂସଦ ଏକଥା ଉଠାଇବେ।

ଏହାବ୍ୟତୀତ େକନ୍ଦୁପତ୍ର ତୋଳାଳିଙ୍କ ଉପରେ ଲାଗୁ ୧୮ ପ୍ରତିଶତ ଜିଏସଟିକୁ ୫ ପ୍ରତିଶତ କମାଇବା େକ୍ଷତ୍ରରେ େକନ୍ଦ୍ର ଟାଳଟୁଳ ନୀତି କରୁଛି। େରଳବାଇ େକ୍ଷତ୍ରରେ ଓଡ଼ିଶାକୁ ଅଧିକ ପଇସା ଦିଆଯାଉଛି, କିନ୍ତୁ କାମର ଗତି କଚ୍ଛପ। ଏବଂ ମହାନଦୀ ଟ୍ରିବ୍ୟୁନାଲର ମନ୍ଥର ଗତି, େପାଲାଭରମ୍ େକ୍ଷତ୍ରରେ େକନ୍ଦ୍ରର ଆଭିମୁଖ୍ୟ ଉପରେ ବିେଜଡି ସଂସଦରେ ପ୍ରଶ୍ନ ଉଠାଇବ।

ସମ୍ବନ୍ଧିତ ଖବର