ସେପ୍ଟେମ୍ବର ୨ରୁ ସଭ୍ୟ ସଂଗ୍ରହ ନେଇ ଖସଡ଼ା ପ୍ରସ୍ତୁତ

ବିଜେଡିର ସଭ୍ୟ ସଂଗ୍ରହ ନେଇ ନବୀନ ନିବାସରେ ପ୍ରସ୍ତୁତି ବୈଠକ

ଭୁବନେଶ୍ବର : ଆସନ୍ତା ସେପ୍ଟେମ୍ବର ୨ ତାରିଖରୁ ବିଜେଡି ରାଜ୍ୟବ୍ୟାପୀ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରିବ। ଆଜି ନବୀନ ନିବାସରେ ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ରାଜ୍ୟ ସ୍ତରୀୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସଦସ୍ୟ ସଂଗ୍ରହ ପାଇଁ କମିଟି ବୈଠକରେ ଏକ ଖସଡ଼ା ପ୍ରସ୍ତୁତ କରାଯାଇଛି।

ବୈଠକ ସମ୍ପର୍କରେ ସୂଚନା ଦେଇ କମିଟି ଆବାହକ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଦଳରେ ବର୍ତ୍ତମାନ ୪୭ ଲକ୍ଷରୁ ୫୦ ଲକ୍ଷ ସଦସ୍ୟ ଅଛନ୍ତି। ସେପ୍ଟେମ୍ବର ୨ ତାରିଖରୁ ଆରମ୍ଭ ହେବାକୁ ଥିବା ସଦସ୍ୟ ସଂଗ୍ରହ ଅଭିଯାନ ପାଇଁ ଏକ ଖସଡ଼ା ପ୍ରସ୍ତୁତ କରାଯାଇଛି। ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ପରେ ଏହାକୁ ଅନୁମୋଦନ କରିବେ। ଆସନ୍ତାକାଲି ପୁଣି ଥରେ ନବୀନ ନିବାସରେ ବୈଠକ ଅନୁଷ୍ଠିତ ହେବ। ପ୍ରସ୍ତୁତି ବୈଠକରେ ରାଜ୍ୟସ୍ତରୀୟ କମିଟିର ଅନ୍ୟ ସଦସ୍ୟମାନଙ୍କ ଭିତରେ ଦଳର ଉପସଭାପତି ତଥା ସାଂସଦ ପ୍ରସନ୍ନ କୁମାର ଆଚାର୍ଯ୍ୟ, ବିଧାୟିକା ପ୍ରମିଳା ମଲ୍ଲିକ, ପୂର୍ବତନ ବିଧାୟକ ସଞ୍ଜୟ କୁମାର ଦାସବର୍ମା, ବିଧାୟକ ପ୍ରତାପ କେଶରୀ ଦେବ, ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଓ ବିଧାୟକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର