ପିପିଲି ନିର୍ବାଚନୀ ହିଂସାକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ପିପିଲି ନିର୍ବାଚନୀ ହିଂସାକୁ ନେଇ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡିର ୫ ଜଣିଆ ଟିମ୍ ଫେରାଦ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ବିଜେଡି ସାଂସଦ  ସସ୍ମିତ ପାତ୍ର କହିଛନ୍ତି, ବିଜେପି ରକ୍ତମୁଖା ହୋଇଛି।

ଗତକାଲି ବିଜେପି କର୍ମୀମାନେ ବିଜେଡି କର୍ମୀଙ୍କୁ ଆକ୍ରମଣ କରିଛନ୍ତି ବୋଲି ଦଳ ପକ୍ଷରୁ ଅଭିଯୋଗ ହୋଇଛି। ଏଥିରେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଦୁଇ ଜଣଙ୍କ ମଧ୍ୟରୁ ଜଣେ ଡେଲାଙ୍ଗ ଡାକ୍ତରଖାନାରେ ଓ ଜଣେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଜଣେ ମହିଳା କର୍ମୀଙ୍କୁ ଆକ୍ରମଣ କରାଯାଇଛି  ଓ ଲୁଗା ପଟା ଟଣାଓଟରା କରାଯାଇଛି। ତାଙ୍କୁ ଅସଦାଚରଣ ମଧ୍ୟ କରାଯାଇଛି। ମନ୍ତ୍ରୀ ସୁଶାନ୍ତ ସିଂହ ଓ ତାଙ୍କ ଗାଡ଼ିକୁ ଆକ୍ରମଣ କରାଯାଇଛି। ଉତ୍ତର ପ୍ରଦେଶ ଓ ବିହାର ଭଳି ବିଜେପି ହିଂସାର ଆଚରଣ କରୁଛି। ବିଜେପି ନିର୍ବାଚନ ହାରିବା ଭୟରେ ଏମିତି କରୁଛି ବୋଲି ସେ କହିଛନ୍ତି।

ବିଜେଡିର ୫ ଜଣିଆ ଟିମରେ ସୁଲତା ଦେଓ, ଶ୍ରୀମୟୀ ମିଶ୍ର, ସାଂସଦ ସୁଜିତ କୁମାର, ଲେନିନ ମହାନ୍ତି ଓ ସସ୍ମିତ ପାତ୍ର ଥିଲେ।

ସମ୍ବନ୍ଧିତ ଖବର