ବିଜେଡିର ମିଶ୍ରଣ ପର୍ବ

ବିଜେଡିରେ ଯୋଗଦେଲେ କଟକ ସଦର, ଟାଙ୍ଗୀ-ଚୌଦ୍ବାରର କଂଗ୍ରେସ ଓ ବିଜେପି ନେତା, ବିଜେପି ନେତା ଗତିକୃଷ୍ଣଙ୍କ ସମେତ ଶେରଗଡ଼ ଓ ହିଞ୍ଜିଳିର ବିଜେପି ଓ କଂଗ୍ରେସ ନେତା ବି ସାମିଲ

ଭୁବନେଶ୍ବର : ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପାରାଦୀପର ବିଜେପି ନେତା ଗତିକୃଷ୍ଣ ଶତପଥୀ। ସେହିପରି କଟକ ସଦର, ଟାଙ୍ଗୀ-ଚୌଦ୍ବାରର ଶତାଧିକ କଂଗ୍ରେସ ଓ ବିଜେପି ନେତା ବି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଶେରଗଡ଼ ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ କମିଟିର ସଭ୍ୟ ଅନୀଲ ମହାପାତ୍ର ଓ ହିଞ୍ଜିଳି କଂଗ୍ରେସ କାଉନସିଲର ଭିକା ବେହେରା ସେମାନଙ୍କ ଶତାଧିକ ସମର୍ଥକଙ୍କ ସହ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଶୁକ୍ରବାର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପାରାଦୀପର ବିଜେପି ନେତା ଗତିକୃଷ୍ଣ ଶତପଥୀଙ୍କ ସମେତ ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଥିବାବେଳେ ହିଞ୍ଜିଳି କଂଗ୍ରେସ ଓ ଶେରଗଡ଼ ବିଜେପିର ନେତା ଓ ଶତାଧିକ କର୍ମୀ ବିଜେଡିରେ ଯୋଗଦେଇଛନ୍ତି। ସେହିପରି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କଟକ ସଦର କଂଗ୍ରେସର ପୂର୍ବତନ ଉପସଭାପତି ଦୁର୍ଯ୍ୟୋଧନ ସାହୁ, କଂଗ୍ରେସ ସେବାଦଳ ରାଜ୍ୟ ସଭାପତି ତଥା ପିସିସି ସଦସ୍ୟ ଶିବେନ୍ଦ୍ର ହାତି, ବରିଷ୍ଠ ବିଜେପି ନେତା ମାଗୁଣି ଚରଣ ମହାନ୍ତି, ଚୌଦ୍ବାର ମଣ୍ଡଳ ସମ୍ପାଦିକା ନିର୍ମଳା ବେହୁରା, ମହିଳା ମୋର୍ଚ୍ଚା ଉପ-ସଭାନେତ୍ରୀ ବାସନ୍ତୀ ପଲେଇ, ଟାଙ୍ଗୀ-ଚୌଦ୍ବାର ପୂର୍ବତନ ଉପାଧ୍ୟକ୍ଷ ପ୍ରମୋଦ କୁମାର ପଣ୍ଡା ନିଜର ଶହଶହ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି। ଏହାସହ ଶିଖରପୁର ପୂଜା କମିଟିର କୋଷାଧ୍ୟକ୍ଷ ବସନ୍ତ ମହାନ୍ତି, ହାଲର ପୂର୍ବତନ ଅଧିକାରୀ ବସନ୍ତ ସ୍ବାଇଁ, ଶିଖରପୁର ବରିଷ୍ଠ ମୁରବୀ ବଳରାମ ସ୍ବାଇଁ, ମହିଳା ସ୍ବେଚ୍ଛାସେବୀ ସଂଘର ସଭାପତି ଶାନ୍ତିଲତା ସିଂହ, ନାରୀ ନେତ୍ରୀ ରୀନା ସ୍ବାଇଁ, ସଂଯୁକ୍ତା ଦଳାଇ, ବୀଣାପାଣି ବେଉରା, ରାଜକିଶୋର ଗିରି, ଆଲୋକ ଶୁକ୍ଲା, ଭାରତ ଭୂଷଣ ମହାନ୍ତି ପ୍ରମୁଖ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ।

ଏହି ମିଶ୍ରଣ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା, କଟକ ଜିଲ୍ଲା ସଭାପତି ତଥା ବିଧାୟକ ଦେବାଶିଷ ସାମନ୍ତରାୟ, ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ, ରାଜ୍ୟ ସମ୍ପାଦକ ବିଜୟ ନାୟକ, ଚୌଦ୍ବାର-କଟକ ବିଧାୟକ ପ୍ରାର୍ଥୀ ସୌଭିକ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର