ନବୀନ ନିବାସରେ ମିଶ୍ରଣ ପର୍ବ : ପାଟଣାଗଡ଼ ଓ ଚିତ୍ରକୋଣ୍ଡାର ଶତାଧିକ ବିଜେପି, କଂଗ୍ରେସ ଓ ଆପ୍ କର୍ମୀ ବିଜେଡିରେ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନେତୃତ୍ବ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି, କଂଗ୍ରେସ ଓ ଆପ୍ କାର୍ଯ୍ୟକର୍ତ୍ତା ବିଜେଡିରେ ସାମିଲ ହୋଇଛନ୍ତି। ନବୀନ ନିବାସରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଚିତ୍ରକୋଣ୍ଡାର ବିଜେପି ମଣ୍ଡଳ ସଭାପତିଙ୍କ ସମେତ ୧୫ରୁ ଉର୍ଦ୍ଧ୍ବ କର୍ମୀ ବିଜେଡିରେ ଯୋଗଦେଇଛନ୍ତି।

ରବିବାର ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟଣାଗଡ଼ ଏନଏସିର ପୂର୍ବତନ ଅଧ୍ୟକ୍ଷ ତଥା ୨୦୧୪ରେ ଆପ୍ ବିଧାୟକ ପ୍ରାର୍ଥୀ ସୁନୀଲ ଗୋଏଲ, ବିଜେପି ସମର୍ଥିତ ପୂର୍ବତନ ଉପାଧ୍ୟକ୍ଷ ଶାରଦା ଗୋଏଲ, ଶାନ୍ତି ମେହେର, ପୂର୍ବତନ କାଉନସିଲର ସନ୍ୟାସୀ ବାଗ, ଗୁନମଣୀ ମେହେର, ଖେଡ଼ୁ ମାଝୀ, ବଲାଙ୍ଗୀର ଜିଲ୍ଲା ଯୁବ ମୋର୍ଚ୍ଚା ଉପ-ସଭାପତି ଲକ୍ଷ୍ଣଣ ପୁଟେଲ, ବିଏସପି କର୍ମୀ ସଦାନନ୍ଦ ମହାନନ୍ଦ, ଏସଟି ନେତା ଭୋଜରାଜ ବରିହା, ଧର୍ମା ବରିହା, ଆରଏସଏସ ନେତା ପ୍ରମୋଦ ମହେର, ପ୍ରେମ ମେହେର, ତୈଳିକ ସମାଜ ସଂଗଠନ ନେତା ନଟବର ସ, ଯୁବ କଂଗ୍ରେସର ଗାନ୍ଧୀ ସାହୁ, କଂଗ୍ରେସର ପୂର୍ବତନ କଣ୍ଟାବାଞ୍ଜି ନଗର ସଭାପତି ସୁରଦିତ ସିଂହ, ଆମ ଆଦମୀ ପାର୍ଟି ଯୁବ ସାମ୍ମୁଖ୍ୟର ରାଜ୍ୟ ଉପ-ସଭାପତି ସନ୍ଦୀପ ରଥ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଦଳରେ ଯୋଗ ଦେଇଥିଲେ।

ସେହିପରି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାନ୍ଦ୍ରିପାଣି ବିଜେପି ମଣ୍ଡଳ ସଭାପତି ରାମଚନ୍ଦ୍ର କୋପିଙ୍କ ସମେତ ୧୫ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ନବୀନ ନିବାସରେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଥିଲେ। ପାଟଣାଗଡ଼ ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଏତେ ସଂଖ୍ୟକ କର୍ମୀଙ୍କ ବିଜେଡିରେ ଯୋଗଦାନ ସେସବୁ ଅଞ୍ଚଳରେ ଦଳର ସ୍ଥିତିକୁ ଆହୁରି ମଜବୁତ କରିବ ବୋଲି ଖୁସୀ ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ସଂଯୋଜକ ପ୍ରକାଶ ମହାନ୍ତି, ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ସହ ସଂଯୋଜକ ସୁଶାନ୍ତ ସିଂହଙ୍କ ସମେତ ବହୁ ଦଳୀୟ ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର