କୋରାପୁଟ : କୋରାପୁଟର ସେମିଳିଗୁଡ଼ାଠାରେ ଆୟୋଜିତ ମିଶ୍ରଣପର୍ବରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ପ୍ରୀତମ ପାଢୀ ଓ ସୀମାଂଚଳ ବେହେରା ଆଜି ବିଜେଡିରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ମଧ୍ୟ ବିଜେଡିରେ ସାମିଲ୍ ହୋଇଛନ୍ତି। ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ମିଶ୍ରଣ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ସ୍ବାଗତ୍ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରୀତମ୍ କୋରାପୁଟ ଜିଲାର ଜଣେ ବରିଷ୍ଠ ଆଦିବାସୀ ନେତା। ସେ ମଧ୍ୟ ରାଜ୍ୟ କଂଗ୍ରେସ ଆଦିବାସୀ ସେଲ୍ ସାଧାରଣ ସମ୍ପାଦକ ଥିଲେ। ସେହିଭଳି, ସୀମାଞ୍ଚଳ ହେଉଛନ୍ତି ନନ୍ଦପୁର ବ୍ଲକ କଂଗ୍ରେସ କମିଟିର ପୂର୍ବତନ ସଭାପତି। ଉଭୟ ନେତା କିଛିଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିବାବେଳେ ଆଜି ବିଧିବଦ୍ଧ ବିଜେଡିରେ ଯୋଗ ଦେଇଛନ୍ତି। ଏହି ଦୁଇନେତା ଏବଂ ଦଳରେ ସାମିଲ୍ ହୋଇଥିବା ଅନ୍ୟମାନଙ୍କୁ ସାଂସଦ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଜଣାଇବା ସହିତ କହିଥିଲେ ଯେ, ଆଜିର ମିଶ୍ରଣ ସମାବେଶ ପରେ ପଟାଙ୍ଗି ଅଂଚଳରେ ବିଜେଡି ଅଧିକ ଶକ୍ତିଶାଳୀ ହେବ। ଏଥିସହିତ, ଦଳ ଉପରେ ବିଶ୍ବାସ ଓ ନବୀନଙ୍କ ଉପରେ ଭରସା ରଖି କାମ କରିବାକୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।
କ୍ରୀଡା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଅତିଥି ଭାବେ ଯୋଗଦେଇ ବିଜେଡି ସରକାର ଉପାନ୍ତ ଅଂଚଳର ବିକାଶକୁ ଅଧିକ ଗୁରୁତ୍ବ ଦେଉଛନ୍ତି ବୋଲି କହିଥିଲେ।
ଏହି ମିଶ୍ରଣ ସମାବେଶରେ ପଟ୍ଟାଙ୍ଗି ବିଧାୟକ ପ୍ରଫୁଲ କୁମାର ପାଙ୍ଗି, ପୂର୍ବତନ ବିଧାୟକ ରଘୁରାମ ପଡାଲ, ଜିଲା ଉପ-ସଭାପତି ତ୍ରିପୁରାରୀ ଗରଡା, କ୍ରିଟ ଅଧ୍ୟକ୍ଷ ଅଶୋକ କୁମାର ପାଙ୍ଗି, ଯୁବ ବିଜେଡି ଜିଲା ସଭାପତି ଅମିତ୍ ଅଗ୍ରୱାଲ, ସୁନାବେଡା ପୌରାଧ୍ୟକ୍ଷା ଶୁଭଶ୍ରୀ ମଲ୍ଲିକ, ବିଜେଡି ନେତା ଭରତ ମଲ୍ଲିକ, ପୂର୍ବ ଖିଲ, ବିଜୟ ପଣ୍ଡା, ନିର୍ମଳ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଦଳରେ ଯୋଗ ଦେଇଥିବା ସଦସ୍ୟ ମାନଙ୍କୁ ସ୍ବାଗତ କରିଥିଲେ।