ଭୁବେନଶ୍ବର : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନାଁରେ ବୁଧବାର ଦିନ ବିଜେଡିର ମହିଳା ବିଧାୟିକାମାନେ ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ ମହିଳା ବିଧାୟିକାମାନେ ଜୟନାରାୟଣ ମିଶ୍ରଙ୍କ ନିକଟରେ ଅସୁରକ୍ଷିତ। ସେ ଜଣେ ଅପରାଧୀ। ତାଙ୍କ ମାନସିକ ସ୍ଥିତି ଭଲ ନାହିଁ। ତେଣୁ ତାଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଯାଉ। ସେହିପରି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ଜୟନାରାୟଣଙ୍କ ନିକଟରେ ମହିଳା ବିଧାୟକମାନେ ସୁରକ୍ଷିତ ନୁହନ୍ତି। ସେ ହଠାତ୍ ଉତ୍ତେଜିତ ହୋଇଯାଉଛନ୍ତି। ସେ ତାଙ୍କର ଚିକିତ୍ସା କରନ୍ତୁ।
ବିଜେଡିରେ ଅନେକ ବଳାତ୍କାରୀ, ହତ୍ୟାକାରୀ ବିଧାୟକ ଅଛନ୍ତି: କୁସୁମ ଟେଟେ
ପ୍ରମିଳାଙ୍କ ବିରୋଧରେ ମାନହାନି ମକଦ୍ଦମା କରିବେ ଜୟ ନାରାୟଣ
ଅନ୍ୟପକ୍ଷରେ ବିଜେପି ବିଧାୟିକା କୁସୁମ ଟେଟେ କହିଛନ୍ତି ଯେ ବିଜେଡି ଦଳରେ ଅନେକ ବଳାତ୍କାରୀ, ହତ୍ୟାକାରୀ ବିଧାୟକ ଅଛନ୍ତି। ସେମାନଙ୍କୁ ତାଙ୍କ ପାଖରେ ଡର ଲାଗୁନି। ଜୟନାରାୟଣଙ୍କର ପୁଲିସ୍ ସହ କେସ୍ ଚାଲିଛି। ବିଜେଡିର ମହିଳା ବିଧାୟକ କାହିଁକି ନିଜକୁ ଅସୁରକ୍ଷିତ ଭାବୁଛନ୍ତି। ଆମେ ତ ଅସୁରକ୍ଷିତ ଭାବୁନୁ। ଜୟ ନାରାୟଣ ମିଶ୍ର ଅଛନ୍ତି ବୋଲି ନିଜକୁ ସୁରକ୍ଷିତ ଭାବୁଛି। ତିର୍ତ୍ତୋଲ ବିଧାୟକଙ୍କୁ ଆମକୁ ଡର ଲାଗିଲାଣି। ତାଙ୍କର ମାଳମାଳ ବିଧାୟକ ଆଇନ ଉଲ୍ଲଂଘନରେ ସାମିଲ ଅଛନ୍ତି। ତାଙ୍କୁ ଡର ଲାଗୁନି। ଏଠି ଯେଉଁ ମନ୍ତବ୍ୟ ଦେଉଛନ୍ତି ବୁଝି ବିଚାରି ମନ୍ତବ୍ୟ ଦେଲେ ଭଲ ହୁଅନ୍ତା। କାହାକୁ କିଏ ପାଗଳ କହିଦେଲେ ହେବ ନାହିଁ। ଲୋକଙ୍କ ସମସ୍ୟା ଉଠାଇଲେ ପାଗଳ, ହତ୍ୟାକାରୀ କହୁଛନ୍ତି। ଶାସକ ବିଜେଡି ପାଖରେ ପ୍ରସଙ୍ଗ ନଥିବାରୁ ଏଭଳି କହୁଛନ୍ତି। ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁରେ ପୁରୁଷଙ୍କୁ ଅପହରଣ ଅଭିଯୋଗ ରହିଛି।
ଅପରପକ୍ଷେ ଗତକାଲି ରାଜସ୍ବ ମନ୍ତ୍ରୀ ବିରୋଧୀ ଦଳ ନେତା ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଦେଇଥିବା ବୟାନ ଉପରେ ଜୟନାରାୟଣ କହିଛନ୍ତି ଯେ ରାଜ୍ୟର ଜଣେ ମନ୍ତ୍ରୀଙ୍କ ବିବୃତିକୁ ରାଜ୍ୟ ସରକାରଙ୍କ ବିବୃତି ବୋଲି ଧରାଯିବ। କାରଣ ସେ ହେଉଛନ୍ତି ସରକାରଙ୍କ ପ୍ରତିନିଧି। ତେଣୁ ଏହି ଘଟଣାକୁ ନେଇ ମୁଁ ପ୍ରମିଳା ମଲ୍ଲିକଙ୍କ ନାଁରେ ମାନହାନି ମକଦ୍ଦମା କରିବି।