ବିଜେପୁରରୁ ବିଜାତଳା…ପ୍ରଚାର ଶେଷ, ପ୍ରଭାବକୁ ଅପେକ୍ଷା

ବିଜେଡି ବିଧାୟକ ଓ ସାଂସଦଙ୍କ ଗହଳି, ଅନୁଭବଙ୍କ କ୍ରେଜ୍‌

ରାଇରଙ୍ଗପୁର/ବିଜାତଳା ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ୍‌ ୩୨ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ଉପ-ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି। ତେବେ ପ୍ରାର୍ଥୀପତ୍ର ଦାଖଲ ପରେ ବିଭିନ୍ନ ଦଳ ପକ୍ଷରୁ ଚାଲିଥିବା ପ୍ରଚାରକୁ ଦେଖିବା ପରେ ଭୋଟରଙ୍କ ମନରେ ବିଜେପୁର ଉପ-ନିର୍ବାଚନର ଚିତ୍ର ଆଙ୍କି ହୋଇଯାଇଛି। ବିଜେପୁରରେ ସବୁ ଦଳ ପ୍ରଚାର ପାଇଁ ଷ୍ଟାର ପ୍ରଚାରକଙ୍କ ସାହାରା ନେଇଥିବା ବେଳେ ବିଜାତଳାରେ ବି ସମାନ ଟ୍ରେଣ୍ଡ ଦେଖିବାକୁ ମିଳିଛି। ଆସନ୍ତା ୬ ତାରିଖ ଦିନ ବିଜାତଳା ୩୨ ନମ୍ବର ଜିଲ୍ଲା ପରିଷଦ ଆସନ ପାଇଁ ହେବାକୁ ଥିବା ନିର୍ବାଚନରେ ଭୋଟ ହାତେଇବା ପାଇଁ ସବୁ ଦଳ ଷ୍ଟାର ପ୍ରଚାରକଙ୍କ ସାହାରା ନେଇଛନ୍ତି। ବିଜେଡିର ତୁଙ୍ଗ ନେତାଙ୍କଠାରୁ ଆରମ୍ଭ କରି ଛାମୁଆଁ ନେତା ପର୍ଯ୍ୟନ୍ତ ଭୋଟରଙ୍କ ପାଖରେ ପହଞ୍ଚିଛନ୍ତି। ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଡ. ଅରୁଣ ସାହୁଙ୍କ ସମେତ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ବାଙ୍ଗିରିପୋଷି ବିଧାୟକ ସୁଦାମ ମାରଣ୍ତି, ସାରସକଣା ବିଧାୟକ ଭାଦବ ହାଁସଦା, ଏସ୍‌ଡିସି ଅଧୢକ୍ଷ ଡା. ଦେବାଶିଷ ମାର୍ଣ୍ଡି, ରାଇରଙ୍ଗପୁର ବିଧାୟକ ସାଇବା ସୁଶୀଲ ହାଁସଦା, ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ତଳ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବଡ଼ସାହି ବିଧାୟକ ଗଣେଶ୍ବର ପାତ୍ର, ବିଜେଡି ଜିଲ୍ଲା ସଭାପତି ତଥା ମୋରଡ଼ା ବିଧାୟକ ପ୍ରବୀଣ ଚନ୍ଦ୍ର ଭ˚ଜଦେଓ, ରାଜ୍ୟସଭା ସା˚ସଦ ସରୋଜିନୀ ହେମ୍ବ୍ରମ୍‌, ଲୋକସଭା ସା˚ସଦ ରାମଚନ୍ଦ୍ର ହାଁସଦା, କର˚ଜିଆ ବିଧାୟକ ବିଜୟ ନାଏକ ପ୍ରମୁଖ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇଛନ୍ତି। ପ୍ରଚାର ବେଳେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ କ୍ରେଜ୍‌ ଦେଖିବାକୁ ମିଳିଛି। ରାଜ୍ୟର ଟାଣୁଆ ଯୁବନେତା ହରିଶଙ୍କର ରାଉତଙ୍କ ସହ ବହୁ ଯୁବ ପର୍ଯ୍ୟବେକ୍ଷକ ପ୍ରାର୍ଥୀ ରଘୁନାଥ ମାଝୀଙ୍କ ପାଇଁ ଭୋଟ୍‌ ମାଗିଛନ୍ତି। ସେହିପରି ବିଜେପି ପ୍ରାର୍ଥୀ କୁତୁଲ ହାଁସଦାଙ୍କ ପାଇଁ ଷ୍ଟାର ପ୍ରଚାରକ ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ହାସ୍ୟ ଅଭିନେତା ହରିହର ମହାପାତ୍ରଙ୍କୁ ମଇଦାନରେ ଦେଖିବାକୁ ମିଳିଛି। ବିଜେପି ଜାତୀୟ ସ˚ପାଦକ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ଉପ-ସଭାପତି ରାଜକିଶୋର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନବରଣ ମାଝୀ ଓ ସ˚ଜୀବ ମହାନ୍ତି, ପଶ୍ଚିମ ମୟୂରଭଞ୍ଜ ସଭାପତି ନବୀନ ରାମ, ଆଦିବାସୀ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇ˚. ରାମଚନ୍ଦ୍ର ହାଁସଦା, ମହିଳା ନେତ୍ରୀ ଛବି ମାହାଲି, ପୂର୍ବ ମୟୂରଭଞ୍ଜ ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର, ମନୋଜ ଦାସ, ସରୋଜ କୁମାର ମହାନ୍ତ, ଅମୋଦ ମହାନ୍ତ ପ୍ରମୁଖ ମଧ୍ୟ ପ୍ରଚାରରେ ସାମିଲ ହୋଇଥିଲେ।

ବିଜେପି ପାଇଁ ପ୍ରଚାର କଲେ ପିଙ୍କି ଓ ହରି
ନିଜ ଗଡ଼ରେ ଜେଏମ୍‌ଏମ୍‌ ବି ତାକତ ଦେଖାଇଲା
କଂଗ୍ରେସ ପାଇଁ ପ୍ରଚାର କଲେ ପୁରୁଖା ନେତା

ଜେଏମ୍‌ଏମ୍‌ ବି ପ୍ରଚାରରେ ବେଶ୍‌ ତାକତ ଦେଖାଇଛି। ବିଜାତଳା ବ୍ଲକ୍‌ ଦଳର ଗଡ଼ ଭାବେ ପରିଗଣିତ ହୋଇ ଆସିଥିବା ବେଳେ କର୍ମୀମାନଙ୍କୁ ନିଜ ପାଖ‌େର ରଖିବା ପାଇଁ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ୍‌ ଗୋଟି ଚଳାଇଛନ୍ତି। ଶଙ୍ଖ ଛାଡ଼ି ନିକଟରେ ଧନୁଶର ଧରିଥିବା ପୂର୍ବତନ ସା˚ସଦ ଲକ୍ଷ୍ମଣ ଟୁଡୁ ଜେଏମ୍‌ଏମ୍‌ ବାଇକ୍‌ ରାଲିର ନେତୃତ୍ବ ନେଇଥିବା ଦେଖିବାକୁ ମିଳିଛି। କ˚ଗ୍ରେସ ମଧ୍ୟ ଦଳୀୟ ପ୍ରାର୍ଥୀ ସୁଦର୍ଶନ ମୁର୍ମୁଙ୍କ ପାଇଁ ପ୍ରଚାର କରିଛନ୍ତି। ନେତା ଡା. ନେପୋଲ ରଘୁ ମୁର୍ମୁ, ପୂର୍ବତନ ବିଧାୟକ ଶ୍ୟାମ ଚରଣ ହାଁସଦା, ଶ୍ୟାମ ସୁନ୍ଦର ହାଁସଦା, କ˚ଗ୍ରେସ ପ୍ରାର୍ଥୀ ସୁଦର୍ଶନ ମୁର୍ମୁ ଲୋକଙ୍କ ନିକଟକୁ ଯାଇ ଭୋଟ୍‌ ମାଗିଛନ୍ତି। ଅନ୍ୟପଟେ ଆଇଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସଂପୃକ୍ତ ଜୋନ୍‌ର ୫ଟି ଯାକ ପଞ୍ଚାୟତରେ ପୁଲିସ୍‌ ପାଟ୍ରୋଲିଂକୁ ବଢ଼ାଯାଇଛି। ଏହା ସହିତ ୭ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମଧ୍ୟ ମୁତୟନ କରାଯାଇଛି। ୭ଟି ମୋବାଇଲ୍‌ ପେଟ୍ରୋଲି˚ ଗାଡ଼ି ମହଜୁଦ ଥିବା ବେଳେ ୪ ଜଣ ସେକ୍ଟର ଅଫିସରଙ୍କ ସହ ଦୁଇଜଣ ଏଏସ୍‌ପି ଓ ଏସ୍‌ଡିପିଓ ଦାୟିତ୍ବରେ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର