ଭୁବନେଶ୍ବର: ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର। ସେ କହିଛନ୍ତି, ପୁଲିସ ପୁଲିସର ତଦନ୍ତ କଲେ ବିରୋଧୀ କୁହିବେ, ଠିକ ହେଲାନି। କ୍ରାଇମବ୍ରାଞ୍ଚକୁ ଦେଲେ ବି ପ୍ରଶ୍ନ ଉଠିବ। କହିବେ ସବୁବେଳେ କିନ୍ତୁ କଣ କରାଯିବ ସେଇଟା କୁହନ୍ତୁ। କ୍ରାଇମବ୍ରାଞ୍ଚ ସହ ହାଇକୋର୍ଟଙ୍କ ଅନୁମୋଦନରେ ଯଦି ତାକୁ ଜୁଡିସିଆଲ ତଦନ୍ତ କରାଯିବ, ତାହା ସ୍ବଚ୍ଛ ହେଲା। ତଦନ୍ତର ଫଳାଫଳ କଣ ହେଉଛି, ତାକୁ ଅପେକ୍ଷା କରନ୍ତୁ। ସେମାନେ କେଉଁଥିରେ ସନ୍ତୁଷ୍ଟ ନାହାନ୍ତି। ଯଦି ସେମାନେ କିଛି ଫ୍ୟାକଟ ଜାଣିଛନ୍ତି କିମ୍ବା ତଦନ୍ତରେ କିଛି କମି ରହିବ ବୋଲି ଭାବୁଛନ୍ତି, ସେମାନେ ନିର୍ଦ୍ଧିଷ୍ଟ ଭାବେ କୁହନ୍ତୁ। ଅଭିଯୋଗ ଭାବରେ ଅଭିଯୋଗ କରନ୍ତୁ ନାହିଁ। ରିଅଲି କଲପ୍ରିଟ ତାର ମୋଟିଭ ଯଦି କିଛି ଷଡ଼ଯନ୍ତ୍ର ଥିବ ସେଇଟା ଏକ୍ସପୋଜ ହେବା ଦରକାର।
ଏଇଟା ଦୁଃଖଦ ଘଟଣା, ୟାକୁ କେହି ପ୍ରଶଂସା କରିବେନି। ମୁଖ୍ୟମନ୍ତ୍ରୀ ନିନ୍ଦା କରିଛନ୍ତି। ଆମେ ବି ତାର ଦୃଢ଼ ନିନ୍ଦା କରୁଛୁ। ଏଇଟା ହୀନ ଭାବନା। ଗୁଜୁରାଟରେ ଯେବେ ହେରେନ ପାଣ୍ଡିଆ ମରିଗଲେ, ଗୁଳି ହେଲା ସେଇଟା କଣ ଆମେ କହିବା ମୁଖ୍ୟମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଦାୟୀ ବୋଲି। ହଠାତ୍ ତ କହିବାନି ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଗଲା ବୋଲି। ବର୍ତ୍ତମାନ ଯେମିତି କ୍ରାଇମ ହେଉଛି ଲୋକଙ୍କର ମୋଟିଭ ଯେମିତି ରହୁଛି। ଆଉ ଲୋକଙ୍କର ଅପରାଧ କରିବାର ପ୍ରବଣତା ବି ଆସୁଛି। ଏଇଟା ସର୍ବଭାରତୀୟ ସ୍ତରରେ ହୋଇଛି। ସରକାର ଏହାକୁ ଗୁରୁତ୍ବର ସହ ନେଇଛନ୍ତି।
ନବ ଦାସଙ୍କୁ ହତ୍ୟା ଘଟଣା: ବିରୋଧୀଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଦେବୀ ମିଶ୍ର
/sambad/media/post_attachments/wp-content/uploads/2020/08/debiprasad.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)