ଗର୍ଜିଲେ ମହାରଥୀ: ମନ୍ତ୍ରୀ ନିରଞ୍ଜନଙ୍କ ତଥ୍ୟ ଭୁଲ୍

ଏହା ମୋତେ ବାଧିଛି, ଗତକାଲିଠୁ ଖ‌ାଇନି, ଗୃହ ବିବରଣୀରୁ ବାଦ୍‌ ନଦେଲେ ଆଉ ଆସିବିନି, ରୁଲିଂ ଦେଲେ ବାଚସ୍ପତି, ବିଜେପି-କଂଗ୍ରେସର ବିରୋଧ

ଭୁବନେଶ୍ବର : େଯଉଁ ତରିକାରେ ବୁଧବାର ପ୍ରଶ୍ନୋତ୍ତର କାଳରେ କୃଷି ବିଭାଗ ପାଇଁ ଉତ୍ତର ରଖୁଥିବା କା’ ମନ୍ତ୍ରୀ ନିରଞ୍ଜନ ପୂଜାରୀ କଟାକ୍ଷ କରିଥିଲେ, ଆଜି ସମାନ ଢଙ୍ଗରେ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଏହାର ଜବାବ ଦେଇଛନ୍ତି। ମନ୍ତ୍ରୀ ଅସତ୍ୟ ତଥ୍ୟ ଦେଇଛନ୍ତି େବାଲି ଅଭିେଯାଗ ଆଣି ଶ୍ରୀ ମହାରଥୀ ଚେତାବନୀ ଦେଇଥିଲେ େଯ ଯଦି ବାଚସ୍ପତି ତାଙ୍କ ସଂପର୍କରେ ଦିଆଯାଇଥିବା ମନ୍ତବ୍ୟ ବିବରଣୀରୁ ବାଦ୍‌ ନ ଦିଅନ୍ତି, ତେବେ ସେ ଆଉ ଗୃହକୁ ଆସିବେ ନାହିଁ।

ଅନ୍ୟପକ୍ଷରେ ବାଚସ୍ପତି ଏ ପ୍ରସଙ୍ଗରେ ଦେଇଥିବା ରୁଲିଂ ଶ୍ରୀ ମହାରଥୀଙ୍କୁ ଆଶ୍ବସ୍ତ ସିନା କରିଛି, କିନ୍ତୁ ବିେରାଧୀ ଦଳ ରାଗି ଖପ୍ପା। ଏହା ଆଉ ଏକ ବିତର୍କକୁ ଜନ୍ମ େଦଇଥିଲା।

ବାଚସ୍ପତି କହିଥିଲେ େଯ ଯଦି ମନ୍ତ୍ରୀ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥାନ୍ତି, ତେବେ ତାହାକୁ ଗୃହର ବିବରଣୀରୁ ବାଦ୍‌ ଦିଆଯିବ। ବାଚସ୍ପତିଙ୍କ ଏଭଳି ରୁଲିଂକୁ କିନ୍ତୁ ଉଭୟ ବିଜେପି ଓ କଂଗ୍ରେସ କଡ଼ା ବିେରାଧ କରିଥିଲେ। ସେପଟେ ବିଜେଡି ବିଧାୟକ-ମନ୍ତ୍ରୀଙ୍କ କଥା କଟାକଟି ରାଜନୈତିକ ମହଲକୁ ଭିନ୍ନ ଚର୍ଚ୍ଚା ପାଇଁ େଖାରାକ େଯାଗାଇଛି। ପଞ୍ଚମ ପାଳିରେ ସରକାର ଆସୁ ଆସୁ ଅର୍ଥାତ୍ ପ୍ରଥମ ଅଧିବେଶନରେ ଏଭଳି ସ୍ଥିତିକୁ କେହି ସହଜରେ ଗ୍ରହଣ କରୁନାହାନ୍ତି।

ବୁଧବାର ପ୍ରଶ୍ନୋତ୍ତର କାଳରେ ରାଜ୍ୟରେ ଖାଉଟି ସାମଗ୍ରୀର ଚାହିଦା ସମ୍ପର୍କରେ ଆେଲାଚନା ଚାଲିଥିଲା ବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅନୁପସ୍ଥିତିରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉତ୍ତର ରଖୁଥ‌ିଲେ। ଏହି ସମୟରେ ଶୀତଳଭଣ୍ଡାର ସଂପର୍କରେ ଶ୍ରୀ ମହାରଥୀ ପ୍ରଶ୍ନ କରିବାରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ, ପିପିଲି ବିଧାୟକ ଏହି ବିଭାଗରେ ମନ୍ତ୍ରୀ ଥିଲେ। ମୁଁ ଆଜି ଦାୟିତ୍ବରେ ଅଛି। ସେ ଏ ବିଷୟରେ ଡକ୍ଟରେଟ୍‌ କରିଛନ୍ତି। ସବୁବେଳେ ସେ କହୁଛନ୍ତି ମୁଁ ଚାଷୀ ପୁତ୍ର। ମୁଁ ବି କହୁଛି ମୁଁ ଜଣେ ଚାଷୀ ପୁଅ। ବିଧାୟକଙ୍କ ପ୍ରଶ୍ନ ପ୍ରସଙ୍ଗ ବାହାରେ ଥିଲେ ବି ମୁଁ ଉତ୍ତର ଦେବାକୁ ଚାହେଁ। ଯେତେବେଳେ ଶ୍ରୀ ମହାରଥୀ ମନ୍ତ୍ରୀ ଥିଲେ ସେହି ସମୟରେ ସରକାର ଆଳୁ ମିସନ୍ ଆରମ୍ଭ କରିଥିଲେ। ସେ ମିସନ୍‌ର ଅବଧି ତାଙ୍କରି ସମୟରେ ସରିଗଲା। ତାହାକୁ ସରକାର ପୁନଃପ୍ରଚଳନ କରିବାକୁ ଚାହୁଁଛନ୍ତି। ତାଙ୍କରି ସମୟରେ ୮୦ଟି ଶୀତଳଭଣ୍ଡାର ଅଚଳ ହୋଇଯାଇଛି। ସରକାର ଏବେ ଏସବୁକୁ କାର୍ଯ୍ୟକ୍ଷମ କରିବାକୁ ଉଦ୍ୟମ କରୁଛନ୍ତି।

ଗଣମାଧ୍ୟମରେ ଏ ସଂପର୍କରେ ଖବର ପ୍ରକାଶ ପାଇବା ପରେ ଗୁରୁବାର ଶୂନ୍ୟକାଳରେ ଶ୍ରୀ ମହାରଥୀ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କହିଥିଲେ, ‘କାଲି ମନ୍ତ୍ରୀ ଯାହା ଉତ୍ତର ଦେଇଥିଲେ ତାହା ଭୁଲ୍ ଉତ୍ତର ଥିଲା। ମନ୍ତ୍ରୀ କହିଥିଲେ ରାଜ୍ୟରେ ୧୨୮ଟି ଶୀତଳଭଣ୍ଡାର ଥିଲା। କିନ୍ତୁ ତାହା ୪୮କୁ ଖସିଛି। ହେଲେ ମୁଁ ଆସିବା ବେଳକୁ ୨୪ ଥିଲା। ମୋ ସମୟରେ ତାହା ୪୮ ହୋଇଥିଲା। ମୋ କାର୍ଯ୍ୟଦକ୍ଷତା, କର୍ତ୍ତବ୍ୟନିଷ୍ଠାକୁ ନେଇ ପ୍ରଶ୍ନ କରାଯିବା ଠିକ୍ ନୁହେଁ। ମୋ ସମୟରେ ଆମେ ଚାରି ଥର କୃଷିକର୍ମଣ ପୁରସ୍କାର ପାଇଛୁ। ଯଦି ଭାବୁଥାନ୍ତି ଏମିତି କହି ମହାରଥୀଙ୍କ ପାଟି ଚୁପ୍ ରଖିବେ, ତେବେ ପାରିବେନି। ଗୋଟିଏ ମନ୍ତ୍ରୀ ପଦ ଫାଙ୍କା ଅଛି ବୋଲି ଚୁପ୍ ରହିବି ଭାବୁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ ମହାରଥୀ।’

ସେ ଆହୁରି କହିଥିଲେ, ଏହି ଖବର ତାଙ୍କୁ ମର୍ମାହତ କରିଛି। ଗତକାଲିଠାରୁ ସେ ଖାଇନାହାନ୍ତି। ଏଭଳି ମନ୍ତବ୍ୟ ତାଙ୍କୁ ବାଧିଛି। ଏଣୁ ଏସବୁକୁ ଗୃହର ବିବରଣୀରୁ ବାଚସ୍ପତି ବାଦ୍‌ ଦିଅନ୍ତୁ େବାଲି ଶ୍ରୀ ମହାରଥୀ କହିଥିଲେ। ପରବର୍ତୀ ସମୟରେ ସେ ଆଉଥରେ ଏ େନଇ େଦାହରାଇବାରୁ ବାଚସ୍ପତି ରୁଲିଂ େଦଇଥିଲେ। ଅନୁଧ୍ୟାନ କରିବେ ଓ ଆପତ୍ତିଜନକ ଥିଲେ ବାଦ୍ ଦେବେ େବାଲି କହିଥିଲେ।

ତେବେ ବାଚସ୍ପତିଙ୍କ ରୁଲିଂ ଉପରେ ପୂର୍ବାହ୍ନରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ତତ୍କାଳ ଆପତ୍ତି ଉଠାଇଥିଲେ। କହିଥିଲେ, ବିଧାନସଭା କାହାର ସଂପତ୍ତି ନୁହେଁ। କୌଣସି ପରିସ୍ଥିତିରେ ବି ମନ୍ତ୍ରୀ ଦେଇଥିବା ବିବୃତିକୁ ବାଦ୍‌ ଦିଆଯାଇପାରିବ ନାହିଁ। କେତେ ଶୀତଳଭଣ୍ଡାର ଥିଲା ଓ କାହିଁକି ଶୀତଳ େହାଇପାରିଲା ନାହିଁ, ଏ ସଂପର୍କରେ ଜାଣିବାର ଅଧିକାର ରାଜ୍ୟବାସୀଙ୍କର ରହିଛି। ବାଚସ୍ପତି କହିଥିଲେ, ମୁଁ ପରୀକ୍ଷା ନିରୀକ୍ଷା କରିବା ପାଇଁ କହିଛି। ଯଦି ଆେକ୍ଷପ ଭଳି କିଛି ମନ୍ତବ୍ୟ ଥିବ, ତେବେ ଅନୁଧ୍ୟାନ କରି ଗୃହର ବିବରଣୀରୁ ବାଦ୍‌ ଦେବା ପାଇଁ େମାର କ୍ଷମତା ରହିଛି। ଶ୍ରୀ ମିଶ୍ର ଏହାକୁ ନେଇ ଆପତ୍ତି ଉଠାଉଥିବା ବେଳେ ବାଚସ୍ପତି ଗୃହକୁ ତିନିଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ।

ଅପରାହ୍ନରେ ପୁଣି ଥରେ ଏହି ପ୍ରସଙ୍ଗ ଉଠିିଥିଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ମନ୍ତ୍ରୀ ପିପିଲି ବିଧାୟକଙ୍କ ବିରୋଧରେ ଏଭଳି କିଛି ଆପତ୍ତିଜନକ ଶଦ୍ଦ ବ୍ୟବହାର କରିନାହାନ୍ତି, ଯାହାକୁ ଆପଣ ବିଧାନସଭା ବିବରଣୀରୁ ବାଦ୍‌ ଦେବା ପାଇଁ ଅନୁଧ୍ୟାନ କରିବାକୁ ରୁଲିଂ େଦଇଛନ୍ତି। ଆପଣ ଏ ଗୃହର ବିଚାରପତି ସଦୃଶ। ଆପଣ ଯଦି ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ଆଇନ ବିଷୟରେ ତର୍ଜମା ନ କରିବେ, ତେେବ ଆଉ କିଏ କରିବ? ୧୯୯୦ ମସିହାରୁ ଆପଣ (ବାଚସ୍ପତି) ଏ ଗୃହର ସଦସ୍ୟ ରହିଆସିଛନ୍ତି। ପିପିଲି ସଦସ୍ୟ େଯତେବେଳେ ବକ୍ତବ୍ୟ ରଖିଥିଲେ, କୌଣସି ଶବ୍ଦ ଆପତ୍ତିଜନକ ନଥିଲା। କେଉଁ ପରିସ୍ଥିତିରେ ତାଙ୍କର ବାକ୍ୟକୁ ବାଦ୍‌ ଦେବା ପାଇଁ ଆପଣ ଅନୁଧ୍ୟାନ କରିବେ େବାଲି ରୁଲିଂ େଦଇଛନ୍ତି? ନିୟମ କହୁଛି, ଯଦି ଜଣେ ମନ୍ତ୍ରୀ କିମ୍ବା ଗୃହର ସଦସ୍ୟ ଉଦ୍ଦେଶ୍ୟମୂଳକ ଭାବେ ଗୃହକୁ ବିଭ୍ରାନ୍ତ କରିବା ପାଇଁ ଉଦ୍ୟମ କରନ୍ତି, ତେବେ ସଂପୃକ୍ତ ମନ୍ତ୍ରୀ ବା ସଦସ୍ୟଙ୍କ ବିେରାଧରେ ସ୍ବାଧିକାର ଭଙ୍ଗ େନାଟିସ ଆସିପାରିବ। ମନ୍ତ୍ରୀମାନେ ଥରେ ନୁେହଁ, ବାରମ୍ବାର ଅସତ୍ୟ ତଥ୍ୟ ଦେଇ ଆସୁଛନ୍ତି। ସବୁଦିନ ବିେରାଧୀ ଦଳ ଏ େନଇ ସ୍ବର ଉଠାଉଛନ୍ତି। ଅତୀତରେ ମୁଖ୍ୟମନ୍ତ୍ରୀ କଟକ,ପୁରୀରେ େଯତିକି ଜମି ନାହିଁ, ତା ଠାରୁ ଅଧିକ ଜଳସେଚିତ େହାଇଥିବା ତଥ୍ୟ ରଖିଥିଲେ। ଏହାକୁ କଣ ବିବରଣୀରୁ ବାଦ ଦିଆଯାଇଛିଯବିେରାଧୀ ଦଳ ଏଥିପାଇଁ ବାଧ୍ୟ କରିଛି କି? େସାନପୁରରେ ୯୫ ପ୍ରତିଶତ ଜମି ଜଳସେଚିତ। ଏ ତଥ୍ୟ କଣ ଠିକ୍? ଏଣୁ ମୁଁ ଆପଣଙ୍କୁ ଅନୁେରାଧ କରୁଛି, ରୁଲିଂର ସାନି ଅନୁଧ୍ୟାନ କରନ୍ତୁ। ଏହା େଗାଟିଏ ପରମ୍ପରା ସୃଷ୍ଟି କରିବ। ପ୍ରତିଦିନ ବିେରାଧୀ ସଦସ୍ୟ ଯଦି ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ େହାଇ ସ୍ବର ଉଠାଇବେ, ତେବେ ପ୍ରତିଦିନ କଣ ସଦସ୍ୟଙ୍କ ଆେକ୍ଷପକୁ ବାଦ ଦେବା ପାଇଁ ରୁଲି ଦେବେ? େଲାକଙ୍କ ଉପରେ ଛାଡ଼ି ଦିଅନ୍ତୁ, ସେମାନେ ବିଚାର କରିବେ।

ବିଧାନସଭା ବାହାରେ ବି ଏ ପ୍ରସଙ୍ଗକୁ ନେଇ କଥା ଉଠିଥିଲା। ପ୍ରତିକ୍ରିୟା ରଖି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ, ମହାରଥୀ ଯାତ୍ରାପାର୍ଟି େଲାକ। ଡାଇଲଗ୍ ମାରନ୍ତି। ଆଗରୁ ଏପରି କହନ୍ତି। େଯାଉ କହୁଛନ୍ତି, କାଲିଠାରୁ ଖାଇନାହାନ୍ତି, ସେ ଡାଇବେଟିକ୍ ରୋଗୀ। ନିଶ୍ଚୟ ଖାଇକି ଆସିଥିବେ।

ପରେ ଶ୍ରୀ ମହାରଥୀ କହିଥିଲେ, ପ୍ରମିଳା ଅପା େମା ବଡ଼ ଭଉଣୀ। ସମ୍ମାନ ଅଛି। କିନ୍ତୁ ମୁଁ ଜାଣିପାରିନି, ସେ କେବେ ରାଜନୀତି ଛାଡ଼ି ଡାକ୍ତରାଣୀ ହେଲେ?

ସମ୍ବନ୍ଧିତ ଖବର