ଭୁବନେଶ୍ବର: ବିଧାନସଭାରେ ଅଚଳାବସ୍ଥା ମଧ୍ୟରେ ଗୃହରେ ବିରୋଧୀ କଂଗ୍ରେସ ସଦସ୍ୟଙ୍କ ବିନା ଗୁରୁବାର ପ୍ରଶ୍ନକାଳ ଆରମ୍ଭ ହୋଇଛି । ବିଧାନସଭା ପ୍ରଶ୍ନକାଳ ଆରମ୍ଭ ପୂର୍ବରୁ  ବିଜେଡି  ସଦସ୍ୟମାନେ ଗଣତନ୍ତ୍ରର ପବିତ୍ର ଗୃହ ବିଧାନସଭାରେ ଗଙ୍ଗା ଜଳ ଛିଞ୍ଚିଛନ୍ତି। ବିଧାନସଭା ଚାରିପଟେ ଗଙ୍ଗାଜଳ ଛିଞ୍ଚି ବିଜେଡି  ସଦସ୍ୟମାନେ ପବିତ୍ର  କରିଛନ୍ତି  ।

Advertisment

ବିଧାନସଭାରେ ପୁଲିସ ପଶି ବିଧାୟକଙ୍କ ଉପରେ ଆକ୍ରମଣ କରିଥିଲା । ବିଧାନସଭାରେ କେବେ ପୁଲିସ ପଶି ନଥିଲା କିମ୍ବା ବିଧାୟକଙ୍କ ଉପରକୁ କେବେ ଆକ୍ରମଣ କରି ନଥିଲା ।

ବିଜେପି ସରକାରଙ୍କ ଅମଳରେ ଏଭଳି ନିନ୍ଦନୀୟ କାର୍ଯ୍ୟ ହୋଇଛି ତେଣୁ ଗଣତନ୍ତ୍ରର ପବିତ୍ର ଗୃହ ଅପବିତ୍ର ହୋଇ ଯାଇଥିବା ବିଜେଡ଼ି ବିଧାୟକମାନେ କହିଛନ୍ତି। 

ଅଧିକ ପଢ଼ନ୍ତୁ: ଡ୍ରାଇଭର୍‌ଙ୍କ ସୁବିଧା ପାଇଁ ଓଲା-ଉବର ପରି ଏବେ ଆସିବ ସରକାର ଗାଡ଼ି ସହକାର-ଟ୍ୟାକ୍ସି

ଗୃହ ମଧ୍ୟରେ ଏପରି ନ କରିବାକୁ ବାଚସ୍ପତି ସୁରମା ପାଢ଼ୀ କହିଥିବାବେଳେ ମନ୍ତ୍ରୀ ସୁରେଶ ପୂଜାରି କହିଥିଲେ, ବିଧାନସଭା ଏକ ପରିତ୍ର ଗୃହ, ଏଠାରେ ଗଙ୍ଗାଜଳ ଛିଞ୍ଚି ପବିତ୍ର କରିବାର କୌଣସି କାରଣ ନାହିଁ ।

ତେବେ ବିଧାନସଭାରେ ପଶିବା ପୂର୍ବରୁ ବିଜେଡ଼ି ସଦସ୍ୟମାନେ ବିଧାନସଭା ଚାରିପଟେ ମାଟି କଳସରେ ଗଙ୍ଗା ଜଳ ଧରି ଆମ୍ବଡାଳରେ ସିଞ୍ଚନ କରିଛନ୍ତି ।

ଅଧିକ ପଢ଼ନ୍ତୁ: କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ: ରାଜଧାନୀ ରାସ୍ତା ଜାମ୍

 BJD