ସୁନ୍ଦରଗଡ଼: ସାଧାରଣ ନିର୍ବାଚନ-୨୦୨୪ ପାଇଁ ରାଜନୀତି ସରଗରମ ହୋଇଛି। ସବୁ ପ୍ରାର୍ଥୀ ପ୍ରଚାର ମଇଦାନରେ। ହେଲେ ଆଜି କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ବିଜୁ ଜନତା ଦଳ ସାଂସଦ ପ୍ରାର୍ଥୀ ଡାକ୍ତର ଦିଲୀପ ତିର୍କୀଙ୍କ ପ୍ରଚାରରେ। ଟାଣ ଖରାରେ ପ୍ରଚାର କରି ସାମାନ୍ୟ ଅସୁସ୍ଥତା ଅନୁଭବ କଲା ପରେ ଆଜି ଦିଲୀପ ତିର୍କୀ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଞ୍ଚି ଆଉଟ୍ ଡୋର ରେ ଚିକିତ୍ସା କରାଇଥିଲେ।

Advertisment

publive-image

ଡାକ୍ତର ଚିକିତ୍ସା ପରେ ତାଙ୍କୁ କିଛି ଔଷଧ ଲେଖିଥିଲେ। ଔଷଧ ପ୍ରେସକ୍ରିପସନ ନେଇ ଔଷଧ ବିତରଣ କେନ୍ଦ୍ରକୁ ଯାଇ ଧାଡ଼ିରେ ରୋଗୀଙ୍କ ସହିତ ଛିଡ଼ା ହୋଇ ଔଷଧ ନେଇଥିଲେ। ତା ସହିତ ମେଡିକାଲରେ ସ୍ଥିତି ଅନୁଧ୍ୟାନ କରିଥିଲେ। ମେଡିକାଲକୁ ଆସିଥିବା ରୋଗୀଙ୍କ ସହ ରାଜ୍ୟ ସରକାର ପକ୍ଷରୁ ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗ ମିଳୁଛି ନା ନାହିଁ ପଚାରି ବୁଝିଥିଲେ। ୫ଟି ଉପକ୍ରମରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ପରିବର୍ତ୍ତନ କରଯାଇଛି। ଭିତ୍ତିଭୂମିର ବିକାଶ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ପଡ଼ୋଶୀ ଛଟିଶଗଡ଼ ଏବଂ ଝାଡ଼ଖଣ୍ଡର ରୋଗୀ ମଧ୍ୟ ଉପକୃତ ହେଉଛନ୍ତି। ସେହି ଦୃଷ୍ଟିକୋଣରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉନ୍ନତି କରାଯାଇ ମାଗଣା ଚିକିତ୍ସା ଓ ଔଷଧ ବ୍ୟବସ୍ଥା କରାଯାଇଛି।