ଅନ୍ତର୍ଦେଶୀୟ ସଂସଦୀୟ ସଂଘ ସମ୍ମିଳନୀରେ ଯୋଗଦେବେ ବିଜେଡି ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ବର : ସର୍ବିଆ ରାଜଧାନୀ ବେଲଗ୍ରେଡରେ ଚଳିତମାସ ୧୩ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୧୪୧ତମ ଅନ୍ତର୍ଦେଶୀୟ ସଂସଦୀୟ ସଂଘ ସମ୍ମିଳନୀରେ ଯୋଗଦେବାକୁ ଓଡ଼ିଶାରୁ ଏକମାତ୍ର ବିଜେଡି ସାଂସଦ ସସ୍ମିତ ପାତ୍ର ମନୋନୀତ ହୋଇଛନ୍ତି। ଶ୍ରୀ ପାତ୍ରଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ.ଭେଙ୍କୟାନାଇଡ଼ୁ ବାଛିବା ସହ ଚଳିତମାସ ୧୨ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ବେଲଗ୍ରେଡ଼ ଗସ୍ତ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ସପ୍ତଦଶ ଲୋକସଭାରେ ପ୍ରଥମକରି ସଂସଦୀୟ ଦଳ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କ ନେତୃତ୍ବରେ ବିଦେଶ ଗସ୍ତ କରିବ।

ସମ୍ବନ୍ଧିତ ଖବର