ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇଛି ବିଜେଡି କାଶ୍ମୀର ପ୍ରସଙ୍ଗରେ ଆଞ୍ଚଳିକ ଦଳ ହୋଇଥିଲେ ବି ବିଜେଡି ସାଥିରେ ରହିଛି ବୋଲି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ | ତେବେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କର ଏକ ଭିନ୍ନ ରୂପ ଦେଖିବାକୁ ମିଳିଥିଲା | ଜମ୍ମୁକାଶ୍ମୀରକୁ ନେଇ ସାୟରି ଗାଇବା ସହ କାଶ୍ମୀର ପଣ୍ଡିତଙ୍କୁ ଭରପୂର ସମର୍ଥନ କରିଥିଲେ ସସ୍ମିତ |
ସସ୍ମିତ ଆଜି ଉର୍ଦ୍ଦୁର ଏକ ସାୟରି ଗାଇଥିଲେ | ଭାଷଣ ଦେଉଥିବା ସମୟରେ ତାଙ୍କ ଯୁକ୍ତିକୁ ଉପସ୍ଥାପନ କରିବା ପାଇଁ ଏହି ସାୟରିର ଉପଯୋଗ କରିଥିଲେ | ସାୟରିଟି କିଛି ଏହିଭଳି ଥିଲା 'ଦରିୟା ଭି ମେଁ, ଦରଖତ ଭି ମେଁ-ଝେଲମ ଭି ମେଁ, ଚେନାଵ ଭି ମେଁ-ସିୟା ଭି ହୁଁ, ସୁନ୍ନି ଭି ହୁଁ -ମେଁ ହୁଁ ପଣ୍ଡିତ, ମେଁ ଥା, ମେଁ ହୁଁ ଓର ମେଁ ରହୁଙ୍ଗା' |
୩୭୦ ଧାରା ଉଚ୍ଛେଦ କରିବା ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ । କାଶ୍ମୀର ଭାରତର , ଲଦାଖକୁ ନେଇ ବି ବଡକଥା କହିଲେ ବିଜେଡି ନେତା @bjd_odisha@Naveen_Odisha@sasmitpatrapic.twitter.com/MBdjRrP0Ck
— Kanak News (@kanak_news) 5 August 2019
ଏହି ସାୟରିଟି ଗାଇ ସସ୍ମିତ କହିଥିଲେ ଯେ ଏହା ହେଉଛି ପ୍ରତିଟି କାଶ୍ମୀରବାସୀଙ୍କର ଚିନ୍ତାଧାରା | ସସ୍ମିତ କହିଛନ୍ତି ଯେ କାଶ୍ମୀର ଆମର ଥିଲା, ଆମର ଅଛି ଓ ଆମର ରହିବ | ଏହାପରେ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ଯେ କାଶ୍ମୀର ପଣ୍ଡିତଙ୍କୁ ସେମାନଙ୍କ ଜନ୍ମଭୂମିକୁ ଫେରାଇଆଣିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/sasmit-patra-rajya-sabha.jpg)