ନୂଆଦିଲ୍ଲୀ: ସଂସଦ ଓ ରାଜ୍ୟ ବିଧାନସଭା ଗୁଡ଼ିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସ୍ତାବ ଆଜି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ୁଙ୍କୁ ବିଜେଡିର ଲୋକସଭା ଓ ରାଜ୍ୟସଭା ସାଂସଦମାନଙ୍କ ଦ୍ବାରା ପ୍ରଦାନ କରାଯାଇଛି। ଲୋକସଭା ଓ ରାଜ୍ୟସଭାର ଅଧିକାଂଶ ବିଜେଡି ସାଂସଦ ଆଜି ସନ୍ଧ୍ୟାରେ ଉପରାଷ୍ଟ୍ରପତିଙ୍କ ବାସଭବନ ଯାଇ ପ୍ରସ୍ତାବପତ୍ର ପ୍ରଦାନ କରି ତାଙ୍କ ସମର୍ଥନ ଲୋଡ଼ିଥିଲେ। ନାଇଡ଼ୁ ଏହା ଏକ ଖୁବ୍ ଭଲ ପଦକ୍ଷେପ ବୋଲି କହିବା ସହ ଏନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି ଶୁଭେଚ୍ଛା ଜଣାଇଥିଲେ। ସୂଚନାନୁଯାୟୀ ଆସନ୍ତା ସପ୍ତାହରେ ବିଜେଡି ସାଂସଦମାନେ ଏହି ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ପ୍ରସ୍ତାବ ପ୍ରଦାନ କରିବେ। ଉଲ୍ଲେଖଯୋଗ୍ୟ ସଂସଦ ଓ ବିଧାନସଭାର ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାର ଶୀତକାଳୀନ ଅଧିବେଶନରେ ସଂକଳ୍ପ ଆଣିବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ସହଯୋଗ ଲୋଡ଼ିଥିଲେ। ଏହାପରେ ସଂସଦରେ ଏହି ପ୍ରସ୍ତାବକୁ ସମର୍ଥନ ପାଇଁ ୭ଟି ଜାତୀୟ ଓ ୧୫ଟି ଆଞ୍ଚଳିକ ଦଳକୁ ଭେଟିବାର ନିଷ୍ପତ୍ତି ନିଆଯାଇଥିଲା। ଏହି ମର୍ମରେ ବିଜେଡି ବର୍ତ୍ତମାନ ସୁଦ୍ଧା ଶିରୋମଣୀ ଅକାଳି ଦଳ, ସିପିଆଇ, ଶିବସେନା ଓ ଏନ୍ସିପି ନେତାମାନଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଲିଖିତ ପ୍ରସ୍ତାବ ପ୍ରଦାନ କରି ସାରିଛି।
ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗ: ଉପରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ବିଜେଡି ସାଂସଦ
/sambad/media/post_attachments/wp-content/uploads/2018/12/Untitled-1-19.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)