ନୂଆଦିଲ୍ଲୀ: ମହାନଦୀ ବିବାଦର ସମାଧନା ପାଇଁ ଟ୍ରିବୁନାଲ ଗଠନ ଦାବି ନେଇ ଆଜି ବିଜେଡିର ସାଂସଦମାନେ ସଂସଦ ପରିସରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତୀ ତଳେ ଧାରଣା ଦେଇଛନ୍ତି। ରାଜ୍ୟର ସ୍ୱାର୍ଥକୁ କୌଣସି ପରିସ୍ଥିତିରେ ଅଣଦେଖା କରାଯାଇ ପାରିବ ନାର୍ହିଁ ବୋଲି ଦର୍ଶାଇ ବିଜେଡ଼ି ସାଂସଦମାନେ ତୁରନ୍ତ କେନ୍ଦ୍ର ସରକାର ଏହି ବିବାଦର ସମାଧାନ ପାଇଁ ଟ୍ରିବୁନାଲ ଗଠନ କରନ୍ତୁ ବୋଲି ଦାବି କରିଛନ୍ତି।
ସେହିପରି ଆଜି ରାଜ୍ୟସଭାରେ ମଧ୍ୟ ମହାନଦୀ ପ୍ରସଙ୍ଗ ଉଠିଛି। ମହାନଦୀ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ରାଜ୍ୟସଭା ଅଧ୍ୟକ୍ଷ ଅନୁମତି ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଓଡ଼ିଶା- ଛତିଶଗଡ଼ ରାଜ୍ୟ ମଧ୍ୟରେ ଲାଗିଥିବା ମହାନଦୀ ବିବାଦର ସମାଧାନ ପାଇଁ ଓଡ଼ିଶା ସରକାର ସୁପ୍ରିମ୍କୋଟରେ ଆବେଦନ କରିବା ସହିତ ଟ୍ରିବୁନାଲ ଗଠନ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି।ମାତ୍ର ନିକଟରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ଟ୍ରିବୁନାଲ ଗଠନ କରାଯିବ ନାହିଁ କୁହାଯିବ ପରେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି।
ମହାନଦୀ ବିବାଦର ସମାଧାନ ପାଇଁ ଟ୍ରିବୁନାଲ ଗଠନ ଦାବିରେ ବିଜେଡି ସାଂସଦଙ୍କ ଧାରଣା
/sambad/media/post_attachments/wp-content/uploads/2017/12/newdelhi.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)