ପୁଣି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ଗୁରୁବାର ବିଜୁ ଜନତା ଦଳର ସାଂସଦମା‌ନେ ପୁଣି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରି ଚତୁର୍ଦ୍ଦଶ ଅର୍ଥ ଆୟୋଗଙ୍କ ସୁପାରିସକ୍ରମେ ୧୧୪ଟି ସ୍ବାୟତ୍ତ ଶାସନ ସଂସ୍ଥା ପାଇବାକୁ ଥିବା ୭୦୦କୋଟି ଟଙ୍କାର ଯୋଜନା ବାବଦ ଅର୍ଥ  ରାଜ୍ୟକୁ ପ୍ରଦାନ କରିବାକୁ ଦାବି ଜଣାଇଥିଲେ। ଗତ ୪ବର୍ଷ ହେଲାଣି କେନ୍ଦ୍ର ସରକାର ଏହି ଯୋଜନା ବାବଦ ଅର୍ଥକୁ ପ୍ରଦାନ କରିବେ ବୋଲି କହି ଆସୁଥିଲେ ମଧ୍ୟ ଏହା ଏଯାବତ୍ ଓଡ଼ିଶା ପାଇନାହିଁ।

ବିଜୁ ଜନତା ଦଳର ସାଂସଦ ପ୍ରସନ୍ନ କୁମାର ଆଚାର୍ଯ୍ୟ, ଡ଼ ଅମର ପଟ୍ଟନାୟକ, ସରୋଜିନୀ ହେମ୍ବ୍ରମ୍ ଏବଂ ଡ଼ ସସ୍ମିତ୍ ପାତ୍ର ଅର୍ଥମନ୍ତ୍ରୀ ସୀତାରମଣଙ୍କୁ ଗୁରୁବାର ଭେଟିଥିଲେ। ଏହି ସାକ୍ଷାତ ସମୟରେ ଅର୍ଥମନ୍ତ୍ରୀ ଶ୍ରୀଜଗନ୍ନାଥ ମନ୍ଦିରର ୟେସ ବ୍ୟାଙ୍କରେ ଜମାଥିବା ୫୪୫କୋଟି ଟଙ୍କା ନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ସହ ଆଲୋଚନା କରିଥିବା କହିଛନ୍ତି। ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଏହି ଜମାରାଶି ସୁରକ୍ଷିତ ରହିବ ବୋଲି ପୁଣି ଓଡ଼ିଶାରେ ସାଂସଦମାନଙ୍କୁ ଅବଗତ କରିଥିଲେ। ଏଥିସହ ସେ ଚତୁର୍ଦ୍ଦଶ ଅର୍ଥ ଆୟୋଗଙ୍କ ସୁପାରିସ ଅନୁସାରେ ରାଜ୍ୟକୁ ମିଳିବାକୁ ଥିବା ୭୦୦କୋଟି ଟଙ୍କା ପ୍ରଦାନ ଲାଗି ପଦକ୍ଷେପ ନେବେ‌ ବୋଲି ଅର୍ଥମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର