ଭୁବନେଶ୍ବର : ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ସାଂଗଠନିକ ସ୍ତରରେ ନୂତନ ନିଯୁକ୍ତି ଦେଇଛନ୍ତି। ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ ଭାବେ କମଳାକାନ୍ତ ମହାପାତ୍ରଙ୍କୁ ନିଯୁକ୍ତି ମିଳିଥିବା ବେଳେ ରମେଶ ଚନ୍ଦ୍ର ବେହେରାଙ୍କୁ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହପର୍ଯ୍ୟବେକ୍ଷକ, ସୁଧୀର ମହାନ୍ତିଙ୍କୁ ଜଗତସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ, ଛାତ୍ର ବିଜେଡି ରାଜ୍ୟ ସଭାପତି ରାଣା ପ୍ରତାପ ପାତ୍ରଙ୍କୁ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ସହପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି। ସେହିପରି କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସହପର୍ଯ୍ୟବେକ୍ଷକ ଭାବେ ନାରାୟଣ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି। ବିଜୁ ଜନତା ଦଳ ଶ୍ରମିକ ସେଲର ରାଜ୍ୟ ସମ୍ପାଦକ ଭାବେ ଗଦାଧର ମଲ୍ଲିକଙ୍କୁ ସଭାପତି ନିଯୁକ୍ତ କରିଛନ୍ତି। ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ ଭାବେ ଦୁଶ୍ମନ୍ତ ମଲ୍ଲିକ, କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରୀୟ ସମ୍ପାଦକ ଭାବେ ଏସ.କେ ଲିଆକତ୍ ଅଲ୍ଲୀ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ସଂଖ୍ୟାଲଘୁ ସେଲର ସମ୍ପାଦକ ଏସ୍.କେ ଗୁଫରାନଙ୍କୁ ନିଯୁକ୍ତି ଦିଆଯାଇଛି। ଏହାସହିତ ଭଦ୍ରକ ଜିଲ୍ଲାର ସୁଧାକର ନନ୍ଦଙ୍କ ନିଲମ୍ବନ ଆଦେଶକୁ ସଭାପତି ପ୍ରତ୍ୟାହାର କରିନେଇଥିବା ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି।
ବିଜେଡି ସାଂଗଠନିକ ସ୍ତରରେ ନିଯୁକ୍ତି
ରାଣା ପ୍ରତାପ ହେଲେ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ସହପର୍ଯ୍ୟବେକ୍ଷକ, ସୁଧାକର ନନ୍ଦଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର
/sambad/media/post_attachments/wp-content/uploads/2019/04/bjd-d.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)