ବିଜେଡି ଶିବିରରେ ଆଲୋଡନ : ଚାପ କୌଶଳ ପ୍ରୟୋଗ କରୁଛନ୍ତି ନେତା

ମିଶ୍ରଣ ପର୍ବ, ଇସ୍ତଫା ନାଟକ ଚାପରେ ଛାମୁଆ

ଭୁବନେଶ୍ବର : ମନ୍ତ୍ରୀ ରମେଶ ମାଝୀଙ୍କୁ ପ୍ରାର୍ଥୀ କରିବା ସପକ୍ଷରେ ମତ ପ୍ରକାଶ ପାଇବା କ୍ଷଣି ବିଗିଡ଼ି ଗଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ। ହଠାତ୍ ଗୁରୁବାର ଦଳରୁ ଇସ୍ତଫା ଦେଇଛନ୍ତି। ଦୁଇ ଦିନ ତଳେ ସୁଷମା ବିଶ୍ବାଳ ନବୀନ ନିବାସ ଆସି ବିେଜଡିରେ େଯାଗଦେଇଥିଲେ। ପ୍ରାର୍ଥୀ େଘାଷଣା େହାଇନି, ଶୁକ୍ରବାର ନୀଳଗିରି ବିଧାୟକ ବିଜେଡିକୁ ବାଏ ବାଏ କରିଛନ୍ତି।

କେବଳ ଏହି ଦୁଇଟି ନିର୍ବାଚନମଣ୍ଡଳୀ ନୁେହଁ, ଆଗକୁ ଏହି ଧାରା ବିେଜଡିରେ ଜାରି ରହିବା ଆଶଙ୍କାକୁ ଏଡ଼ାଇ େଦଇ େହଉନାହିଁ। େଯଉଁମାନଙ୍କର ଟିକେଟ୍ କଟିବ ବା ପ୍ରମୁଖ ଆଶାୟୀଙ୍କୁ ଦଳ ପ୍ରାର୍ଥୀ କରିବ ନାହିଁ, େସମାେନ ଅନ୍ୟ ଦଳକୁ ଡେଇଁବା ବା ସ୍ବାଧୀନ ଭାବେ ଠିଆ େହାଇ ଦଳ ରାସ୍ତା ଓଗାଳିବା ଅସ୍ବାଭାବିକ ନୁେହଁ।

ପ୍ରାକ୍ ନିର୍ବାଚନ ପୃଷ୍ଠଭୂମିରେ ଏଭଳି ଚିତ୍ର କିନ୍ତୁ ଶାସକ ବିେଜଡିର ତୃଣମୂଳ କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି କରିବା ପାଇଁ େଖାରାକ େଯାଗାଇଛି। ଦଳରେ େଯାଗ ଦେଉଥିବା େନତାଙ୍କ ଗ୍ରହଣୀୟତା ଓ ବିଦା େହଉଥିବା େନତାଙ୍କ େଲାକପ୍ରିୟତାକୁ ନେଇ କର୍ମୀ ଏବେ ହିସାବ ନିକାଶ କରିବା ଆରମ୍ଭ କଲେଣି। ଏହି ପ୍ରକ୍ରିୟା ଦ୍ବାରା ବିେଜଡିର ଆଭ୍ୟନ୍ତରୀଣ ରାଜନୀତି ହଠାତ୍ ବିଗିଡ଼ି ଗଲା ଭଳି ମନେ େହଉଛି।

ବିଭିନ୍ନ ନିର୍ବାଚନମଣ୍ଡଳୀର ସ୍ଥିତି ସମୀକ୍ଷା କଲା ବେଳେ ଏକଥା ଜଳ ଜଳ େହାଇ ଦିଶୁଛି େଯ ନୂଆ େନତାଙ୍କୁ ପୁରୁଖା କର୍ମୀ ବା ଛାମୁଆ ନେତା ଗ୍ରହଣ କରିବା ପାଇଁ ଅରାଜି ନାହାନ୍ତି। କିନ୍ତୁ ପୁରୁଣା େନତାଙ୍କୁ ଦଳରେ ବାନ୍ଧି ରଖିବା ଲାଗି ନିର୍ଦିଷ୍ଟ କି ଉଦ୍ୟମ େହଉଛି, ଏ ସଂକ୍ରାନ୍ତରେ ଶୀର୍ଷସ୍ତରର ରଣନୀତି କଣ, ସର୍ବୋପରି େଯଉଁ ନୂଆ େନତା ବିେଜଡିକୁ ଆସୁଛନ୍ତି, ସେମାନଙ୍କୁ ପୁରୁଣା କର୍ମୀଙ୍କ ସହିତ େଯାଡ଼ିବା କାମଟିକୁ କାହାକୁ ଦିଆଯାଇଛି, ସେ ନେଇ ସମ୍ପୂର୍ଣ୍ଣ ଅନ୍ଧାରରେ ଅଛନ୍ତି। ପରିଣାମ େହଲା, କେବଳ ନବରଙ୍ଗପୁର େଲାକସଭା େକ୍ଷତ୍ର କିମ୍ବା ନୀଳଗିରି ନୁେହଁ, ମାଲକାନଗିରିରେ ମାନସ ମା଼ଡ଼କାମୀ ଓ ଦଳକୁ େଫରିଥିବା ମୁକୁନ୍ଦ େସାଡିଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ େହାଇଗଲାଣି। ପାରଳା ରାଜକୁମାରୀ କଲ୍ୟାଣୀ େଦବୀ ବିେଜଡିେର େଯାଗ ଦେବା ପରେ ପୂର୍ବତନ ବିଧାୟକ କେ ନାରାୟଣ ରାଓ ଦୁଇ ଦିନ ତଳେ ଗୁପ୍ତ ବୈଠକ କରି ବିକଳ୍ପ ରଣନୀତି ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଖାସ୍ ଏମିତି ଏକ ଆଶଙ୍କା କରି ଭୁବନେଶ୍ବର ଏକାମ୍ର ଆସନରୁ ଆଶାୟୀ ପ୍ରାର୍ଥୀ ବାବୁ ସିଂ ନିକଟରେ ବିେଜପିରେ ଯୋଗ ଦେଇଛନ୍ତି। କଳାହାଣ୍ଡି େହଉ କି େକନ୍ଦ୍ରାପଡା, ପୁରୀ ଅଥବା ବ୍ରହ୍ମପୁର ସବୁଠାରେ େନତୃତ୍ବ ଉପରେ ଚାପ କୌଶଳ ପ୍ରୟୋଗ କରିବା ଲାଗି ଏଭଳି ଢଙ୍ଗରେ ବଡ଼ ଧରଣର କାର୍ଯ୍ୟକ୍ରମ ଜାରି ରହିଛି।

କେଉଁ େନତା ବିେଜଡିରେ ରହିଲେ ବା ଦଳ ଛାଡ଼ି ଅନ୍ୟ ଦଳକୁ ଚାଲିଗଲେ େଭାଟକୁ ଏହା କେତେ ପ୍ରଭାବିତ କରିବ, ତାହା ଏବେଠାରୁ ଆକଳନ କରିବା ମୁସ୍କିଲ। କିନ୍ତୁ ଏହି ଅସନ୍ତୋଷକୁ ଯଦି ଦଳର ଶୀର୍ଷ େନତୃତ୍ବ ପ୍ରଶମିତ ନ କରନ୍ତି, ତେବେ ସାମଗ୍ରିକ ଭାବେ ବିେଜଡି ମୂଳଦୁଆକୁ େକଉଁଠି ନା େକଉଁଠି ସଂକ୍ରମିତ କରିବ। ତଥ୍ୟାଭିଜ୍ଞ ମହଲର ଯୁକ୍ତି େହଉଛି, ଗତ ଚାରିଟି ନିର୍ବାଚନ ଅପେକ୍ଷା ୨୦୧୯ ନିର୍ବାଚନ ଅନେକ କାରଣରୁ ଗୁରୁତ୍ବପୂର୍ଣ୍ଣ। ମୁଖ୍ୟତଃ ବିେରାଧୀ ଦଳମାନେ ଏଥର ସରକାରୀ ଦଳ ଭିତରେ ଅସନ୍ତୋଷର ନିଆଁକୁ େଖଳାଇ ଅସ୍ତବ୍ୟସ୍ତ କରିବାର ସାମର୍ଥ୍ୟ ରଖିଛନ୍ତି। ନୀତି, ଆଦର୍ଶ, ଭାବମୂର୍ତିକୁ ପଛକୁ େଠଲି େଦଇ ଦଳବଦଳ କରିବା ପାଇଁ େନତାମାନଙ୍କୁ ପ୍ଲାଟଫର୍ମ େଯାଗାଉଛନ୍ତି ଓ େସମାନଙ୍କୁ ନିର୍ବାଚନ ମଇଦାନକୁ ଆଣି େଭାଟ ବିଭାଜନ କରିବା ଲାଗି ସୁେଯାଗ ସୃଷ୍ଟି କରୁଛନ୍ତି। ହେଲେ ଏହି ଚାଲକୁ ଶତ ପ୍ରତିଶତ ବିଫଳ କରିବା ଲାଗି ଶାସକ ଦଳ େଯଉଁ କୌଶଳ ଆପଣେଇବା କଥା ତାହା ଏଯାଏ ପରିଦୃଷ୍ଟ େହଉନାହିଁ। ବିେଜଡିର ଜଣେ ପୁରୁଖା ତଥା ଅଭିଜ୍ଞ େନତା ନିଜ ନାମ େଗାପନ ସର୍ତରେ କହିଛନ୍ତି, ଦଳର ମୁଖିଆ େଯତେବେଳେ େଯଉଁ ଦାୟିତ୍ବ ଦେଇଛନ୍ତି, ତାହାକୁ ଶତ ପ୍ରତିଶତ କାର୍ଯ୍ୟକାରୀ କରାଯାଇଛି। ୧୯୯୫ ମସିହାରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି େହାଇଥିଲା। ସେତେବେଳେ େନତୃତ୍ବ କ୍ଷମତାକୁ ନିଶ୍ଚିତ େଫରିବେ େବାଲି ଭାବିନେଇ ଅସନ୍ତୁଷ୍ଟଙ୍କୁ ମନାଇବା କଥାକୁ ଗୁରୁତ୍ବ ଦେଇନଥିଲେ ଓ ବହୁ ପରୀକ୍ଷା ନିରୀକ୍ଷା କରିଥିଲେ। ସମ୍ଭବତଃ ନବୀନ ବାବୁ ଖୁବ୍ ଶୀଘ୍ର ବିେରାଧୀଙ୍କ େପଞ୍ଚକୁ ବିଫଳ କରିବା ପାଇଁ କିଛି ଆକର୍ଷଣୀୟ େଗାଟିଚାଳନା କରିପାରନ୍ତି। ଅତୀତରେ ନିର୍ବାଚନ ପରିଚାଳନା କରିଥିବା େନତାମାନଙ୍କୁ ସାମ୍ନାକୁ ଆଣି ବିେରାଧୀଙ୍କୁ ମାତ୍ େଦଇପାରନ୍ତି। ବିଜେଡି ପାଇଁ ଆଶ୍ବାସନାର କାରଣ ହେଲା, ସେ ସମୟ ଏଯାଏ ଯାଇନାହିଁ।

ସମ୍ବନ୍ଧିତ ଖବର