ମାନସ ପ୍ରିଣ୍ଟ୍‌ ଓ ସସ୍ମିତ୍‌ ବୈଦ୍ୟୁତିକ ଗଣମାଧ୍ୟମ ସଂଯୋଜକ

ଭୁବନେଶ୍ୱର : ଗଣମାଧ୍ୟମ ସହିତ ସଂପର୍କ ଓ ସମନ୍ଵୟ ବଢାଇବା ଲାଗି ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଦଳର ଦୁଇ ଜଣ ଯୁବ ନେତାଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ପ୍ରିଣ୍ଟ୍‌ ମିଡିଆ ବା ଛାପା ଗଣମାଧ୍ୟମ ପାଇଁ ଯୁବ ନେତା ମାନସ ମଙ୍ଗରାଜ ଓ ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ସସ୍ମିତ୍‌ ପାତ୍ରଙ୍କୁ ସଂଯୋଜକ ଭାବେ ନିଯୁକ୍ତି ମିଳିଛି। ଏହା ସହିତ ଶ୍ରୀ ମଙ୍ଗରାଜ ପୂର୍ବଭଳି ବିଜେଡିର କୋରାପୁଟ ଓ ନବରଙ୍ଗପୁର ସହ ପ୍ରଭାରୀ ଭାବେ କାର୍ଯ୍ୟ କରିବେ। ସେ ମିଡିଆ ପ୍ୟାନେଲିଷ୍ଟ ମଧ୍ୟ ଅଛନ୍ତି। ସେହିଭଳି ସସ୍ମିତ ପାତ୍ର ବିଜେଡି ମୁଖପାତ୍ର ଭାବେ କାର୍ଯ୍ୟ କରୁଛନ୍ତି।

ଏଠାରେ ଉଲ୍ଲେଖଥାଉକି, ନିର୍ବାଚନ କମିସନଙ୍କ ସହିତ ତାଳ ଦେଇ ବିଜେଡି ମଧ୍ୟ ଆଗୁଆ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। କେବଳ ସରକାର ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି ତା ନୁହେଁ, ଦଳ ମଧ୍ୟ ବିରୋଧୀଙ୍କୁ ରାଜନୈତିକ ସ୍ତରରେ ମୁକାବିଲା ପାଇଁ ପାଗ ଭିଡିଲାଣି। ଏପରି ସ୍ଥଳେ ଗଣମାଧ୍ୟମକୁ ଦଳୀୟ ଆଭିମୁଖ୍ୟ ସଂପର୍କରେ ସ୍ପଷ୍ଟ ଚିତ୍ର ଦେବାକୁ ଦୁଇ ଦିନ ତଳେ ଶୀର୍ଷସ୍ତରରେ ଏକ ବୈଠକ ହୋଇଥିଲା।

ସମ୍ବନ୍ଧିତ ଖବର