ସମ୍ବେଦନଶୀଳ ଘଟଣାରେ ରାଜନୀତି କରନି: ବିଜେଡି

ଭୁବନେଶ୍ବର : ସମ୍ବେଦନଶୀଳ ଘଟଣାରେ ରାଜନୀତି ନ କରି ବିରତ ରହିବାକୁ ବିଭିନ୍ନ ରାଜନୈତିକ ଦଳ ବିଶେଷକରି ବିଜେପିକୁ ଅନୁରୋଧ କରିଛି ବିଜେଡି। ସମ୍ବେଦନଶୀଳ ଘଟଣାରେ ରାଜନୀତି କରାଗଲେ ପୀଡ଼ିତା ଓ ତାଙ୍କ ପରିବାରଲୋକ ଗଭୀର ମାନସିକ ନିର୍ଯାତନାର ଶିକାର ହେବେ ବୋଲି ବିଜେପିର ସାମ୍ବାଦିକ ସମ୍ମିଳନୀରେ ଜବାବରେ ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି, ଶ୍ରୀମୟୀ ମିଶ୍ର ଓ ସୁଲତା ଦେଓ ଏହା କହିଛନ୍ତି। ମୁଖପାତ୍ରମାନେ କହିଛନ୍ତି ଯେ ଏଭଳି ଜଘନ୍ୟ ଅପରାଧନରେ ଲିପ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମାତ୍ର ବାରମ୍ବାର ଅନୁରୋଧ ସତ୍ବେ ବିଜେପି ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି କରୁଛି। ମାମଲାକୁ ବାଟବଣା କରିବା ସହିତ ଅତି ତଳସ୍ତରର ରାଜନୀତି କରାଯାଉଛି।

ଏଭଳି ସମ୍ବେଦନଶୀଳ ଘଟଣାରେ ପୂର୍ବରୁ ରାଜ୍ୟରେ କୌଣସି ଜାତୀୟ ଦଳ ତଳସ୍ତରର ରାଜନୀତି କରିବାର ନଜିର ନାହିଁ। ବିଜେପିର ଏଭଳି ଆଚରଣ ଯୋଗୁଁ ରାଜ୍ୟବାସୀ ନିକଟ ଅତୀତରେ ଦଳକୁ ପରାଜୟର ସ୍ବାଦ ଚଖାଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏଭଳି ସ୍ଥିତିର ଦଳ ସାମ୍ନା କରିବ ବୋଲି ମୁଖପାତ୍ରମାନେ ଚେତାଇ ଦେଇଛନ୍ତି। ତେଣୁ ବିଜେପି ନେତାମାନଙ୍କର ଜ୍ଞାନ ଉଦୟ ହେବା ସହିତ ଏଭଳି ହୀନ ରାଜନୀତିରୁ ଦୂରେଇ ରହିବେ ବୋଲି ମୁଖପାତ୍ରମାନେ କହିଛନ୍ତି।

ସମ୍ବନ୍ଧିତ ଖବର