ମାହାଙ୍ଗା ହତ୍ୟାକାଣ୍ଡ ମାମଲାରେ ବିଜେପିକୁ ବିଜେଡ଼ିର ଜବାବ : ଆଇନ ତା’ ବାଟରେ ଯିବ, ବିଜେପିର ଆରୋପ ଦୁର୍ଭାଗ୍ୟଜନକ

ଭୁବନେଶ୍ବର : ମାହାଙ୍ଗାରେ ବିଜେପି ନେତାଙ୍କୁ ହତ୍ୟା ମାମଲାରେ ବିଜେପି ଶାସକ ବିଜେଡ଼ିକୁ ଟାର୍ଗେଟ କରୁଥିବା ବେଳେ ତାହାର ଜବାବ ରଖିଛି ବିଜେଡ଼ି ।
ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ମୁଖପାତ୍ର ଚିନ୍ମୟ ସାହୁ କହିଛନ୍ତି ଯେ, ଓଡ଼ିଶା ସରକାର ସବୁବେଳେ ଅପରାଧ ପ୍ରତି ଶୂନ ସହନଶୀଳତା ନୀତି ଗ୍ରହଣ କରିଛନ୍ତି । ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ଆଇନ ତା ବାଟରେ ଯିବ । କଟକ ଗ୍ରାମାଞ୍ଚଳ ଏସପି ଦୃଢୋକ୍ତି ପ୍ରକାଶ କରିଛନ୍ତି, ଦୋଷୀକୁ ଗିରଫ କରାଯିବ ଓ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏଥିସହ ସେ କହିଥିଲେ, ଦୁଃଖର ବିଷୟ ଯେଉଁମାନେ ଏ ଘଟଣାରେ ଆମ ଉପରେ ଆରୋପ କରୁଛନ୍ତି,ସେମାନେ ଅନେକ ରାଜ୍ୟରେ ଶାସନ କରୁଛନ୍ତି ଓ ସେଠି କେମିତି ହିଂସା ହେଉଛି ତାହା ସମସ୍ତଙ୍କୁ ଜଣା । ଏଣୁ ଏଭଳି ଅଭିଯୋଗ କରିବାକୁ ସେମାନଙ୍କ କୌଣସି ନୈତିକ ଅଧିକାର ନାହିଁ ।

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟ ଅନୁସାରେ ଗତବର୍ଷ ଓଡ଼ିଶାରେ ଗୋଟିଏ ବି ରାଜନୈତିକ ହିଂସା ଓ ହତ୍ୟାକାଣ୍ଡ ଘଟିନାହିଁ । କିନ୍ତୁ ବିଜେପି ଶାସିତ ରାଜ୍ୟରେ ଏହା ଦେଖିବାକୁ ମିଳିଛି । ଏଣୁ ଆରୋପ ପ୍ରତ୍ୟାରୋପ କରିଵା ଦୁର୍ଭାଗ୍ୟଜନକ ।

 

ସମ୍ବନ୍ଧିତ ଖବର