ଭୁବନେଶ୍ବର: ଆଗାମୀ ଅକ୍ଟୋବର ୫ ଓ ୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୁଲିସ ଏଏସ୍ଆଇ ପରୀକ୍ଷା ସ୍ଥଗିତ ରହିବା ପରେ ରାଜ୍ୟ ସରକାରଙ୍କୁ ବିଜୁ ଜନତା ଦଳ (ବିଜେଡି) ଟାର୍ଗେଟ କରିଛି। କଟାକ୍ଷ କରି ବିଜେଡି କହିଛି, ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କୁ ଦଶହରା ଭେଟି ଦେଇଛନ୍ତି। ଏ ସରକାରରେ ଦେଢ଼ ବର୍ଷ ମଧ୍ୟରେ ୧୪/୧୫ ପେପର ଲିକ୍ ହୋଇସାରିଛି। ଓପିଆରବି ଏକ ଆଇଟିଆଇ ଟେକନୋଲୋଜିକୁ ପରୀକ୍ଷା କରିବାକୁ ଦାୟିତ୍ବ ଦେଇଛି। ଦଲାଲମାନେ ପ୍ରଶ୍ନପତ୍ର ଲିକ୍ କରି ଆନ୍ଧ୍ରପ୍ରଦେଶ ଶିକାକୁଲମ ଠାରେ ୧୨୦ଜଣ ଯେଉଁମାନେ ପରୀକ୍ଷା ଦେବାକୁ ଯାଉଛନ୍ତି ସେମାନଙ୍କ ଠାରୁ ପଇସା ନେଇ ପ୍ରସ୍ତୁତି କରାଯାଉଥିଲା ବୋଲି ଅଭିଯୋଗ ଆଣିଛି।
ବିଜେଡି ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁ କହିଛନ୍ତି, ପ୍ରଶ୍ନପତ୍ର କିପରି ଲିକ ହେଲା? ବିନା ଅଧିକାରୀ, ବିନା ବୋର୍ଡ ବିନା ଏମିତି ପ୍ରଶ୍ନପତ୍ର ଲିକ୍ ହେବା ସମ୍ଭବ ନୁହେଁ। ଏ ସରକାର ଲୋକଙ୍କ ସରକାର ନୁହେଁ, ବାତିଲ ସରକାର। ସମସ୍ତେ ବିକ୍ରି ହୋଇଯାଉଛନ୍ତି। ଯୁବପିଢ଼ିଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଛନ୍ତି ସରକାର। ବିଭାଗୀୟ ମନ୍ତ୍ରୀ ଏ ବିଷୟରେ ଜାଣିଛନ୍ତି ନା ନାହିଁ? ମୁଖ୍ୟମନ୍ତ୍ରୀ କାହିଁକି ଚୁପ? ଯଦି ଆମେ ସୁରାକ ପାଉ କି ମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କ ଲୋକ ଏ ପ୍ରଶ୍ନପତ୍ର ଲିକ ଘଟଣାରେ ସଂଶ୍ଲିଷ୍ଟ ଥିବେ ତେବେ ବିଜୁ ଛାତ୍ର ଜନତା ଦଳ ରାଜରାସ୍ତାରେ ଲଢ଼େଇ କରିବ। ଆମେ ଉତ୍ତର ଅପେକ୍ଷାରେ ରହିଲୁ। ସରକାର ଉତ୍ତର ଦିଅନ୍ତୁ।
ସୂଚନାଯୋଗ୍ୟ, ଆସନ୍ତା ୫ ଓ ୬ ତାରିଖ ଦିନ ପୁଲିସ ଏସ୍ଆଇ ଲିଖିତ ପରୀକ୍ଷା ହେବାର ଥିଲା। ଏଥି ପାଇଁ ପରୀକ୍ଷାର୍ଥୀମାନେ ପ୍ରବେଶ ପତ୍ର ପାଇସାରିଥିଲେ। ପରୀକ୍ଷା ପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ କରିଥିଲେ। ତେବେ ଅନିବାର୍ଯ୍ୟ କାରଣ ପାଇଁ ଆଗାମୀ ୫ ଓ ୬ ତାରିଖରେ ହେବାବୁ ଥିବା ଲିଖିତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ପରୀକ୍ଷା ତାରିଖ ନେଇ ଓପିଆରବି ପକ୍ଷରୁ ସୂଚନା ଦିଆଯିବ ବୋଲି କୁହାଯାଇଛି। ପୁଲିସ୍ ଏସଆଇ ପରୀକ୍ଷାରେ ଜାଲିଆତି ହୋଇଥିବା ନେଇ ଖବର ସାମ୍ନାକୁ ଆସିବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ପୁଲିସ ୧୨୦ ପରୀକ୍ଷାର୍ଥୀଙ୍କୁ ଆନ୍ଧ୍ରରୁ ଉଠାଇ ଆଣିଥିବା ମଧ୍ୟ କୁହାଯାଉଛି। ବ୍ରହ୍ମପୁରକୁ ଏହି ଛାତ୍ରମାନଙ୍କୁ ଆଣି ପୁଲିସ ପଚରାଉଚରା କରୁଛି। ତେବେ ପ୍ରକୃତ ଘଟଣା ସମୟ କ୍ରମେ ପର୍ଦ୍ଦାଫାସ ହେବ ବୋଲି ଆଶା କରାଯାଉଛି।
BJD
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/30/untitled-21-2025-09-30-18-08-45.jpg)