ଭୁବନେଶ୍ୱର:ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ଯୁବ ଓ ଛାତ୍ର ସଙ୍ଗଠନ ପକ୍ଷରୁ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ତୁରନ୍ତ ତୈଳ ଦର ବୃଦ୍ଧି ପ୍ରତ୍ୟାହାର ଦାବି ନେଇ ବିଧାୟକ ସଞ୍ଜୟ ଦାସମହାପାତ୍ର ଓ ବିଧାୟକ ଅରୁଣ ସାହୁଙ୍କ ନେତୃତ୍ୱରେ ବିଜେଡି ଯୁବ ଓ ଛାତ୍ର ସଙ୍ଗଠନର କର୍ମକର୍ତ୍ତାମାନେ ପିଏମଜି ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଜେଡି କର୍ମୀମାନେ ତୈଳ ଦର ବୃଦ୍ଧିର ପ୍ରତିବାଦ କରିବା ପାଇଁ ସାଙ୍ଗରେ ବଳଦଗାଡ଼ି ନେଇ ଆସିଥିଲେ ଓ ଯେଉଁମାନେ ବାଇକ ଆଣିଥିଲେ ସେମାନେ ଏହା ନ ଚଳାଇ ଗଡ଼େଇଗଡ଼େଇ ନେଉଥିବା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/bbsr-6.jpg)