ପୋଲାଭରମ ପ୍ରକଳ୍ପକୁ ବିରୋଧ : ମାଲକାନଗିରିରେ ବିଜେଡିର ଗଣଧାରଣା, ବିକ୍ଷୋଭ

ମାଲକାନଗିରି : ପଡୋଶୀ ଆନ୍ଧ୍ରପ୍ରଦେଶର ପୋଲାଭରମ୍‌ ପ୍ରକଳ୍ପକୁ ପୁଣି ବିରୋଧ। ଶାସକ ବିଜୁ ଜନତା ଦଳ ପକ୍ଷରୁ ଆଜି ମାଲକାନଗିରି ଜିଲ୍ଲାର ୭ଟି ବ୍ଲକ ସମେତ ଜିଲ୍ଲା ମହକୁମାରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳ ପକ୍ଷରୁ ବିଡିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

ଦଳ ପକ୍ଷରୁ କୁହାଯାଇଛି ଯେ, ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦକ୍ଷିଣ ଓଡିଶାର ଅର୍ଦ୍ଧାଧିକ ଅଂଚଳ ବୁଡ଼ିଯିବ। ମାଲକାନଗିରି ଜିଲ୍ଲାର ମୋଟୁ ତହସିଲର ୧୫ଟି ରାଜସ୍ୱ ଗ୍ରାମ ଓ ୧୦ଟି ପଡା ଗ୍ରାମ ଜଳମଗ୍ନ ହେବ। ମୋଟୁରେ ୨୫ଟି ଗ୍ରାମର ୬୮୧୮ ଲୋକ ପ୍ରଭାବିତ ହେବେ। ପ୍ରଭାବିତ ଲୋକଙ୍କ ମଧ୍ୟରେ ୫୯୧୬ ଜଣ ଆଦିବାସୀ ଅଛନ୍ତି ବୋଲି ଦଳ ଅଭିଯୋଗ କରିଛି। ଏଥିସହ ୭୬୫୬ ହେକ୍ଟର ଜମି ଓ ଜଙ୍ଗଲ ବୁଡ଼ିଯିବାର ଆଶଙ୍କା ରହିଛି। ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଅନୁମତି ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଇଛି। ଫଳରେ, ପୋଲାଭରମ୍‌ ପ୍ରକଳ୍ପକୁ ତୁରନ୍ତ ବନ୍ଦ କରାଯାଉ ବୋଲି ଆଜି ବିଜେଡି ଦାବି କରିଛି।

ସମ୍ବନ୍ଧିତ ଖବର