ଭୁବନେଶ୍ବର: ନିର୍ବାଚନ ପରେ ପ୍ରଥମ ଥର ପାଇଁ ରାସ୍ତାକୁ ଓହ୍ଲାଇଛି ବିଜେଡି। ରାଜଭବନର ଏଏସ୍ଓ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ମାଡ଼ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେଡିର ଯୁବ ଓ ଛାତ୍ର ଶାଖା ଆଜି ରାଜଭବନ ସମ୍ମୁଖରେ ଧାରଣା ଦେଇଥିଲେ। ଦଳର ନେତାମାନେ ‘ଓଡ଼ିଆ ଅସ୍ମିତା’ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ସେମାନେ କହିଥିଲେ, ଜଣେ ଅଣଓଡ଼ିଆ ବ୍ୟକ୍ତିଙ୍କ ଦ୍ୱାରା ଜଣେ ଓଡ଼ିଆ ଅଧିକାରୀ ମାଡ଼ ଖାଇବା ପରେ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିବା ଏବଂ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ରାଜ୍ୟ ସରକାରଙ୍କ ଅପାରଗତା ଓ ବିଜେପିର ଓଡ଼ିଆ ଅସ୍ମିତାର ଏକ ମିଛ ନାଟକ ଥିଲା ବୋଲି ସ୍ପଷ୍ଟ ଚିତ୍ର ପ୍ରମାଣ କରୁଛି। ଏଥିସହ ରାଜ୍ୟ ସରକାର ଏହି ଘଟଣା ସମ୍ପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ତୁରନ୍ତ ଏହି ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଯୁବ-ଛାତ୍ର ନେତାମାନେ ଚେତାବନୀ ଦେଇଥିଲେ।
ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଗଣଧାରଣାରେ ଶୁଭେନ୍ଦୁ ମଙ୍ଗରାଜ, ଜ୍ୟୋତ୍ସ୍ନା ପରିଡ଼ା, ଶୁଭ୍ରଜିତ ପାଢ଼ୀ, ସୋଫିଆ ଆଲମ୍, ବିଜୟକେତନ ସାହୁ, ସତ୍ୟଜିତ ପଟ୍ଟନାୟକ, ରାଜେଶରାଜ ସ୍ୱାଇଁ, ମିକୁ ପ୍ରଧାନ, ବିଶ୍ବ ପ୍ରତାପ ସାହୁ, ଇପ୍ସିତା ସାହୁ ଓ ଅଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/fhhshssfhf.jpg)