ରନ୍ଧନ ଗ୍ୟାସ ମୂଲ୍ୟବୃଦ୍ଧି ପ୍ରତିବାଦରେ ଯାଜପୁର ଜିଲ୍ଲା ବିଜେଡି ଯୁବ, ଛାତ୍ର ଓ ମହିଳା ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଯାଜପୁରଟାଉନ/ସଦର : ରନ୍ଧନ ଗ୍ୟାସର ମୂଲ୍ୟବୃଦ୍ଧି ପ୍ରତିବାଦରେ ସୋମବାର ଦିନ ଯାଜପୁର ଜିଲ୍ଲା ବିଜୁ ଜନତାଦଳର ଯୁବ, ଛାତ୍ର ଓ ମହିଳା ସଂଗଠନ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ପ୍ରାକ୍ତନ ପୌରାଧ୍ୟକ୍ଷ ଭବପ୍ରସାଦ ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ନଗର ଯୁବ ବିଜେଡି ସଭାପତି ମନୋଜ କୁମାର ସାହୁ, ବିଜେଡି ଜିଲ୍ଲା ଉପସଭାପତି ଦେବଦତ୍ତ ଦାସ, ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଯୁବ ସଂଗଠକ ଗଣେଶ ଚନ୍ଦ୍ର ମହାକୁଡ଼, ବ୍ଲକ୍‌ ବିଜେଡି ସଭାପତି ପରେଶ ବିଶ୍ୱାଳ, ଅନିଲ କୁମାର ସାହାଣୀ, ଦେବାଶିଷ ପଣ୍ଡା, ସନ୍ତୋଷ କୁମାର ମଲ୍ଲିକ, ଦିଲ୍ଲୀପ କୁମର ଜେନା, ଅଜୟ କୁମାର ମହାନ୍ତି, ପଦ୍ମାସିନୀ ନାୟକ, ମହାଳୟା ପାତ୍ର, ମାମିନା ବାରିକ, ସୋନୁଲତା ପରିଡ଼ାଙ୍କ ସମେତ ବହୁ ଯୁବ ଛାତ୍ର ଓ ମହିଳା ନେତ୍ରୀ କେନ୍ଦ୍ର ସରକାରଙ୍କର ତୀବ୍ର ସମାଲୋଚନା କରିବା ସହ ତୁରନ୍ତ ଗ୍ୟାସ ଦର ହ୍ରାସ ଓ ୪ଶହ ଟଙ୍କା ସବ୍‌ସିଡି ପ୍ରଦାନ କରିବାକୁ ଦାବି କରିଥିଲେ। ଅଶ୍ୱିନୀ କୁମାର ବିଶ୍ୱାଳ, ସୁରେନ୍ଦ୍ର ରଣା, ଅନନ୍ତ ପାତ୍ର, ଗୋକୁଳାନନ୍ଦ ରାଉତଙ୍କ ସମେତ ବହୁ ସଂଗଠକ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ। ଶେଷରେ ସାଂସଦ ଶ୍ରୀମତୀ ସେଠୀ, ପ୍ରାକ୍ତନ ପୌରାଧ୍ୟକ୍ଷ ଶ୍ରୀ ଦାସଙ୍କ ନେତୃତ୍ୱରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର