ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଏଟିଏମ୍ଗୁଡିକରୁ ଟଙ୍କା ନ ମିଳିବା ଘଟଣାକୁ ନେଇ ଆଜି ବିଜେଡି ପକ୍ଷରୁ ଭୁବନେଶ୍ୱରସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ ସମ୍ମୁଖରେ ପ୍ରତିବାଦ ସଭା କରାଯାଇଛି। ସେହିପରି ବିଜେଡ଼ି ପକ୍ଷରୁ ସମସ୍ତ ଜିଲ୍ଲା ସଦର ମହକୁମା ଓ ବ୍ଲକସ୍ତରରେ ଅଗ୍ରଣୀ ବ୍ୟାଙ୍କ ସମ୍ମୁଖରେରେ ମଧ୍ୟ ସକାଳ ୧୦ରୁ ୧୨ଟା ଯାଏ ଦୁଇଘଣ୍ଟିଆ ଧାରଣା ଦିଅାଯାଇଛି।
/sambad/media/post_attachments/wp-content/uploads/2018/04/bbsr-2.jpg)
ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ୨୦୧୬ ମସିହାରେ ବିମୁଦ୍ରାକରଣର ଦୁଃଖଦ ଅନୁଭୂତିକୁ ଲୋକେ ପୁଣି ଭୋଗିବା ଆରମ୍ଭ କରିଛନ୍ତି। ସାରା ଦେଶରେ ଏଟିଏମ୍ ଖାଲି ପଡିଛି ଏବଂ ଝୁଲା ଯାଇଥିବା ‘ନୋ କ୍ୟାସ୍’ ନୋଟିସ୍ ଲୋକମାନଙ୍କ ପ୍ରତି ଉପହାସ ଭଳି ହୋଇଛି। ନଗଦ ଟଙ୍କା ପାଇଁ ଲୋକମାନଙ୍କର ଧାଁଧପଡ଼ ଓ ନାହିଁ ନ ଥିବା ଦୁର୍ଦ୍ଦଶା ସବୁଠି ଦେଖିବାକୁ ମିଳିଲାଣି। ଦେଶ ଅର୍ଥନୀତିର ଏକ ପ୍ରମୁଖ ଅଙ୍ଗ ବ୍ୟାଙ୍କ ବ୍ୟବସ୍ଥା ଏବେ ଭୁଶୁଡ଼ିବାକୁ ବସିଲାଣି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକରେ ଗରିବ ଲୋକଙ୍କୁ ସେମାନଙ୍କ ଟଙ୍କା ପାଇବାର ବାଟକୁ ବନ୍ଦ କରିଦେଇଛନ୍ତି ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/bbsr-1-1.jpg)