ନୂଆପଡ଼ା : ରନ୍ଧନ ଗ୍ୟାସ୍, ତୈଳଦର ବୃଦ୍ଧି ପ୍ରତିବାଦରେ ବୁଧବାର କେନ୍ଦ୍ର ସରକାର ବିରୋଧରେ ବିଜୁ ଯୁବ-ଛାତ୍ର ଓ ମହିଳା ଜନତା ଦଳ ପକ୍ଷରୁ ଭବାନୀପାଟଣା ସଦର ବ୍ଲକ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ତତ୍ତ୍ବାବଧାନରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିଥିଲା। ପୂର୍ବାହ୍ନରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁପ୍ରତାସିଂହ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିବାଦ ସଭାକୁ ବିଜେଡି ସମ୍ପାଦକ ସୁଧୀର ମିଶ୍ର ପରିଚାଳନା କରିଥିଲେ। ବିଧାୟକ ଶ୍ରୀ ଢୋଲକିଆ ମୁଖ୍ୟ ଅତିଥି, ଯୁବ ଜିଲ୍ଲା ସଭାପତି ହରିଶ୍ଚନ୍ଦ୍ର ପଣ୍ତା, ଜିଲ୍ଲା ଉପ ସଭାପତି କ୍ଷିତିଶ ଅଶୋକ ବୋଧଙ୍କର, ନଗର ସଭାପତି ମହେଶ ନିଆଲ, କିଷାନ ସେଲ୍ ଜିଲ୍ଲା ସଭାପତି ରାମଚରଣ ସାହୁ, ବରିଷ୍ଠ ନେତା ଚନ୍ଦ୍ରକାନ୍ତ ସିଂହ ଠାକୁର, ମନୋଜ ସାହୁ, ଶେଖର ଜୈନ, ଲାଲସିଂହ ରାଉତ, ଧନୁର୍ଯ୍ୟ ପ୍ରଧାନ, ନିଶାନ୍ତ ଡାଗା, ଯୁବ ବିଜେଡି ସଦର ବ୍ଲକ୍ ସଭାପତି ବିଲାଲ ଭାଇ, ନଗର ସଭାନେତ୍ରୀ ସଂଗୀତା ପାରକ, ପୂର୍ବତନ ଏନ୍ଏସି ଅଧ୍ୟକ୍ଷା ନୀଳେଶ୍ବରୀ ମାଝି, ନିରୁପମା ପଟ୍ଟନାୟକ, ଖରିଆର ରୋଡ୍ ନଗର ସଭାନେତ୍ରୀ ଅଞ୍ଜଳି ସୋନୀ, ରୀତା କଶ୍ୟପ, ପ୍ରୀତି ସୋନୀ ପ୍ରମୁଖ ସମ୍ମାନିତ ଅତିଥି ଉପସ୍ଥିତ ଥିଲେ। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏଡିଏମ ଅଗସ୍ତି ପ୍ରଧାନଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।
ସେହିପରି ବୋଡ଼େନ ବ୍ଲକ୍ ଛାତ୍ର ଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ଅମିତ କୁମାର ସିଂହଦେଓଙ୍କ ନେତୃତ୍ବରେ ପ୍ରତିବାଦ ସଭା ହୋଇଛି। ରନ୍ଧନ ଗ୍ୟାସ ଦାମ ୪୦୦ ଟଙ୍କା ହ୍ରାସ କରିବାକୁ ଦାବି କରିଛନ୍ତି।
ସେହିପରି ସିନାପାଲି ବ୍ଲକ୍ ବିଜେଡି ପକ୍ଷରୁ ସଂଗଠନ ସଦସ୍ୟ ମହେନ୍ଦ୍ର ସୁନାନୀ ସଭାପତିତ୍ୱରେ ବିକ୍ଷୋଭ ହୋଇଥିଲା। ଜିଲ୍ଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ ମୁଖ୍ୟଅତିଥି, ବ୍ଲକ୍ ସମ୍ପାଦକ ଦୈତାରି ମେହେର, ଜିଲ୍ଲା ସମ୍ପାଦକ ଭୀଷ୍ମରାଜ ସୁନାନୀ, ମହିଳା ସଭାନେତ୍ରୀ ମନ୍ଦାକିନୀ ବଘେଲ, ସରପଞ୍ଚ ଜୟରାମ ମାଝୀ, ସନ୍ତୋଷିନୀ ଅଗ୍ରୱାଲ, କେଦାର ବନ୍ଦିଛୋର, ରାମେଶ୍ୱର ମାଝୀ, ପ୍ରଦୀପ ପ୍ରଧାନ, ଶିଶୁପାଳ ଧାକଡ଼, ମିଥୁନ ବାଗ, ନଳିନୀ ବାଗ, ଗଜାନନ ବଗର୍ତ୍ତି, ଉଦିତ ଖର୍ସେଲ, ଇନାୟନ ମହମ୍ମଦ, ପଦ୍ମନ ସା, ବିଦ୍ୟାଧର ଦୀପ, ଇନ୍ଦ୍ରଜିତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।