ମମିତା ମେହେର ହତ୍ୟାକାଣ୍ଡ: ବିଜେପିର ଅଭିଯୋଗ ଉପରେ ଜବାବ ରଖିଲା ବିଜେଡି

ଭୁବନେଶ୍ୱର: ଅଧ୍ୟାପିକା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିଜେପି ଆଣିଥିବା ଅଭିଯୋଗ ଉପରେ ବିଜେଡି ଜବାବ ରଖିଛି। ବିଜେଡି କହିଛି, ମମିତା ମେହେର ମୃତ୍ୟୁ ପାଇଁ ଆମେ ସମସ୍ତେ ଦୁଃଖିତ। କେବଳ ଖାଲି ମୁଁ, ନୁହଁ ସାରା ଓଡ଼ିଶାବାସୀ ଏବଂ ବିଜୁ ଜନତା ଦଳ ମଧ୍ୟ ଦୁଃଖିତ ବୋଲି ବିଜେଡି ପ୍ୟାନେଲିଷ୍ଟ ଇପ୍‌ସିତା ସାହୁ କହିଛନ୍ତି।

ତେବେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏହି ଘଟଣାକୁ ନେଇ କଲେଜକୁ ଯେଉଁ ଟାର୍ଗେଟ କରୁଛନ୍ତି ତାହା ଭିତ୍ତିହୀନ।ଏହି ଘଟଣାରେ ବିଜେପି ଯେଉଁ ରାଜନୀତି କରୁଛି ତାହା ନିନ୍ଦନୀୟ। ନ୍ୟାୟାଳୟ ଉପରେ ଭରଷା ଅଛି। ତଦନ୍ତ ଚାଲୁଛି। ଯିଏ ଦୋଷୀ ତାଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ।

ରାଜ୍ୟବାସୀ ଚାଁହୁଛନ୍ତି ମମିତା ମେହେରଙ୍କ ପରିବାରକୁ ନ୍ୟାୟ ମିଳୁ। ଏହି ଘଟଣାରେ ଯିଏ ପ୍ରକୃତ ଦୋଷୀ ସିଏ ଦଣ୍ଡ ପାଉ। ଧୈର୍ଯ୍ୟ ଧରି ପୁଲିସ ପ୍ରଶାସନ ଉପରେ ଭରସା ରଖନ୍ତୁ। ମାତ୍ର ବିଜେପି ଯେଉଁ ଭଳି ଏହି ଘଟଣାରେ କୁମ୍ଭୀର କାନ୍ଦଣା କାନ୍ଦୁଛି ତାହା ହାସ୍ୟାସ୍ପଦ। ରାଜରାସ୍ତାରେ ହୋ ହାଲ୍ଲା କରିବା ଅପେକ୍ଷା ଯଦି ପ୍ରମାଣ ଅଛି ତାହେଲେ ଗୋଟିଏ ହାତରେ ପ୍ରମାଣ ଆଣନ୍ତୁ ଓ ଅନ୍ୟ ହାତରେ ଗିରଫ କରାନ୍ତୁ। ଉତ୍ତର ପ୍ରଦେଶର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଗାଡି ଚଢାଇ କୃଷକଙ୍କୁ ମାରିବା ଘଟଣାରେ ବିଜେପି କାହିଁକି ଚୁପ ରହିଛି ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜେଡି ପ୍ୟାନେଲିଷ୍ଟ ଇପସିତା ସାହୁ।

ସେହିପରି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ସାମ୍ବାଦିକ ସମ୍ମିଳନୀକୁ କାଉଣ୍ଟର ବିଜେଡି ସଭାନେତ୍ରୀ ପ୍ରମିଳା ମଲ୍ଲିକ। ମୁଁ ପ୍ରଥମେ ଆପଣଙ୍କୁ କହିଛି, ଜଣେ ଦକ୍ଷ ପୁଲିସ ଅଫିସରଙ୍କୁ ଘଟଣାର ଦଦନ୍ତ ଦାୟିତ୍ୱ ଦିଆଯାଇଛି। ସେ ତଦନ୍ତ କରିବେ ଏବଂ ଯିଏ ଦୋଷୀ ସାବ୍ୟସ୍ତ ହେବ ସେ ଦଣ୍ଡ ପାଇବ। ଯେଉଁ ପୁଲିସ ଅଧିକାରୀ ଜମ୍ମୁକାଶ୍ମୀର ପାଇଁ କାମ କଲେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ରେ କାମ କଲେ ତାଙ୍କ କଥା ଯଦି ଗପ ଭଳିଆ ଲାଗିବ ତାହେଲେ ତାଙ୍କୁ କେଉଁ ପୁଲିସ ଅଫିସର ଠିକ୍‌ ଲାଗିବ ସେ ବାଛି ଦେଉ ନାହାଁନ୍ତି। ଏହି ପୁଲିସ ଅଫିସରଙ୍କୁ ଦେଲେ ସେ ଭାବରେ କାମ କରିବେ।

କୌଣସି ଜାଗାରେ କେସ୍‌ ଚପାଯାଇ ନାହିଁ। ଯିଏ ଦୋଷୀ ସେ ଦଣ୍ଡିତ ହୋଇଛି। କାହା ନାଁ କେଉଁଠି ଆସିବ ବିଜେପି ବାଲା ଯାହା ନାଁ କହିବେ ତାଙ୍କୁ ଆମେ ପାଳନ କରିବୁ କି ? ପ୍ରକୃତରେ ଯଦି କିଏ ମର୍ଡର କେସ୍‌ରେ ସମ୍ପୃକ୍ତ ଥିବ ତାକୁ ପୁଲିସ ବିଭାଗ ତଦନ୍ତ କରିବ ପରେ ଆକ୍ସନ ନିଆଯିବ। ବିଜେପି କ’ଣ ଚାହୁଁଛ? ବିଜେପି ଦଳର ଲୋକ ଯାହା କହିବେ ଆମ କ’ଣ ସେଇଆ କରିବୁ। ତାହେଲେ କ’ଣ ପୁଲିସ ବିଭାଗ ବିଚାର ବିଭାଗୀୟ ରହିବନ। ପୁଲିସ ବିଭାଗର ଆଇନ ଅନୁଯାୟୀ କାମ କରୁଛନ୍ତି। ତେଣୁ ତଦନ୍ତରେ ଯିଏ ଦୋଷୀ ସେ ଦଣ୍ଡ ପାଇବ।

ଭାରତୀୟ ଜନତା ପାର୍ଟି କହିଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଧରାଯାଉ । ଅଭିଯୁକ୍ତ ଧରାପଡ଼ିବା ପରେ ବିଜେପି ନେତାମାନେ ଏବେ ଇଆଡୁ ସିଆଢୁ କହୁଛନ୍ତି। ମମିତାଙ୍କ ପରିବାର ପ୍ରତି ଆମର ଯଥେଷ୍ଟ ସମବେଦନା ରହିଛି। ତାଙ୍କ ପରିବାର ଲୋକେ କେମିତି ନ୍ୟାୟ ପାଇଁ ବେ ସେଥିପାଇଁ ପୁଲିସ ତଦନ୍ତ କରୁଛନ୍ତ। ପୁଲିସ ଅଫିସର ଠିକ୍‌ ଭାବରେ ତଦନ୍ତ କରିବେ। ତାଙ୍କ ପରିବାର ନ୍ୟାୟ ପାଇବେ।

ବିଜେପି କେନ୍ଦ୍ରରେ ଅଛି ତେଣୁ ସେମାନେ କହୁଛନ୍ତି ସିବିଆଇ ତଦନ୍ତ କଥା କହୁଛନ୍ତି । ପୁଲିସ ଉପରେ ଆମର ଓ ସାଧାରଣ ଲୋକଙ୍କର ଭରସା ଅଛି, ଯେଉଁ ଅଫିସ୍‌କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି ସେ ତଦନ୍ତ କରୁଛନ୍ତି। ଘଟଣା ସହିତ ସମ୍ପୃକ୍ତ ଥିବା ବ୍ୟକ୍ତି ଉପଯୁକ୍ତ ଦଣ୍ଡ ପାଇବ।

ବିଜେପିକୁ ସବୁବେଳେ ସବୁକଥା ଯାତ୍ରା ଭଳିଆ ଲାଗୁଛି। ତାଙ୍କୁ ସରକାରଙ୍କ କଉ କଥା ଭଲ ଲାଗେନି। ସେ ଚାହୁଁଛନ୍ତି ବିଜେଡି ବଦନାମ ହେଉ। ବିଜେଡି ନେତାମାନେ ବଦନାମ ହୁଅନ୍ତୁ। ବିଜେଡି ବଦନାମ ହେଲେ ସେମାନେ ସରକାରକୁ ଆସିବେ। ବିଜୁ ଜନତା ଦଳର ଉନ୍ନତିମୂଳକ କାମ, ସରକାରୀ କାର୍ଯ୍ୟ, ପୁଲିସ୍‌ ଆକ୍ସନ ତାଙ୍କୁ ଭଲ ଲାଗିବ ନାହିଁ। ସେମାନେ ବିରୋଧୀ ଦଳ ତେଣୁ ବିରୋଧୀ ହୋଇ ରୁହନ୍ତୁ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି।

ସମ୍ବନ୍ଧିତ ଖବର