ନୂଆଦିଲ୍ଲୀ: ଲୋକସଭାରେ ଆଜି ସାଧାରଣ ବଜେଟ୍ ଆଲୋଚନାର ଦ୍ବିତୀୟ ଦିନରେ ବିଜେଡି ପକ୍ଷରୁ ସାଂସଦ ଅନୁଭବ ମହାନ୍ତି ଭାଗ ନେଇଥିଲେ। ଦେଶର ୧୭ଟି ପର୍ଯ୍ୟଟନ ସ୍ଥଳକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳ ଭାବେ ବିକଶିତ କରିବା ତାଲିକାରେ ଓଡ଼ିଶାର କୌଣସି ପର୍ଯ୍ୟଟନ ସ୍ଥଳ ସ୍ଥାନ ପାଇନଥିବାରୁ ଅନୁଭବ କ୍ଷୋଭ ପ୍ରକାଶ କରିବା ସହ ବିଜେପି ତାର ନିର୍ବାଚନୀ ଘୋଷଣାପତ୍ରରେ ପୁରୀକୁ ସାଂସ୍କୃତିକ ରାଜଧାନୀ ଉଲ୍ଲେଖ କରିଥିବା ସମ୍ପର୍କରେ ମନେ ପକାଇଥିଲେ। ଓଡ଼ିଶାର ପର୍ଯ୍ୟଟନ ସ୍ଥଳକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳ ତାଲିକାରେ ସାମିଲ କିରବା ପାଇଁ ସେ ଦୃଢ ଦାବି ଉପସ୍ଥାପନ କରିଥିଲେ। ବିଜେଡି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସାଧାରଣ ବଜେଟକୁ ସ୍ବାଗତ କରାଯାଇଥିବା ବେଳେ ଅନୁଭବ ତାଙ୍କ ଭାଷଣରେ କହିଛନ୍ତି ଯେ ପର୍ଯ୍ୟାପ୍ତ ବଜେଟ୍ ଆବଣ୍ଟନରେ ସେଭଳି କିଛି ବ୍ୟବସ୍ଥା ହୋଇନାହିଁ।। ଓଡ଼ିଶା ତରଫରୁ ପୂର୍ବରୁ ଅନେକ ଦାବି କରାଯାଇଥିଲା । ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ହୋଇଥିବାରୁ ଓ଼ଡ଼ିଶାକୁ ପର୍ଯ୍ୟାପ୍ତ ମାତ୍ରାରେ ଅର୍ଥ ପ୍ରଦାନ ସହ ଫୋକସ୍ ରାଜ୍ୟର ମନ୍ୟତା ପ୍ରଦାନ ପାଇଁ ମଧ୍ୟ ଦାବି ହୋଇଥିଲା। ହେଲେ ସାଧାରଣ ବଜେଟ୍ରେ ଓଡ଼ିଶା ପ୍ରତି ଧ୍ୟାନ ଦିଆଯାଇନାହିଁ। ପେଟ୍ରୋଲ ଓ ଜିଜେଲ ମୂଲ୍ୟ ବୃଦ୍ଧି ସାଧାରଣ ଜନତାଙ୍କ ପାଇଁ ବାଧିବ ବୋଲି ସେ କହିଛନ୍ତି। ପିଏମ୍ କିଷାନ ଯୋଜନାରେ ଭୂମିହୀନ ଶ୍ରମିକ ଓ ଭାଗଚାଷୀଙ୍କୁ ପରିସରଭୂକ୍ତ କରିବା ଅନୁଭବ ବଜେଟ୍ ଆଲୋଚନା ଭାଷଣରେ କହିଥିଲେ। ଓଡ଼ିଶାରେ ମିଶନ ଶକ୍ତି ଓ ମମତା ଯୋଜନା କାର୍ଯ୍ୟକ୍ରମ ଅନ୍ତର୍ଗତ ମହିଳା ସଶକ୍ତିକରଣ ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅନୁଭବ ଆଲୋଚନା ବେଳେ ଗୃହରେ ଅବଗତ କରାଇଥିଲେ। ଆଦର୍ଶ ବିଦ୍ୟାଳୟ ପାଇଁ ପୂର୍ବରୁ ଓଡ଼ିଶାକୁ କେନ୍ଦ୍ର ଦ୍ବାରା ଆର୍ଥିକ ଅନୁଦାନ ପ୍ରଦାନ କରାଯାଉଥିଲା। ଏହି କାର୍ଯ୍ୟକ୍ରମ ଶୀଘ୍ର ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି ସେ କହିଥିଲେ। ରାଜ୍ୟରେ ୬ଟି ମେଡିକାଲ କଲେଜ ଖୋଲିବା ବାବଦରେ ବକେୟା ଅର୍ଥରାଶିକୁ ରିଲିଜ୍ କରିବା ପାଇଁ ସେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ବଜେଟ ଆଲୋଚନାରେ ଭାଗନେଇ ଓଡ଼ିଶାର ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ କରିବା ନେଇ ଦାବି ଉପସ୍ଥାପନ କରିଥିଲେ।
ପର୍ଯ୍ୟଟନ କ୍ଷେତ୍ରରେ ଅବହେଳା ପ୍ରସଙ୍ଗ ଉଠାଇଲା ବିଜେଡି
ଲୋକସଭାରେ ବଜେଟ୍ ଆଲୋଚନା
/sambad/media/post_attachments/wp-content/uploads/2019/05/bjd-fff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)