ଦଳିତଙ୍କ ଉପରେ ନିର୍ଯାତନା ବିରୋଧରେ ବିଜେଡିର ବିକ୍ଷୋଭ

ଭୁବନେଶ୍ୱର : ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଦଳିତମାନଙ୍କ ଉପରେ ହେଉଥିବା ନିର୍ଯାତନାକୁ ବିରୋଧ କରିଛି ବିଜେଡି। ଆଜି ଏହାର ପ୍ରତିବାଦରେ ବିଜେଡିର ଅନୁସୂଚିତ ଜାତି ସେଲ୍‌ ପକ୍ଷରୁ ରାଜଭବନ ସାମ୍ନାରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା, ମୋଦି ସରକାର ଦଳିତମାନଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ। ବିଜେପି ଶାସିତ ରାଜ୍ୟ ଗୁଜୁରାଟ ଓ ଉତ୍ତରପ୍ରଦେଶରେ ଦଳିମାନଙ୍କ ଘର ପୋଡ଼ିବା ସହ ହତ୍ୟା କରାଯାଉଛି। ଉତ୍ତରପ୍ରଦେଶର ସହାରନପୁର ଜିଲ୍ଲାରେ ୧୩ ଜଣ ଦଳିତଙ୍କୁ ହତ୍ୟା କରି ସେମାନଙ୍କ ଘର ଜାଳି ଦିଆଯାଇଛି। ଗୁଜୁରାଟରେ ଲଗାତର ଭାବେ ଦଳିତମାନଙ୍କ ଉପରେ ଆକ୍ରମଣ ଜାରି ରହିଛି।

ବିଜେଡି ଅନୁସୂଚିତ ଜାତି ସେଲ୍‌ର ଆବାହକ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଚରଣ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଗଣଧାରଣାରେ ମନ୍ତ୍ରୀ ଶଶିଭୂଷଣ ବେହେରା, ବିଧାୟକ ଆଦିକନ୍ଦ ସେଠୀ, ସୁରେନ୍ଦ୍ର ସେଠୀ, ପୂର୍ବତନ ବିଧାୟକ ସୁରେନ୍ଦ୍ର ପ୍ରସାଦ ପରମାଣିକ, ରବୀନ୍ଦ୍ର ଭୋଇଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ମାଧ୍ୟମରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର