ଭୁବନେଶ୍ବର: ଗତକାଲି କମିସନରେଟ୍ ପୁଲିସର ୧୨ତମ ପ୍ରତିଷ୍ଠା ଦିବସରେ ମହିଳାମାନଙ୍କୁ ସୁରକ୍ଷା ଦେବା ଲାଗି ଏକ ନୂଆ ପଦକ୍ଷେପ ନେଇ ଚର୍ଚ୍ଚାର ପରିସରକୁ ଆସିଥିଲେପୁଲିସ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ। କମିସନରେଟ୍ ପୁଲିସ ଏଥିଲାଗି ୨୪୬ ଜଣ ମହିଳା ସ୍ବତନ୍ତ୍ର ପୁଲିସ ଅଧିକାରୀ (ଏସପିଓ)ଙ୍କୁ ନିଯୁକ୍ତି ଦେଇଥିଲା। ଏବେ ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିବା ଭଳି ଅବସ୍ଥା ହୋଇଛି। ଏହି ପଦକ୍ଷେପକୁ ନେଇ ପୁଲିସ କମିସନର ଡ.ଷଡ଼ଙ୍ଗୀଙ୍କୁ ପ୍ରଶ୍ନ କରିଛନ୍ତି ଶାସକ ବିଜେଡିର ମୁଖପାତ୍ର।
ମହିଳାଙ୍କ ସୁରକ୍ଷା ପାଇଁ କେବଳ ମହିଳା ଏସପିଓ ନିଯୁକ୍ତି ନେଇ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି । ସେ ଏ ନେଇ କମିସନରଙ୍କୁ ମେସେଜ ଜରିଆରେ ଅବଗତ କରିଛନ୍ତି। ଲିଙ୍ଗଗତ ସମାନତାର କଥା କୁହାଯାଉଥିବା ବେଳେ କାହିଁକି କେବଳ ଯୁବତୀଙ୍କୁ ନିଯୁକ୍ତି ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ମହିଳାମାନଙ୍କ ସୁରକ୍ଷା ଲାଗି ପୁରୁଷଙ୍କୁ ଆହ୍ବାନ କରିବା ଦରକାର। ମହିଳାଙ୍କ ସହିତ ପୁରୁଷ ଏସପିଓଙ୍କୁ ନିଯୁକ୍ତି ଦିଆଯିବା ଦରକାର। ପୁରୁଷ ଓ ମହିଳା ଏକାଠି କାମ କଲେ ସଫଳତା ମିଳିବ। ଏପରିକି ପୁଲିସ କମିସନର ତାଙ୍କ ଭାଷଣରେ କହିଥିବା ସ୍ୱାମୀ ରୋଷେଇ କରିବା ପ୍ରସଙ୍ଗକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ଶାସକ ଦଳର ମୁଖପାତ୍ର।
/sambad/media/post_attachments/wp-content/uploads/2020/01/spo.jpg)
ଗତକାଲି କମିସନରେଟ ପୁଲିସର ପ୍ରତିଷ୍ଠା ଦିବସ ଅବସରରେ ମହିଳାଙ୍କ ସୁରକ୍ଷା ପାଇଁ ଏସପିଓ ୟୁନିଟର ଶୁଭାରମ୍ଭ କରାଯାଇଥିଲା । ଟ୍ୱିନି ସିଟିରେ ମହିଳାଙ୍କୁ ସୁରକ୍ଷା ପାଇଁ ୨୪୬ ଜଣ ଝିଅଙ୍କୁ ସ୍ୱତନ୍ତ୍ର ପୋଲିସ ଅଫିସର ବା ଏସପିଓ ଭାବେ ନିଯୁକ୍ତି ଦିଆଯାଇଥିଲା । ଏପରିକି ଆବଶ୍ୟକ ପଡ଼ିଲେ ସେମାନେ ଜଣଙ୍କୁ ଗିରଫ ମଧ୍ୟ କରିପାରିବେ ବୋଲି କୁହାଯାଇଥିଲା । ସାମିୟକ ଭାବେ ୩ ମାସ ପାଇଁ ଏହି ନିଯୁକ୍ତି ଦିଆଯାଇଛି ।
ସେହିପରି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ଏକ ରୋଚକ ମନ୍ତବ୍ୟ ଦେଇଥିଲେ । ସବୁବେଳେ ସ୍ତ୍ରୀ ହିଁ ରୋଷେଇ କରିବ ବୋଲି ସେମିତି କିଛି ନାହିଁ ବରଂ ସ୍ୱାମୀମାନେ ମଧ୍ୟ ରେଷେଇ ଶିଖିବା ଦରକାର । ସ୍ତ୍ରୀ ଯେତିକି ପରିଶ୍ରମ କରି ରୋଷେଇ କରୁଛି, ସ୍ୱାମୀ ମଧ୍ୟ ସେତିକି ପରିଶ୍ରମ କରି ରୋଷେଇ କାମ ତୁଲାଇବା ଦରକାର । ଯେଉଁ ପୁରୁଷମାନେ ରୋଷେଇ ନ ଶିଖିଥିବେ ସେମାନଙ୍କୁ ବିବାହ କରିବା କଥା ନୁହେଁ ବୋଲି କହିଥିଲେ ସେ । ଏହାକୁ ମଧ୍ୟ ଖଣ୍ଡନ କରିଛନ୍ତି ଲେନିନ୍ ମହାନ୍ତି। ସେ କହିଛନ୍ତି, ଯେଉଁ ପୁରୁଷ ରୋଷେଇ ଜାଣିନାହାନ୍ତି ସେମାନେ କ’ଣ ମହିଳାଙ୍କୁ ସମ୍ମାନ କରନ୍ତି ନାହିଁ? ତେଣୁ ଏଭଳି ମନ୍ତବ୍ୟରୁ ଆମେ ଦୂରେଇ ରହିବା ଦରକାର।
/sambad/media/post_attachments/wp-content/uploads/2020/01/IMG-20200103-WA0198-199x300.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Mukhapatra-3_thumb.jpg)