ବାରିପଦା: ଡାକ୍ତରୀ ଓ ଇଂଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷା କ୍ଷେତ୍ରରେ ୧୫% ସ୍ଥାନ ସଂରକ୍ଷଣ ଭଳି ଐତିହାସିକ ଓ ସଂସ୍କାରମୂଳକ ପଦକ୍ଷେପ ନିମନ୍ତେ ବିଜୁ ଛାତ୍ର ଜନତା ଦଳ ମୟୂରଭଞ୍ଜ-୧ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି। ସ୍ଥାନୀୟ ତକତପୁରସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ବିଜୁ ଛାତ୍ର ଜନତା ଦଳ ମୟୂରଭଞ୍ଜ-୧ ତରଫରୁ ଯୋଗୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଓ କୃତଜ୍ଞତା ଜ୍ଞାପନ କରାଯାଇଛି । ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଡାକ୍ତରୀ ଓ ଇଂଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷା କ୍ଷେତ୍ରରେ ୧୫% ସ୍ଥାନ ସଂରକ୍ଷଣ ପାଇବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ଛାତ୍ରଛାତ୍ରୀଙ୍କ ମହଲରେ ଖୁସି ଆଣିଦେଇଛି।

Advertisment

ମୟୂରଭଞ୍ଜ-୧ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ସୁନିଲ କୁମାର ନାୟକଙ୍କ ନେତୃତ୍ବରେ ଏହି ଧନ୍ୟବାଦ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ନିଷ୍ପତ୍ତି ଯୋଗୁଁ ସାରା ରାଜ୍ୟରେ ସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ଉପକୃତ ହେବା ସହ ସମଗ୍ର ଦେଶରେ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଏହା ଏକ ଅନୁକରଣୀୟ ବ୍ୟବସ୍ଥା ବୋଲି ସଭାପତି ସୁନିଲ ମତବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର କାମିନିକାନ୍ତ ପରିଡ଼ା, ଅବିନାଶ ବେହେରା, ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରସଭାପତି ଶଙ୍କର୍ଷଣ ପଣ୍ଡା, ଆଭାସ ଦେ, ଶୁଭଜିତ ପାଣି, ଅକ୍ଷୟ ସିଂ, ରବିନ୍ଦ୍ର ମହାନ୍ତି, ଅଭିଷେକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।