ଆଜି ଅବଶିଷ୍ଟ ୩ ଲୋକସଭା ଓ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ ବିଜେଡି !

ଭୁବନେଶ୍ୱର: ଆଜି ବିଜେଡିର ବଳକାଥିବା ୩ ଲୋକସଭା ଓ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ତାଲିକା ଆସିପାରେ । ଏନେଇ ନବୀନ ନିବାସରେ ନେତାଙ୍କ ଭିଡ଼ ମଧ୍ୟ ଜୋର ଧରିଛି । କିଏ ଟିକେଟ୍ ପାଇବ ଆଉ କାହାର ପତ୍ତା କଟିବ ତାକୁ ନେଇ ଚାଲିଛି ନବୀନ ନିବାସରେ ରୁଦ୍ଧଦ୍ୱାର ବୈଠକ ।

ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ବଳକାଥିବା ୩ଟି ଲୋକସଭା ଏବଂ ୨୮ଟି ବିଧାନସଭା କ୍ଷେତ୍ରରେ ସେନାପତି ଆଜି ଘୋଷଣା କରିପାରନ୍ତି ବିଜେଡି ସୁପ୍ରିମୋ । ତେବେ ବିଭିନ୍ନ ବିଧାନସଭା ଓ ଲୋକସଭାର ଆଶାୟୀମାନେ ନବୀନ ନିବାସକୁ ଯାଇ ଟିକେଟ୍ ପାଇବା ପାଇଁ ବିଜେଡି ସୁପ୍ରିମୋଙ୍କ ଘୋଷଣାକୁ ଅପେକ୍ଷା କରି ରହିଛନ୍ତି । ଏପରିକି ନିଜ ନିଜର ସମର୍ଥକଙ୍କ ସହ ନବୀନ ନିବାସ ସମ୍ମୁଖରେ ଡ଼େରା ପକାଇ ବସିଥିବା ଦେଖିବାକୁ ମିଳିଛି ।

ଗତକାଲି ୧୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେଡି ସୁପ୍ରିମୋ ପ୍ରାର୍ଥୀ ଘୋଷଣା କରିଥିଲେ । ଏହି ଅନେକ ନୂଆ ମୁହଁଙ୍କୁ ଦେଖିବାକୁ ମିଳିଥିଲା । ଏହାସହ ବରିଷ୍ଠ ନେତାଙ୍କୁ ଟିକେଟ୍ ରେସରୁ ବାଦ୍ ଦେଇଥିଲେ ସୁପ୍ରିମୋ । ତେବେ ବଳକାଥିବା ଆସନରେ ବିଜେଡି ସୁପ୍ରିମୋ କେତେ ନୂଆ ମୁହଁକୁ ସୁଯୋଗ ଦେଇ କେତେ ପୁରୁଖାଙ୍କୁ ବାଦ୍ କରିଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ସମ୍ବନ୍ଧିତ ଖବର