ସଂସଦରେ ବୈଜୟନ୍ତଙ୍କୁ ଘେରିଲା ବିେଜଡି ‘ବାହାମାସ୍‌’ ଟିକସ ଠକେଇ ପ୍ରସଙ୍ଗ ଉଠାଇଲେ ଭର୍ତ୍ତୃହରି

ଫୌଜଦାରି ମାମଲା ରୁଜୁ ଦାବି କରି କେନ୍ଦ୍ରକୁ ଘେରିଲେ, ଧର୍ମେନ୍ଦ୍ରଙ୍କୁ ବିଜେଡିର ଟାର୍ଗେଟ, ନିରବ କାହିଁକି?

ନୂଆଦିଲ୍ଲୀ/ଭୁବନେଶ୍ବର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ‘ବାହାମାସ୍‌’ ଟିକସ ଠକେଇ ପ୍ରସଙ୍ଗ ଓଡ଼ିଶାରୁ ଯାଇ ସଂସଦରେ ପହଞ୍ଚିଛି। ଆଉ େକହି ନୁହେଁ, ବରଂ ଆଜି ଶୂନ୍ୟକାଳରେ େଖାଦ୍ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଲୋକସଭାରେ ଏହି ପ୍ରସଙ୍ଗ ଉଠାଇବା ସହିତ ବୈଜୟନ୍ତଙ୍କ ପାଇଁ ଅଡୁଆ ବଢାଇଛନ୍ତି। ମନି ଲଣ୍ଡରିଂ ଆଇନ ଉଲଂଘନ କରିବା ଓ ଆରବିଆଇ ନିୟମ ନ ମାନିବା ଅଭିେଯାଗରେ ତାଙ୍କ ବିରୋଧରେ କାହିଁକ କେନ୍ଦ୍ର ସରକାର ଫୌଜଦାରି ମାମଲା ରୁଜୁ କରି ତଦନ୍ତ କରି ନାହାନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି।

ଆଜି ଶୂନ୍ୟକାଳରେ ଶ୍ରୀ ମହତାବ ଏ ସଂକ୍ରାନ୍ତରେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିେପାର୍ଟକୁ ଭିତ୍ତିକରି ଗୃହରେ ବୈଜୟନ୍ତ ପ୍ରସଙ୍ଗ ଉଠାଇଥିଲେ। ପ୍ରଶ୍ନ କରିଥିଲେ, ଭାରତୀୟ ପାସପୋର୍ଟ ରଖିଥିବା ବୈଜୟନ୍ତ ବାହାମାସରେ ଆକାଉଣ୍ଟ ଖୋଲିବା ପୂର୍ବରୁ ରିଜର୍ଭବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର ଅନୁମତି ନେଇଥିଲେ କି? ଯଦି ନିଆଯାଇନଥିଲା ତେବେ ଆକାଉଣ୍ଟ ଖୋଲିବା ପରେ ଏ ନେଇ ଅବଗତ କରାଯାଇଥିଲା କି? ଯଦି ସେ ସମୟରେ ବୈଜୟନ୍ତ ଏନଆରଆଇ ଥିଲେ କିମ୍ବା ଅଧ୍ୟୟନ ପାଇଁ ବାହାରକୁ ଯାଇଥିଲେ, ତେବେ ଭାରତ େଫରିବା ପରେ ଆରବିଆଇକୁ ଏ ସଂପର୍କରେ ସୂଚନା େଦଇଥିଲେ କି? ଶ୍ରୀ ମହତାବ କହିଥିଲେ, ଭାରତୀୟ ଆଇନ ଅନୁସାରେ ବିଦେଶରେ ଆକାଉଣ୍ଟ ବନ୍ଦ କରିବା ପରେ ଏହି ଟଙ୍କା ପ୍ରଥମେ ଭାରତୀୟ ବ୍ୟାଙ୍କକୁ ଆସିବା କଥା। ବୈଜୟନ୍ତ ବାହାମାସ ଆକାଉଣ୍ଟରେ ଥିବା ଟଙ୍କା ଭାରତୀୟ ବ୍ୟାଙ୍କକୁ ଆଣିଥିଲେ କି ନାହିଁ ତାହାର ବି ତର୍ଜମା େହବା ଦରକାର। ଆଇନ ଅନୁସାରେ ଯଦି ଏ ସବୁ ସର୍ତ୍ତାବଳୀ ବୈଜୟନ୍ତ ପୂରଣ କରିନାହାନ୍ତି ତେବେ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହେବା ଉଚିତ ବୋଲି େସ ଯୁକ୍ତି କରିଥିଲେ। ଖାଲି ସେତିକି ନୁ‌େହଁ, ୧୭.୭୨ କୋଟି ଟଙ୍କା ହେରଫେର ଘଟଣା‌େର ଅପରାଧିକ ମାମଲା କିମ୍ୱା ମନି ଲଣ୍ଡରିଂ ମାମଲା ରୁଜୁ ହେବ କି ନାହିଁ ସେ ପ୍ରଶ୍ନ ପଚାରିବା ସହିତ ଏହାକୁ ନେଇ ଅଭିଯୁକ୍ତମାନଙ୍କ ବିରୋଧରେ ବୈଦେଶିକ ବିନିମୟ ପରିଚାଳନା ଆଇନ (ଫେମା) ଅନୁସାରେ ମାମଲା କରାଯିବ କି ନାହିଁ ବୋଲି ମଧ୍ୟ ଭର୍ତ୍ତୃହରି ପ୍ରଶ୍ନ କରିଥିେଲ।

ଶ୍ରୀ ମହତାବ ପୁଣି କହିଥିଲେ, ବିେଜପିର ଜଣେ ବରିଷ୍ଠ ସାଂସଦ ଗତକାଲି ଏହି ପ୍ରସଙ୍ଗରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ େନବା ଉଚିତ୍ େବାଲି କହିଥିଲେ। ହେଲେ େକନ୍ଦ୍ର ସରକାର କଣ ପଦକ୍ଷେପ େନଇଛନ୍ତି, ତାହା ସେ ଜାଣିବା ପାଇଁ ଚାହାନ୍ତି। ଏହି ମାମଲା ବର୍ତମାନ ମଧ୍ୟ ତଦନ୍ତସ୍ତରରେ ରହିଛି। ଏହି ତଦନ୍ତ କେତେ ଦିନ ମଧ୍ୟରେ େଶଷ େହବ େବାଲି େସ ପ୍ରଶ୍ନ କରିଥିଲେ। େକନ୍ଦ୍ର ସରକାର ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ େନବାର ଆବଶ୍ୟକତା ଥିବା ବେଳେ ରାଜ୍ୟ ସରକାରଙ୍କ ଉପରେ କାହିଁକି ଅଭିେଯାଗ ଆଣୁଛନ୍ତି େବାଲି ଶ୍ରୀ ମହତାବ ବିେଜପିକୁ ପ୍ରଶ୍ନ କରିଥିଲେ।

ଉଲ୍ଲେଖଯୋଗ୍ୟ, ନିକଟରେ ପୂର୍ବତନ ସାଂସଦ ବୈଜୟନ୍ତଙ୍କ ବିରୋଧରେ ସାଂଘାତିକ ଅର୍ଥ ଠକେଇ ଓ ଟିକସ ଚୋରି ଅଭିଯୋଗ ଆସିଥିଲା। ବୈଜୟନ୍ତଙ୍କ ସମେତ ତାଙ୍କ ପତ୍ନୀ ଜାଗୀ ମଙ୍ଗତ୍‌ ପଣ୍ଡା ଏବଂ ସହଯୋଗୀ ମଞ୍ଜୁଳା ଦେବୀ ଶ୍ରଫ୍‌ଙ୍କ ବିରୋଧ‌େର ମଧ୍ୟ ଏହି ଅଭିଯୋଗ ରହିଥିଲା। ଏ ବାବଦରେ ଆୟକର ବିଭାଗ ନିକଟରେ ଏକ ଅଭିଯୋଗ ଦାଖଲ କରାଯାଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ଆୟକର ବିଭାଗ ଜାନୁଆରିରେ ଏହି ଅଭିଯୋଗ ଗ୍ରହଣ କରିଥିଲା। କିନ୍ତୁ ଏ ନେଇ ତଦନ୍ତ ଆରମ୍ଭ କରାଯାଇନାହିଁ। ଅଭିଯୋଗରେ ଦର୍ଶାଯାଇଥିଲା ଯେ ବୈଜୟନ୍ତ, ପତ୍ନୀ ଜାଗୀ ମଙ୍ଗତ୍‌ ପଣ୍ଡା ଏବଂ ମଞ୍ଜୁଳା ଦେବୀ ଶ୍ରଫ୍‌ ଅର୍ଥ ଠକେଇ ନିବାରଣ ଆଇନ, କଳାଧନ ଆଇନ ଏବଂ ଭାରତୀୟ ଆୟକର ଆଇନର ଉଲ୍ଲଂଘନ କରି ଟିକସ ଠକିଛନ୍ତି। ଭାରତ ବାହାରୁ ଏମାନେ ବେଆଇନ ଭାବେ ସେଲ୍‌ ବା ଭୂତ କମ୍ପାନି ଜରିଆରେ ପ୍ରାୟ ୧୭.୭୨ କୋଟି ଟଙ୍କା ଆଣିଛନ୍ତି। ବାହାମାସ୍‌ ରେଜିଷ୍ଟ୍ରାର୍ ଅଫ୍‌ କମ୍ପାନିଜ୍‌ରେ ପଞ୍ଜୀକୃତ ହୋଇଥିବା ଭୂତ କମ୍ପାନି ଫିନ୍‌ଲେ, ମେସିନା ଏବଂ ପିକିକା ନାମକ ୩ଟି ସଂସ୍ଥା ଦ୍ୱାରା ଏହି ଠକେଇ ହୋଇଥିଲା। ମଞ୍ଜୁଳା ଦେବୀ ଏହି କମ୍ପାନିଗୁଡ଼ିକର ପାୱାର ଅଫ୍‌ ଆଟର୍ଣ୍ଣି ରହିଥିଲେ।ଏପଟେ ଆଜି ବିେଜଡି ଏକ େପ୍ରସ ବିବୃତି ଜାରି କରି ଏହି ପ୍ରସଙ୍ଗରେ େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭିଡିଛି। ବିଜେଡି ମିଡିଆ ଦାୟିତ୍ବରେ ଥିବା ସାଧାରଣ ସଂପାଦକ ମାନସ ରଂଜନ ମଙ୍ଗରାଜଙ୍କ ଦସ୍ତଖତରେ ଜାରି େପ୍ରସ ବିବୃତିରେ କୁହାଯାଇଛି, େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କଥା କଥାରେ ସବୁ ପ୍ରସଙ୍ଗରେ ସିବିଆଇ, ଆୟକର, ଇଡି ତଦନ୍ତ ଦାବି କରୁଥିବା ବେଳେ ବୈଜୟନ୍ତଙ୍କ େକ୍ଷତ୍ରରେ କାହିଁକି ନିରବ ରହିଛନ୍ତି। ବ୍ୟାପମ୍ ସ୍କାମର ମୁଖ୍ୟ ଖଳନାୟକ ସୁଧୀର ଶର୍ମାଙ୍କ ଠାରୁ ବିମାନ ଟିକେଟ େନବା ଏବଂ ଏ େକ୍ଷତ୍ରରେ ସିବିଆଇ ତଦନ୍ତ ପ୍ରସଙ୍ଗରେ ତାଙ୍କ ପାଟି ଚୁପ୍ ରହିଥିଲା। ଟିେଟାକୁ େପଟ୍ରୋଲ ପମ୍ପ ଆବଣ୍ଟନ ପ୍ରସଙ୍ଗରେ ମଧ୍ୟ ଧର୍ମେନ୍ଦ୍ର ନିରବ ରହିଥିଲେ। ହେେଲ ନିରବ କାହିଁକି? ବିେଜଡି ମୁଖପାତ୍ର ସସ୍ମିତ ପାତ୍ର ଆହୁରି ପ୍ରଶ୍ନ କରିଛନ୍ତି େଯ ବୈଜୟନ୍ତଙ୍କ ଠକେଇ ପ୍ରସଙ୍ଗରେ ତଦନ୍ତ କରିବାର ପୂର୍ଣ୍ଣ କ୍ଷମତା େକନ୍ଦ୍ର ସରକାରଙ୍କର ରହିଛି। ଏ କ୍ଷେତ୍ରରେ େକନ୍ଦ୍ର ସରକାର ନିରବ।

ସମ୍ବନ୍ଧିତ ଖବର