ନୂଆଦିଲ୍ଲୀ: ଦିଲ୍ଲୀରେ ବୈଜୟନ୍ତ ପଣ୍ଡାଙ୍କ ବାହାମାସ ଲିଙ୍କ ତଦନ୍ତରେ ଶିଥିଳତାକୁ ନେଇ ପ୍ରଶ୍ନ ଉଠିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିଜେଡି ବିଧାୟକ, ସାଂସଦ ଟ୍ୱିଟ କରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କୁ କରିଛନ୍ତି ଟାର୍ଗେଟ । ଜବାବ ରଖିବା ପାଇଁ ବୈଜୟନ୍ତଙ୍କୁ ବିଜେଡି ଆହ୍ୱାନ ଦେଇଥିବା ବେଳେ ବୈଜୟନ୍ତଙ୍କ କାର୍ଯ୍ୟାଳୟ ଏହାକୁ ପୁରୁଣା କଥାର ପୁନରାବୃତ୍ତି ବୋଲି କହିଛି ।
ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଟ୍ୱିଟ କରି କହିଛନ୍ତି ଯେ, ୭ ଫେବ୍ରୁଆରି ୨୦୨୦ରେ ଦିଲ୍ଲୀ ହାଇକୋର୍ଟ ମଲଟି ଏଜେନସି ଗ୍ରୁପ ଜରିଆରେ ଏହି ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ତଦନ୍ତରେ ଏଯାଏଁ ଆଖିଦୃଶିଆ ଅଗ୍ରଗତି ହୋଇନାହିଁ । ବିଜେପି କ’ଣ ବୈଜୟନ୍ତଙ୍କୁ ସୁରକ୍ଷା ଦେଉଛି କି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।
Despite orders of Hon’ble Delhi High Court on 7 Feb 2020 for swift investigation by MAG (Multi Agency Group involving CBI, ED and IT), no progress has been registered. Since then, @PandaJay has become National VP of BJP and apparently, protected by the Party? #JayPandaExposed
— Pranab Prakash Das (@pranabpdas) October 26, 2020
ସେହିଭଳି ବିଜେଡି ସାଂସଦ ସସ୍ମିତ ପାତ୍ର ଟ୍ୱିଟ କରି କହିଛନ୍ତି, ବୈଜୟନ୍ତ ଏହା ଉପରେ ସ୍ପଷ୍ଟୀକରଣ ରଖିବାର ଆବଶ୍ୟକତା ରହିଛି । ବାହମାସ କମ୍ପାନି ବାବଦରେ ସେ ସ୍ପଷ୍ଟ କରିବା ଦରକାର ।
Bahamas Expose in a Press meet today linking @PandaJay to 3 Shell companies’ fundings. Sharing 2 documents that a journalist friend attending the Press meet shared with me. I think @PandaJay should come out and address this issue and clarify about the Bahamas companies’ funding. pic.twitter.com/PMEtYzElWP
— Dr. Sasmit Patra I ଡ଼ଃ ସସ୍ମିତ ପାତ୍ର (@sasmitpatra) October 26, 2020
ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶର ଏକ କାଗଜର ଫଟୋ ପୋଷ୍ଟ କରି ବିଧାୟକ ଚନ୍ଦ୍ରସାରଥୀ ବେହେରା କହିଛନ୍ତି, ସତ୍ୟ ସାମ୍ନାକୁ ଆସିବ ।
The truth prevails @PandaJay @otvnews should take note. pic.twitter.com/mg5pDFdcTY
— Chandra Sarathi (@chandra_sarathi) October 26, 2020
ବିଜେଡି ସାଂସଦ ଅମର ପଟ୍ଟନାୟକ ଟ୍ୱିଟ କରି ଏହାକୁ ଅର୍ଥ ହେରଫେରର ପ୍ରକୃଷ୍ଟ ମାମଲା ବୋଲି କହିଛନ୍ତି ।
The #JayPandaBahmasExpose is a shocking but classic money laundering case. Black money purportedly made through blackmail(remember he owns a TV channel) & illegal business deals (he owns several businesses) is round tripped back to India through two Bahamas based shell companies. pic.twitter.com/kApcuPlcQ5
— Dr. Amar Patnaik (@Amar4Odisha) October 26, 2020
ଉଲ୍ଲେଖଯୋଗ୍ୟ, ୨୦୧୯ରେ ବୈଜୟନ୍ତଙ୍କ ବାହାମାସ ଲିଙ୍କ ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ମଲ୍ଟି ଏଜେନିସି ଗ୍ରୁପ ଜରିଆରେ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀ ହାଇକୋର୍ଟ । ହେଲେ ତଦନ୍ତ ଆଗକୁ ଯାଉ ନଥିବା ନେଇ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଛନ୍ତି ସ୍ତମ୍ଭକାର, ସମାଜସେବୀ ଓ ଆଇନଜୀବୀ ।
ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡା ଏବଂ ତାଙ୍କର ସହଯୋଗୀ ମଂଜୁଳା ଦେବୀଙ୍କ ନାଁରେ ଅର୍ଥ ହେରଫେରକୁ ନେଇ ଗତବର୍ଷ ଜାନୁଆରି ମାସରେ ଅଭିଯୋଗ ଆସିଥିଲା । ଇଣ୍ଡିଆନ ଏକ୍ସପ୍ରେସେରେ ପ୍ରକାଶିତ ରିପୋର୍ଟରେ କୁହାଯାଇଥିଲା, ଅର୍ଥ ହେରଫେର ଆଇନ, କଳା ଧନ ଆଇନ ଏବଂ ଆୟକର ଆଇନକୁ ସେମାନେ ଉଲ୍ଲଂଘନ କରିଛନ୍ତି । ମିଛ କମ୍ପାନି ଗଠନ କରି ଏମାନେ ପ୍ରାୟ ୧୮ କୋଟି ଟଙ୍କା ବିଦେଶରୁ ହାସଲ କରିଛନ୍ତି । କିନ୍ତୁ ଏହି ଟଙ୍କା ପ୍ରକୃତରେ କେଉଁଠାରୁ ଆସୁଛି ତାର କୌଣସି ରେକର୍ଡ ନାହିଁ ବୋଲି ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ମାମଲା ଦିଲ୍ଲୀ ହାଇକୋର୍ଟକୁ ଯାଇଥିଲା । ୨୦୨୦ ଫେବ୍ରୁଆରି ୭ ତାରିଖରେ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।
ସେପଟେ ଓଟିଭି କର୍ତ୍ତୃପକ୍ଷ ଏହାକୁ ମିଛ ଓ ମନଗଢ଼଼ା କହିଥିବା ବେଳେ ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ରଖାଯାଇଛି । ଏହାକୁ ପୁରୁଣା ଅଭିଯୋଗର ପୁନରାବୃତ୍ତି ଯୁକ୍ତି ଦର୍ଶାଇଛି ବୈଜୟନ୍ତଙ୍କ କାର୍ଯ୍ୟାଳୟ । ପୂର୍ବରୁ ଏହି ସମସ୍ତ ଅଭିଯୋଗକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି ବୋଲି ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିବା ତାଙ୍କ ପରିବାର ମାଲିକାନାରେ ଥିବା ଓଟିଭି ଚ୍ୟାନେଲରେ ପ୍ରସାରିତ ହୋଇଛି ।