ବିଜେପି ହୀନ ରାଜନୀତି କରୁଛି: ବିଜେଡି

ଭୁବନେଶ୍ୱର : ମମିତା ହତ୍ୟା ମାମଲା ଭଳି ସ୍ପର୍ଶକତାର ଘଟଣାକୁ ବିଜେପି ରାଜନୈତିକ ରୂପ ଦେବା ଲଜ୍ଜାଜନକ। ବିଜେପିର ଭାଷା ନିନ୍ଦନୀୟ। ବିଜେପି ଆଗରୁ ଶସ୍ତା ରାଜନୀତି କରୁଥିଲା, ଏବେ ହୀନ ରାଜନୀତି କରୁଛି ବୋଲି ଛାତ୍ର ବିଜେଡିର ମହାସଚିବ ଇପ୍ସିତା ସାହୁ କହିଛନ୍ତି।

ଆଜି ଦଳ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଇପ୍ସିତା କହିଛନ୍ତି ଯେ ବିଜେପିର ନେତ୍ରୀମାନେ ଜାଣିନାହାନ୍ତି ଯେ ସମାନ ଘଟଣାରେ ଦ୍ବିତୀୟ ଥର ଏଫ୍‌ଆଇଆର୍‌ ହୁଏ ନାହିଁ। ବିଜେପି ମାଇଲେଜ୍ ନେବାକୁ ଯାଇ କ୍ୟାପିଟାଲ ଥାନାରେ ଏଫ୍‌ଆଇଆର୍‌ ଦେବାକୁ ଯାଇଥିଲା। ବିଜେପି କର୍ମୀମାନେ ଗୋଟିଏ ଶିକ୍ଷାନୁଷ୍ଠାନକୁ ବଦନାମ୍ କରିବା ପୂର୍ବରୁ ଜାଣିବା ଦରକାର ଯେ କେତେ ପିଲାଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲୁଛନ୍ତି। ଯେଉଁ ରାଜ୍ୟରେ ବିଜେପି ଶାସନରେ ଅଛି ସେଠାରେ ବିଜେପି ନେତାମାନେ ହିଁ ଅପରାଧରେ ସମ୍ପୃକ୍ତ ଅଛନ୍ତି। କିନ୍ତୁ ସେ ସବୁ ଘଟଣାରେ ଓଡ଼ିଶା ବିଜେପିର ଭାଷା ଅଲଗା। ପଚାରିଲେ ଉତ୍ତର ମିଳେ, ପ୍ରଶାସନ ଉପରେ ଭରସା ରଖ। ଏଠାରେ ତ ଅଭିଯୁକ୍ତ ଗିରଫ ହୋଇଛି। ହେଲେ କ୍ୟାପିଟାଲ ଥାନାରେ ପୁଲିସକୁ ଯେଉଁଭଳି ଠେଲାପେଲା କଲେ ତାହା ନିନ୍ଦନୀୟ। ବିଜେପି ଚେତିଯାଉ। ନଚେତ୍ ରାଜ୍ୟବାସୀ ଜବାବ୍ ଦେବେ। ସ୍କୁଲ ଓ ଛାତ୍ରଛାତ୍ରୀଙ୍କୁ ବଦନାମ୍‌ କଲେ ଅଭିଭାବକ ଜବାବ୍ ଦେବେ। ଆମ ହୃଦୟ ବି କାନ୍ଦୁଛି। ପୀଡ଼ିତା ନ୍ୟାୟ ପାଉ ବୋଲି ଆମେ ବି ଚାହୁଁଛୁ ବୋଲି ସେ କ ହିଥିଲେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ ବିଜେଡିର ଏଲିନା ଦାସ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର