ଭୁବନେଶ୍ବର: ଆୟୁଷ୍ମାନ ଭାରତ ଯୋଜନା ନେଇ ରାଜ୍ୟ ବିଜେପିକୁ ଟାର୍ଗେଟ କରିଛି ବିଜେଡି। ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଓ ଗୌତମବୁଦ୍ଧ ଦାସ କହିଛନ୍ତି, ଗତକାଲି ବଜେଟରେ ଆୟୁଷ୍ମାନ ଭାରତ ପାଇଁ ମାତ୍ର ୭୨୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଯଦି ୨୮ ରାଜ୍ୟ ଓ ୮ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଏହାକୁ ଭାଗ କରାଯାଏ, ତେବେ ଓଡ଼ିଶା ଭାଗରେ ୨୦୦ କୋଟି ଟଙ୍କା ପଡ଼ିବ। କିନ୍ତୁ ଓଡ଼ିଶାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ(ବିଏସକେୱାଇ) ପାଇଁ ୬୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। ଅର୍ଥାତ୍ ପ୍ରତି ଜିଲ୍ଲା ଭାଗରେ ୨୦୦ କୋଟି ଟଙ୍କା ପଡୁଛି । ଯଦି ଆୟୁଷ୍ମାନ ଭାରତରେ ମିଳିବାକୁ ଥିବା ୨୦୦ କୋଟି ଟଙ୍କା ଗୋଟିଏ ଜିଲ୍ଲାରେ ଖର୍ଚ୍ଚ ହେବ, ଅନ୍ୟ ୨୯ ଜିଲ୍ଲା କ’ଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ଦୁଇ ବିଜେଡି ମୁଖପାତ୍ର।
/sambad/media/post_attachments/wp-content/uploads/2023/02/45abf6cf-28ba-448d-983c-02143fb0e57a-1024x683.jpg)
ସ୍ୱାସ୍ଥ୍ୟ ସେବା ଲାଗି ଗୋଟିଏ ଜିଲ୍ଲାର ବ୍ୟୟ ବରାଦରେ ପୂରା ରାଜ୍ୟକୁ ସାମିଲ କରିବାକୁ ଚାହୁଁଛି କି ରାଜ୍ୟ ବିଜେପି ? ଓଡ଼ିଶାର ସ୍ୱାସ୍ଥ୍ୟ ବଜେଟ ୨ ଗୁଣା ହୋଇ ୧୨ ହଜାର କୋଟି ଟଙ୍କାରେ ପହଞ୍ଚିଛି । ବିଏସକେୱାଇରେ ୫୦୦ ଘରୋଇ ହସ୍ପିଟାଲକୁ ଅନୁବନ୍ଧିତ କରଯାଇଛି। ଏହି ଯୋଜନାରେ ପରିବାରର ଅନ୍ୟ ସଦସ୍ୟଙ୍କ ଲାଗି ୫ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ମହିଳାଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କା ରଖାଯାଇଛି । ଅଙ୍ଗ ପ୍ରତିରୋପଣ କ୍ଷେତ୍ରର ଆୟୁଷ୍ମାନ ଯୋଜନାରେ ଜଣେ ହିତାଧିକାରୀ ୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିପାରିବେ ନାହିଁ। କିନ୍ତୁ ବିଏସକେୱାଇରେ ୫ଲକ୍ଷରୁ ଅଧିକ ଖର୍ଚ୍ଚ କରିପାରିବେ। ତେଣୁ ବିଜେପି ଆଉ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କଥା ନ ଉଠାଉ । ରାଜ୍ୟ ନେତୃତ୍ବ ଲୋକଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ। ଏଥିରୁ କ୍ଷାନ୍ତ ରୁହନ୍ତୁ। ବିଜେପି ନେତା ଓଡ଼ିଶା ଲୋକଙ୍କୁ ସତ କୁହନ୍ତୁ ବୋଲି ବିଜେଡି ପକ୍ଷରୁ ଦାବି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/Ayushman-Bharat-Yojna_Shrimayee_Thumbnail_2.jpg)