ମାଲକାନଗିରି: ଲଗାଣ ବର୍ଷାରେ ଜିଲ୍ଲା ବହୁ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଜାତୀୟ ରାଜପଥ ୩୨୬ ଉପରେ ରହିଥିବା ସମସ୍ତ ବ୍ରିଜ ଉପରେ ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ଏକ ପ୍ରକାର ଠପ୍ ହୋଇଯାଇଛି। ଜିଲ୍ଲା ବିଜେପି ସଭାପତି ନିମାଇଁ ପାଲଙ୍କ ନିର୍ଦେଶରେ ବିଧାୟକ ନରସିଂହ ମାଡକାମୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଜିଲ୍ଲାର ବନ୍ୟାଞ୍ଚଳ ଏବଂ କ୍ଷୟକ୍ଷତି ହୋଇଥିବା ଅଂଚଳଗୁଡିକରେ ପରିଦର୍ଶନ କରିଛି। ବନ୍ୟାରେ କ୍ଷତି ହୋଇଥିବା ଲୋକଙ୍କ ସହ ସାକ୍ଷାତ କରି କିପରି ତୁରନ୍ତ କ୍ଷତି ପୂରଣ ପ୍ରଦାନ କରାଯିବ ସେନେଇ ସମସ୍ତ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।
ସେହିପରି ତଳିଆ ବ୍ରିଜଗୁଡିକ ଆସନ୍ତାବର୍ଷରେ କିପରି ସମାପ୍ତ ହେବ ଏବଂ ସବୁଦିନ ପାଇଁ ଯୋଗାଯୋଗ ସମାନ ରହିବ ସେନେଇ ବ୍ୟବସ୍ଥା କରାଯିବ ବୋଲି କହିଥିଲେ।ବିଶେଷକରି ମାଲକାନଗିରି ନିର୍ବାଚନ ମଣ୍ଡଳୀର ବହୁ ଅଂଚଳର ବର୍ଷାରେ ଶୋଚନୀୟ ହୋଇପଡ଼ିଥିବା ବେଳେ ବହୁ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ତେଣୁ ବିଧାୟକ ଶ୍ରୀ ମାଡକାମୀ ଏହି ଅଂଚଳର କ୍ଷତିଗ୍ରସ୍ତମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ ନେଇ ଜିଲ୍ଲା ପ୍ରଶାସନ ଆଲୋଚନା କରିବେ ବୋଲି କହିଛନ୍ତି। ଆଜିର ଏହି ପରିଦର୍ଶନ ବେଳେ ଜିଲ୍ଲା ସଂପାଦକ ମାଣିକଲାଲ ଚକ୍ରବର୍ତ୍ତୀ, କୋଷାଧ୍ୟକ୍ଷ ସଂଜୟ ସରକାର ପ୍ରମୁଖ ଉପସ୍ଥିତ ଥିଲେ।