ମାଲକାନଗିରି: ଜିଲ୍ଲାର ମୋଟୁ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦଳର ସୁପ୍ରିମୋଙ୍କୁ ରିପୋର୍ଟ ଦେବ ବିଜେଡି ଟିମ୍। ସେପଟେ ପ୍ରକଳ୍ପ କାର୍ଯ୍ୟ ୭୦ ପ୍ରତିଶତରୁ ଊର୍ଦ୍ଧ୍ବ କାର୍ଯ୍ୟ ଶେଷ ହେବାକୁ ଥିଲା ବେଳେ ବର୍ଷା ସମୟରେ ବନ୍ୟା ଦେଖିଲାଣି ମାଲକାନଗିରି ଜିଲ୍ଲା। ଏବେ ଓଡ଼ିଶା-ଛତିଶଗଡ଼ ଓ ଆନ୍ଧ୍ରରେ ଏନଡିଏ ସରକାର। ଚଳିତ ବଜେଟରେ ୧୫ ହଜାର କୋଟି ଅର୍ଥ ମଞ୍ଜୁର ସହ କାମ ଶେଷ କରିବାକୁ କହିଛି କେନ୍ଦ୍ର। ପ୍ରକଳ୍ପ ଶେଷ ହେଲେ କଣ ସ୍ଥିତି ହେବ ତାହାକୁ ନେଇ ‌ସନ୍ଦେହ ଅବସ୍ଥାରେ ମୋଟୁ ଅଞ୍ଚଳବାସୀ। ଓଡ଼ିଶାର ମୋଟୁ, ଆଲାମା, ବିନାୟକପୁର କ୍ଷତିଗ୍ରସ୍ତ ହେବାକୁ ଥିବା ଗାଁ ବୁଲି ସ୍ଥିତି ଅନୁଧ୍ୟାନ କଲେ ବିଜେଡ଼ି ଟିମର ପ୍ରତିନିଧି ଦଳ। ଗୋଟି ଗୋଟି କରି କ୍ଷତିଗ୍ରସ୍ତ ଅଞ୍ଚଳ ବୁଲୁଛନ୍ତି ବିଜେଡି ଟିମ୍।

Advertisment

ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସ୍ଥିତି ଅନୁଧ୍ୟାନ ପାଇଁ ବିଜେଡି ଟିମ୍ ପୋଲାଭରମ ପ୍ରକଳ୍ପ ପାଶ୍ୱର୍ବର୍ତ୍ତୀ ମାଲକାନଗିରି ମୋଟୁ, ଆନ୍ଧ୍ରପ୍ରଦେଶର କାଲୁର୍ ଏମିତି ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି। ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ବରେ ଭୃଗୁ ବକ୍ସିପାତ୍ର, ଝିନ୍ନ ହିକକା, ରମେଶ ମାଝୀ, ଈଶ୍ୱର ପାଣିଗ୍ରାହୀ, ରଘୁରାମ ପାଡାଲ, ବିଧାୟକ ମନହର ରାନ୍ଧାରୀ, ରବି ନନ୍ଦ, ମାନସ ମାଡକାମୀଙ୍କ, ପୃଥିବୀ ରାଜ ସାହୁ ସମତେ ଟିମ୍‌ରେ ସ୍ଥାନୀୟ ଅଞ୍ଚଳର ବିଜେଡି ନେତା ସାମିଲ ଥିଲେ। ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ବରେ ଏହି ପ୍ରତିନିଧୂ ଦଳ ମୋଟୁ, କାଲେର, ଆଲାମା, ପେଟା, ବିନାୟକପୁର ଗାଁର ଲୋକଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କର ମତାମତ ସଂଗ୍ରହ କରିବା ସହ ସହ ଭୌଗୋଳିକ ଓ ବୈଷୟିକ ଦିଗର ଅନୁଧ୍ୟାନ କରିଛନ୍ତି। ସର୍ ଜମିନ୍ ତଦନ୍ତ କରିବା ସହ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି ଦଳର ସୁପ୍ରିମୋଙ୍କ ପାଇଁ। ମୋଟୁ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି।ଓଡିଶାର କ୍ଷୟକ୍ଷତି ଆକଳନ କରିବା ସହ ଏମାନଙ୍କର ଥଇଥାନ ନେଇ ସରକାର ନିଷ୍ପତ୍ତି ନିଅନ୍ତୁ ବୋଲି କୁହାଯାଇଛି।