କୋରାପୁଟ: ନିର୍ବାଚନ ପରେ ଶାନ୍ତ ରହିଥିବା ଜିଲ୍ଲା ବିଜୁ ଜନତା ଦଳର ତୁଙ୍ଗ ନେତାମାନେ ଅଚାନକ ଜାଗି ଉଠିଛନ୍ତି। ରାଜ୍ୟର ବିଜେପି ସରକାର ନିର୍ବାଚନ ସମୟରେ ବୃଦ୍ଧ, ବୃଦ୍ଧା, ବିଧବା, ଭିନ୍ନକ୍ଷମ ଓ ସବୁ ବର୍ଗକୁ ବର୍ଦ୍ଧିତ ଭତ୍ତା ୩୫୦୦ ଟଙ୍କା ଦେବାକୁ ଘୋଷଣା କରି ଇସ୍ତାହାର ପ୍ରକାଶ କରିଥିଲେ। ଏବେ କିନ୍ତୁ ଏହି ବର୍ଦ୍ଧିତ ଭତ୍ତା କେବଳ ୮୦ବର୍ଷରୁ ଉର୍ଦ୍ଧ୍ବ ବୃଦ୍ଧ ଓ ବୃଦ୍ଧାଙ୍କୁ ଦେବାକୁ ରାଜ୍ୟ ସରକାର ବଜେଟରେ ପ୍ରସ୍ତାବ ରଖିଛନ୍ତି।
ନିର୍ବାଚନ ସମୟରେ ବିଜେପି ସରକାର ଯେଉଁ ଇସ୍ତାହାର ପ୍ରକାଶ କରି ୩୫୦୦ଟଙ୍କା ଦେବାକୁ ଘୋଷଣା କରିଥିଲେ ତାହା ସବୁ ବର୍ଗକୁ କାର୍ଯ୍ୟକାରୀ ନ କଲେ ଜନସଚେତନତା ସୃଷ୍ଟି କରି ଆନ୍ଦୋଳନ କରାଯିବ ବୋଲି ବିଜୁ ଜନତା ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଆଜି ବିଜୁ ଜନତା ଦଳର ବରିଷ୍ଟ ନେତା ଇଂ.ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ, ପୂର୍ବତନ ବିଧାୟକ ରଘୁରାମ ପଡ଼ାଲ, ପୂର୍ବତନ ସାଂସଦ ଝିନ୍ନ ହିକକା, ପୌରପାଳିକାର ଅଧ୍ୟକ୍ଷ ଲଲାଟ ରଂଜନ ସେଠୀଙ୍କ ନେତୃତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାର ବର୍ଦ୍ଧିତ ଭତ୍ତା ସବୁ ବର୍ଗକୁ କାର୍ଯ୍ୟକାରୀ ନ କଲେ ଗାଁକୁ ଗାଁ ଓପଂଚାୟତସ୍ତରୀୟ ସଚେତନତା ସଭା କରିବାସହ ଆନ୍ଦୋଳନ କରିବାକୁ ପ୍ରସ୍ତୁତି କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/kpt-bjd-5.jpg)