ବିଜେଡି ଟିକେଟ ପାଇଁ ଛକାପଞ୍ଝା : ବାଦ ପଡ଼ିବେ ବଦନାମ ନେତା, ସଂପର୍କୀୟଙ୍କୁ ଥଇଥାନ

ପୁଅଙ୍କ ପାଇଁ ଆସନ ଛାଡିବାକୁ ନେତା ଆଗ୍ରହୀ, କାର୍ପଟଦାରଙ୍କ କର୍ତୃତ୍ବକୁ ଲାଗିପାରେ ସୁପ୍ରିମୋଙ୍କ ଚୋଟ, ମହିଳାଙ୍କୁ ସୁଯୋଗ ଦେଇ ରେକର୍ଡ କରିପାରନ୍ତି ନବୀନ

ଭୁବନେଶ୍ବର : ଚିଟଫଣ୍ଡରେ ଫସିଥିବା ବିଧାୟକ ଓ ସାଂସଦଙ୍କୁ ଏଥର ଟିକେଟ୍ ଦେଇନପାରେ ବିଜେଡି। ନିଜ ନିଜ ନିର୍ବାଚନମଣ୍ଡଳୀରେ ବଦନାମ ବା ଲୋକପ୍ରିୟତା ହରାଇଥିବା ନେତା ବି ପ୍ରାର୍ଥୀ ହେବା ସମ୍ଭାବନା କ୍ଷୀଣ। କିଛି ଆସନ ଏମିତି ଅଛି, ଯେଉଁଠି ନିଜ ନିଜ ପୁଅ ଓ ଝିଅଙ୍କୁ ଥଇଥାନ କରିବା ଲାଗି ବିଜେଡି ବିଧାୟକମାନେ ନିଜ ଆଡୁ ଆଗ୍ରହ ଦେଖାଇଛନ୍ତି। ସର୍ବୋପରି ସମଗ୍ର ଦେଶବାସୀଙ୍କୁ ଚକମା ଦେବାକୁ ନବୀନ ସଂସଦରେ ବିଲ ପାରିତ ହେବା ଆଗରୁ ଏଥର ପ୍ରାର୍ଥୀ ଦେବା କ୍ଷେତ୍ରରେ ମହିଳା ସଂରକ୍ଷଣ କାର୍ଡ ଖେଳିପାରନ୍ତି।

ନିର୍ବାଚନ େଯତିକି ପାେଖଇ ଆସୁଛି, ଏସବୁ ସମୀକରଣକୁ େନଇ ବିେଜଡି ଆଭ୍ୟନ୍ତରୀଣ ରାଜନୀତି େସତିକି ସରଗରମ େହବାରେ ଲାଗିଛି। ନବୀନ କିଛି େନତାଙ୍କ ପାଇଁ ଭିଆର୍ଏସ୍ ଓ ଆଉ କିଛି େନତାଙ୍କ ପାଇଁ ସିଆର୍ଏସ୍ ଲାଗୁ କରିପାରନ୍ତି େବାଲି ଗୋଟିଏ ମହଲ ବିଶ୍ବାସ କରୁଛନ୍ତି। ଏହି ଆଧାରରେ ଦୁଇ ତୃତୀୟାଂଶରୁ ଅଧିକ ଆସନରେ ପ୍ରାର୍ଥୀ ବଦଳିବା ସମ୍ଭାବନାକୁ ଏଡାଇ ଦେଇ େହବ ନାହିଁ େବାଲି ବିେଜଡି ଶିବିରରେ ଚର୍ଚ୍ଚା ଚାଲିଛି।

ଚଳିତ ମାସ େଶଷ ସପ୍ତାହ ଅଥବା ମାର୍ଚ ପ୍ରଥମ ସପ୍ତାହରେ ନିର୍ବାଚନ କମିସନ ଆଦର୍ଶ ଆଚରଣ ବିଧି ଲାଗୁ କରିପାରନ୍ତି। ଏହାକୁ ଲକ୍ଷ୍ୟ ରଖି ଅନ୍ୟ ସବୁ ଦଳ ଭଳି ଶାସକ ବିେଜଡିେର ମଧ୍ୟ କାହାକୁ େକଉଁ ଆସନରୁ ପ୍ରାର୍ଥୀ କରାଯିବ େସ େନଇ ଜବରଦସ୍ତ କସରତ ଚାଲିଛି। ଦଳର ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତିଙ୍କ ମତ ବାଦ୍ ଆଉ କିଛି ଗୁରୁତ୍ବପୂର୍ଣ୍ଣ େକ୍ଷତ୍ରରୁ ଆସୁଥିବା ସୂଚନାକୁ ମୂଳ ଭିତ୍ତି କରି ବିେଜଡି ଟିେକଟ୍ ବାଣ୍ଟିବ େବାଲି ଦଳର ଜଣେ ଅତ୍ୟନ୍ତ କ୍ଷମତାଶାଳୀ େନତା ସୂଚନା େଦଇଛନ୍ତି। ତାଙ୍କର କଥାକୁ ବିଶ୍ବାସ କରାଗଲେ, ଜିତିବା ହିଁ ଏକମାତ୍ର ଟିକେଟ୍ ବାଣ୍ଟିବାର ଆଧାର େହବ। ଅର୍ଥାତ୍, ଯାହାର ବିଜୟଲାଭ କରିବାର ସମ୍ଭାବନା ଥିବ, ତାଙ୍କୁ ହିଁ ଟିକେଟ୍ ଦିଆଯିବ। କିନ୍ତୁ ଟିକେଟ୍ କାଟିବା େକ୍ଷତ୍ରରେ ମାେଳ ସର୍ତ ରଖାଯାଇଛି।

ଯେଉଁମାନଙ୍କ ନାଁରେ ଚିଟଫଣ୍ଡ ଦୁର୍ନୀତି ଅଭିଯୋଗ ରହିଛି ଏବଂ ଯେଉଁମାନଙ୍କୁ ସିବିଆଇ ନୋଟିସ କରିଛି ବା ଆଗକୁ କରିବାର ସମ୍ଭାବନା ରହିଛି ସେମାନଙ୍କୁ ଏଥର ପ୍ରାର୍ଥୀ କରାଯିବ ନାହିଁ। ଅନ୍ୟ କୌଣସି ସାଂଘାତିକ ମାମଲାରେ ତଦନ୍ତ ସମ୍ମୁଖୀନ େହବାକୁ ଥିଲେ ବା େହଉଥିଲେ, େସମାନଙ୍କୁ ମଧ୍ୟ ଟିକେଟ୍ ଦିଆଯାଇନପାରେ। ଏହାଦ୍ବାରା େଭାଟରଙ୍କର ନବୀନଙ୍କ ପ୍ରତି େଯଉଁ ବିଶ୍ବାସ ଅଛି, ତାହା ପୁନଃ ପ୍ରତିଷ୍ଠିତ େହବ ଓ ସରକାର ବିେରାଧରେ ଥିବା ଅସନ୍ତୋଷ ବହୁ ପରିମାଣରେ ଲାଘବ େହାଇପାରିବ େବାଲି ଶୀର୍ଷ େନତୃତ୍ବ ବିଶ୍ବାସ କରୁଛନ୍ତି।

ଅତୀତରେ କ୍ଷମତାଶାଳୀ କାର୍ପଟଦାର େଗାଷ୍ଠୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରି ନବୀନ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଥିଲେ। ସରକାର ପ୍ରତି ଆସ୍ଥା ବଢାଇବାରେ ଏହା ପ୍ରମୁଖ ଅସ୍ତ୍ର ଭାବେ ପରିଗଣିତ େହାଇଥିଲା। ଏଥର ମଧ୍ୟ ଟିକେଟ ବଣ୍ଟନ େବଳେ କ୍ଷମତାଶାଳୀଙ୍କୁ େଚାଟ ବସାଯିବା ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ। ଏହାଦ୍ବାରା ବିେରାଧୀମାନେ ସରକାର ବିେରାଧରେ ପ୍ରସଙ୍ଗ ହରାଇ ବସିବେ ଓ ସମାନ୍ତରାଳ ଭାେବ ଏମାନଙ୍କୁ ବ୍ୟବହାର କରି ବିେଜଡି ଦଳର ଅନ୍ତଃକନ୍ଦଳରେ ତାଳି ପକାଇବ ଓ େଭାଟ ପରିଚାଳନା କରିବାକୁ େଯାଜନା ଚଳାଇଥିବା କୁହାଯାଉଛି।

ବିେଜଡିର ଆଭ୍ୟନ୍ତରୀଣ ମହଲର ଚର୍ଚ୍ଚା ଅନୁସାରେ, ଚିଟଫଣ୍ଡ ମାମଲାରେ େଜଲ ଯାଇଥିବା ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଟିକେଟ୍ ମିଳିବ ନାହିଁ। ତାଙ୍କ ସ୍ଥାନରେ ଦଳ ନୂଆ ସାଂସଦ ପ୍ରାର୍ଥୀ ଉଭା କରିସାରିଲେଣି। ସେହିଭଳି ଏହି ମାମଲାରେ ଛନ୍ଦି େହାଇଥିବା ଅନ୍ୟ େନତାମାନଙ୍କ େକ୍ଷତ୍ରରେ େସମାନଙ୍କ ସଂପର୍କୀୟମାନଙ୍କ କଥା ଦଳ ବିଚାର କରୁଛି। କାର୍ପଟଦାର େଗାଷ୍ଠୀଙ୍କ ପାଇଁ ମଧ୍ୟ ସମାନ ଫର୍ମୁଲା ପ୍ରୟୋଗ କରିବା େନଇ ଚିନ୍ତା ଚାଲିଛି। େସମାନଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରଖାଯିବା ଅସମ୍ଭବ ନୁେହଁ।

ବିେଶଷକରି େଯଉଁ ନେତାମାେନ ସ୍ବତଃ ମନ୍ତ୍ରୀ ପଦରୁ ଓହରିବା ଲାଗି ବାଟ େଖାଲିଥିଲେ, େସହିମାନଙ୍କ େଯାଜନାର ଏହା ଅଂଶ ବିେଶଷ। ଅର୍ଥାତ୍ କିଛି େନତାଙ୍କୁ ବିଜେଡି ନିର୍ବାଚନରୁ ବାଧ୍ୟତାମୂଳକ ଅବସର (ସିଆରଏସ) ଦେବାକୁ ବିଚାର କରୁଛି। ବାଦ୍ ପଡିଥିବା ଏଭଳି େନତାଙ୍କ ମଧ୍ୟରୁ କିଛି େନତାଙ୍କୁ ସଂଗଠନ ଦାୟିତ୍ବ ଦିଆଯିବ ଓ ପରବର୍ତୀ ସମୟରେ ରାଜ୍ୟସଭା ପଠାଯିବ। ଆଉ କିଛି େନତାଙ୍କ ସଂପର୍କୀୟଙ୍କୁ ଟିକେଟ୍ ଦିଆଯିବ। ଏହାଦ୍ବାରା ସଂପୃକ୍ତ େନତା ଅସନ୍ତୁଷ୍ଟ େହଲେ ବି ଦଳ ପାଇଁ ବିେଶଷ କିଛି କ୍ଷତି ସୃଷ୍ଟି କରିବାରେ ସକ୍ଷମ େହବେ ନାହିଁ।

କେତେଜଣ ବିଧାୟକ ଆସନ୍ତା ନିର୍ବାଚନରୁ ଏକପ୍ରକାର ସ୍ୱେଚ୍ଛାକୃତ ଅବସର (ଭିଆରଏସ) ନେବାଲାଗି ମନସ୍ଥିର କରିଛନ୍ତି। ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ନିଜ ପୁଅ ପାଇଁ ଆଗ୍ରହୀ। େସ ନିଜ ପୁଅକୁ ବାସୁଦେବପୁର ଆସନରୁ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, େସ ବିେଜଡି ମୁଖିଆଙ୍କୁ େଭଟି ଏକଥା ଜଣାଇ ସାରିଲେଣି। ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ମଧ୍ୟ ବିଜୟଶ୍ରୀଙ୍କ ଫର୍ମୁଲା ଧରିଛନ୍ତି। େଲାଇସିଂହା ଆସନରେ ତାଙ୍କ ପୁଅକୁ ପ୍ରାର୍ଥୀ କରିବା ପାଇଁ ହାଇକମାଣ୍ଡଙ୍କୁ ଜଣାଇଛନ୍ତି। ଏହି ଫର୍ମୁଲାକୁ େସମାନଙ୍କ େକ୍ଷତ୍ରରେ ଲାଗୁ କରାଯାଉ େବାଲି ଟିକେଟ୍ କଟୁଥିବା ଆଉ କିଛି େନତା ଆଗ୍ରହ େଦଖାଇଲେଣି।

ସବୁଠାରୁ ବଡ଼ କଥା େହଲା, ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଗଲେ, ବିଧାନସଭାକୁ ୪୯ ଜଣ ମହିଳା ପ୍ରତିନିଧି ଆସିବା ଦରକାର। ଏଥିପାଇଁ ବିେଜଡି ବଡ଼ େଖଳ େଖଳୁଥିବା ଜଣାପଡିଛି। ପ୍ରତି ଜିଲ୍ଲାରୁ ନିଶ୍ଚିତ ଜଣେ ମହିଳା ପ୍ରାର୍ଥୀ ଦିଆଯାଇପାରେ। ନବୀନଙ୍କ ମହିଳା ସଂରକ୍ଷଣ କାର୍ଡ, ମିସନ ଶକ୍ତିକୁ ଅଗ୍ରାଧିକାର ଆଦିକୁ ନିେରଖି େଦଖିଲେ ଜଣାପଡୁଛି ବିେଜଡି ଶିବିରରେ େହଉଥିବା ଏଭଳି ଚର୍ଚ୍ଚା ସମ୍ପୂର୍ଣ୍ଣ ଅମୂଳକ ନୁେହଁ। ଏହି ତାଲିକାରେ କିଛି ବରିଷ୍ଠ େନତାଙ୍କ ପତ୍ନୀ ବା ଝିଅଙ୍କୁ ଟିେକଟ୍ ମିଳିପାରେ େବାଲି ବି କୁହାଯାଉଛି।

ସମ୍ବନ୍ଧିତ ଖବର