ଟିକେଟ ପାଇଁ ନବୀନ ନିବାସରେ କସରତ : ଆଶା ରଖିଛନ୍ତି, ନବୀନଙ୍କୁ ଭରସା ବି, ଗୀତାଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଜୋର

ଭୁବନେଶ୍ବର : ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ କହିଛନ୍ତି, ଟିକେଟ ପାଇବା ଆଶାରେ ସେ ନାହାନ୍ତି। ତାଙ୍କୁ ଟିକେଟ ମିଳିବ କି ନ ମିଳିବ ସମୟ କହିବ। କିନ୍ତୁ ବିଜେଡି଼ ମୁଖିଆ ଯାହା ଦାୟିତ୍ବ ଦେବେ ତାକୁ ପାଳନ କରିବେ। ନବୀନଙ୍କ ସହିତ ତାଙ୍କର ସାକ୍ଷାତ ସୌଜନ୍ୟମୂଳକ ଥିଲା।

ପୂର୍ବତନ ସାଂସଦ ଦିଲ୍ଲୀପ ତିର୍କିଙ୍କ କହିବା କଥା, ଦଳ ସଭାପତି ଯାହା ନିଷ୍ପତ୍ତି ନେବେ ତାକୁ ସେ ମାନିବେ।

ପୂର୍ବତନ ମନ୍ତ୍ରୀ ଦିଲୀପ ରାୟଙ୍କ ସହ କୌଣସି ପ୍ରକାର ଲଢ଼େଇ ନାହିଁ। ୨୦୧୯ ନିର୍ବାଚନରେ ଯଦି ସଭାପତି ଟିକେଟ ଦିଅନ୍ତି ତାହେଲେ ନିଶ୍ଚିତ ସେ ଲଢ଼ିବେ େବାଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ଶାରଦା ନାୟକ।

ବିେଜଡି ଟିେକଟ୍ ଆେଖଇ ନବୀନ ନିବାସରେ ଡେରା ପକାଇଥିବା େନତା ନିଜ ନିଜର ପ୍ରାର୍ଥିତ୍ବ େନଇ ଏମିତି ମନ୍ତବ୍ୟ ରଖିଛନ୍ତି। କେହି େଠାସ୍ ଭାବେ କହିପାରୁନାହାନ୍ତି ଦଳ ସେମାନଙ୍କୁ ପ୍ରାର୍ଥୀ କରିବ କି ନାହିଁ।

ଠିକ୍ ଏମିତି ଏକ ସମୟରେ ଆଜି ହଠାତ୍ ଗଣମାଧ୍ୟମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା େମହେଟ୍ଟାଙ୍କୁ େଦଖିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା େଜାର ଧରିଛି। ପ୍ରାର୍ଥୀ ଚୟନ େକ୍ଷତ୍ରରେ ଗୀତାଙ୍କର ଭୂମିକା ରହିଥିବା େଗାଟିଏ ମହଲ ଆେଲାଚନା କଲେଣି। ପଞ୍ଚାୟତ ନିର୍ବାଚନ ପରେ ଗୀତା ନବୀନ ନିବାସରେ ତନାଘନା କରିଥିଲେ। ନିକଟରେ ଭାଇ ନବୀନଙ୍କ ପାଇଁ ପଦ୍ମଶ୍ରୀକୁ ଏଡାଇ ଯାଇଥିଲେ ଗୀତା। ଗତକାଲି ଦିଲୀପ ରାୟଙ୍କ ସହିତ ମଧ୍ୟ ଗୀତା କିଛି ସମୟ ଆେଲାଚନା କରିଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓ ଆଉ ନିର୍ବାଚନ ଲଢିେବ ନାହିଁ େବାଲି କହିଛନ୍ତି। ତେବେ ବିଭିନ୍ନ ଆେଲାଚନାରେ ଦଳ ତାଙ୍କୁ ଗୁରୁତ୍ବ େଦଉଛି। ନବୀନ ନିବାସରେ ଗତକାଲି ଥିଲେ, ଆଜି ବି।

ବ୍ରହ୍ମପୁର ଆସନରେ ଦଳ ବିକ୍ରମ ପଣ୍ଡାଙ୍କୁ ଟିେକଟ୍ େଦଇପାେର େବାଲି ଚର୍ଚ୍ଚା େହବା ପରେ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ େଗାଷ୍ଠୀ ତୀବ୍ର ବିେରାଧ କରିବା ଆରମ୍ଭ କରିଥିେଲ। ଆଜି ଉଭୟ େନତାଙ୍କୁ ନବୀନ ନିବାସ ଡକାଯାଇ ଆଲୋଚନା କରାଯାଇଛି। ଶ୍ରୀ ଚ୍ୟାଉପଟ୍ଟନାୟକ କହିଛନ୍ତି, ସେ ନିର୍ବାଚନ ଲଢ଼ିବେ କି ନ ଲଢ଼ିବେ ସବୁ କିଛି ଦଳ ସଭାପତିଙ୍କ ଉପରେ ନିର୍ଭର କରେ। ସଭାପତି ନବୀନ ପଟ୍ଟନାୟକ ଯଦି ଟିକେଟ ଦିଅନ୍ତି ତା ହେଲେ ସେ ନିର୍ବାଚନ ମଇଦାନକୁ ଓହ୍ଲାଇବେ।

ପୂର୍ବତନ ବିରୋଧୀ ଦଳ ନେତା ତଥା ପୂର୍ବତନ ସାଂସଦ ଭୂପିନ୍ଦର ସିଂହ ଟିକେଟ ଆଶାୟୀ ଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର