ବିଜେଡି ଟିକେଟ୍ ବଣ୍ଟାରେ ଭିନ୍ନ କୌଶଳ : କାହାକୁ ଅଭୟ, କାହା ପ୍ରତି ନିର୍ଦୟ

ଦାମଙ୍କ ବଦଳରେ ପାରାଦୀପରୁ ଲଢିବେ ପୁଅ
ଯୁଗଳଙ୍କ ପୁଅ ପ୍ରତି ସଦୟ ହେଲେନି ମୁଖିଆ
ମହେଶ୍ବର, ଅମର, ସୁଦାମ, ଧ୍ରୁବ, ବିଷ୍ଣୁ ଆଶ୍ବସ୍ତ
୬ ନୂଆ ମୁହଁକୁ ବିଧାନସଭା ଲଢିବାକୁ ସୁେଯାଗ
େଗାଲକଙ୍କ ଟିକେଟ୍ କଟିଲା, ଗୋଲକ ସାମିଲ

ଭୁବନେଶ୍ବର : ନିର୍ବାଚନର ଢେର୍ ଆଗରୁ ବିେଜଡି ଏକ ଗୁରୁତ୍ବପୂର୍ଣ୍ଣ ଘଟଣା କ୍ରମରେ ପାରାଦୀପ ବିଧାୟକ ଡାକ୍ତର ଦାେମାଦର ରାଉତଙ୍କୁ ଦଳରୁ ବହିଷ୍କାର କରିସାରିଥିଲା। ଦାମ ବାବୁ ମଧ୍ୟ ଇତିମଧ୍ୟରେ ବିେଜପିରେ ଯୋଗ ଦେଇ ଏରସମା -ବାଲିକୁଦା ଆସନରୁ ବିଧାୟକ ପ୍ରାର୍ଥୀ ହୋଇସାରିଲେଣି। ତିେର୍ତାଲ ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କୁ ଜଗତସିଂହପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଭାବେ ପୂର୍ବରୁ ଘୋଷଣା ସରିଥିଲା। ଶୁକ୍ରବାର କିନ୍ତୁ ଏକ ବଡ଼ ପଦକ୍ଷେପ େନଇ ଭଦ୍ରକର ବରିଷ୍ଠ ନେତା ଯୁଗଳ କିେଶାର ପଟ୍ଟନାୟକଙ୍କ ଟିକେଟ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଟି େଦଇଛନ୍ତି। େସହିଭଳି ଉଦଳା ଆସନରୁ ବିଧାନସଭାକୁ ପ୍ରତିନିଧିତ୍ବ କରୁଥିବା ପୂର୍ବତନ ମନ୍ତ୍ରୀ େଗାଲକ ନାୟକଙ୍କୁ ମଧ୍ୟ ସମଦଶା େଭାଗିବାକୁ ପଡିଛି।

ବିେଜଡି ମୁଖିଆ ନବୀନ ପଟ୍ଟନାୟକ ଆଜି ପଞ୍ଚମ କିସ୍ତିରେ େଯଉଁ ୧୮ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ େଘାଷଣା କରିଛନ୍ତି, ସେଥିରୁ ଏଭଳି ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଦାମ ବାବୁ ଓ ରାଜଶ୍ରୀଙ୍କୁ ବାଦ ଦେଇ ହିସାବ କଲେ ନବୀନ ଆଜି ୭ ଜଣ ବିଧାୟକଙ୍କ ଟିକେଟ୍ କାଟିଛନ୍ତି। ୬ଜଣ ସମ୍ପୂର୍ଣ୍ଣ ନୂଆ ମୁହଁକୁ ବିଧାନସଭା ନିର୍ବାଚନ ଲଢିବାକୁ ସୁେଯାଗ ଦିଆଯାଇଛି। ପୂର୍ବରୁ ବିଭୂତି ବଳବନ୍ତରାୟ, ଶ୍ରୀନାଥ ସୋରେନ, ବିଷ୍ଣୁ ଦାସ ବିଧାୟକ ଥିଲେ। ସେହିଭଳି ଧ୍ରୁବ ସାହୁ ପ୍ରାର୍ଥୀ େହାଇ ହାରିଥିଲେ।

ଏପଟେ ଭଦ୍ରକ ସାଂସଦ ଅର୍ଜୁନ େସଠୀ, େଯାଗେନ୍ଦ୍ର େବହେରାଙ୍କ ଭଳି ବରିଷ୍ଠ େନତା ଚଳିତ ନିର୍ବାଚନରେ ନିଜ ପୁଅକୁ ଦଳରୁ ପ୍ରାର୍ଥୀ କରିବାରେ ବିଫଳ େହାଇଥିଲେ। ଆଜି ଯୁଗଳଙ୍କ େକ୍ଷତ୍ରରେ ଅନୁରୂପ ପରିସ୍ଥିତି ସୃଷ୍ଟି େହାଇଛି। ବରଂ ଦାମବାବୁ ବିେଜଡି ଓ ତାଙ୍କ ବିେରାଧରେ ଗର୍ଜନ ତର୍ଜନ କରୁଥିଲେ ବି ତାଙ୍କ ପରିବାର ପ୍ରତି ନବୀନ ସହାନୁଭୂତି ପ୍ରକଟ କରିଛନ୍ତି। ଦାମ ବାବୁଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପୂର୍ବରୁ ନବୀନ ସାଂଗଠନିକ ଦାୟିତ୍ବ େଦଇଥିଲେ। ଏବେ ନିର୍ବାଚନ ରାଜନୀତିକୁ ଆଣିବା ଲାଗି ବାଟ େଖାଲିଛନ୍ତି। ଅବଶ୍ୟ ଏହା ଆଗାମୀ ଦିନରେ ଦାମଙ୍କ ପାଇଁ ଏକ ବଡ଼ ଅସ୍ତ୍ର ଭାବେ କାର୍ଯ୍ୟ କରିବ। କିନ୍ତୁ ସମ୍ବିତ ରାଜନୈତିକ ଭବିଷ୍ୟତର ସୁରକ୍ଷା ଦିଗରେ ଦାମଙ୍କ ଅପେକ୍ଷା ସେ ଅଧିକ ଯତ୍ନବାନ ଏକଥା ନବୀନ ଠାରିଛନ୍ତି।

ପୁରୀରେ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଉପରେ ନବୀନ ପୁଣି ଆସ୍ଥା ପ୍ରକଟ କରିଛନ୍ତି। ତାଙ୍କ ଟିକେଟ କାଟିବା ଲାଗି ଯୁବ େଗାଷ୍ଠୀ େଯତେ ଚାଲ ଚଳାଇଥିଲେ, ତାହା ମୁଖିଆଙ୍କ ସାମ୍ନାରେ ବସ୍ତୁତଃ ପ୍ରଭାବହୀନ େହାଇପଡିଛି। ଜଟଣୀ ଆସନରେ ଭାଗିରଥୀ ବଡ଼ଜେନାଙ୍କ ସ୍ଥାନରେ ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ ପ୍ରାର୍ଥୀ େହାଇଛନ୍ତି। ଯଦିଓ ଚଳଚ୍ଚିତ୍ର ତାରକା ଅରିନ୍ଦମ ରାୟଙ୍କ ନାଁ େଜାରରେ ଚର୍ଚ୍ଚା େହଉଥିଲା, େଶଷ ମୁହୂର୍ତରେ କିନ୍ତୁ ବାରବାଟୀ-କଟକରେ ଦେବାଶିଷ ସାମନ୍ତରାୟଙ୍କୁ ଦଳ ଟିକେଟ େଦଇଛି। କଟକ େଲାକସଭା ଆସନରେ ପ୍ରାର୍ଥୀ ବଦଳାଇବାକୁ ବିଚାର ଆେଲାଚନା ଚାଲିଥିବା ପରିପ୍ରେକ୍ଷୀରେ େକନ୍ଦ୍ରାପଡା ଭଳି କଟକରେ ଦଳ କାଳେ ଅରିନ୍ଦମଙ୍କୁ ପ୍ରାର୍ଥୀ କରିପାରେ େବାଲି ଗୋଟିଏ ମହଲ ଚର୍ଚ୍ଚା କରୁଛନ୍ତି।

କଟକ ସଦରରୁ ଲଢୁଥିବା ମନ୍ତ୍ରୀ ଚନ୍ଦ୍ରସାରଥୀ େବହେରାଙ୍କ ଆସନ ଅପରିବର୍ତିତ ରହିଛି। ବଡଚଣାରେ ବି ବିଧାୟକ ଅମର ପ୍ରସାଦ ଶତପଥୀ ପୁଣି ଥରେ ନବୀନଙ୍କ ମନ କିଣି େନଇଛନ୍ତି। ତାଙ୍କୁ ଦଳ ଟିକେଟ୍ ଦେଇଛି। ରାଜନଗରରେ ଧ୍ରୁବ ସାହୁ ଗତଥର ହାରିଥିଲେ ବି ଏଥର ପୁଣି ପ୍ରାର୍ଥୀ େହାଇଛନ୍ତି। ଅନ୍ୟପକ୍ଷରେ ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କ ସ୍ଥାନରେ ବରିଷ୍ଠ େନତା ବିଷ୍ଣୁ ଦାସ ନିର୍ବାଚନ ଲଢିବେ।

ରେଙ୍ଗାଳିରେ ବିଧାୟକ ରମେଶ ପଟୁଆଙ୍କ ଟିକେଟ୍ କଟିଛି। େସଠାରେ ଏକଦା କେଂଗ୍ରସର ଏସସି େସଲ୍ ସଭାପତି ଦାୟିତ୍ବରେ ଥିବା େମାତିତାଲ ତନ୍ତୀଙ୍କ ପତ୍ନୀ ରୀନା ତନ୍ତିଙ୍କୁ ବିେଜଡି ପ୍ରାର୍ଥୀ କରିଛି। ରୀନା ସିଧାସଳଖ ବିଧାନସଭା ନିର୍ବାଚନକୁ ଓହ୍ଲାଇ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିବେ।

ମୟୂରଭଂଜ ଜିଲ୍ଲା ରାଜନୀତି େରାଚକ ସ୍ଥିତିକୁ ଗଲାଣି। ଏହି ଜିଲ୍ଲାର ୬ଆସନ ଲାଗି ପ୍ରାର୍ଥୀ େଘାଷଣା େହାଇଛି। ପୂର୍ବରୁ କରଞ୍ଜିଆ ଆସନରେ ପ୍ରାର୍ଥୀ ବଦଳିଥିଲେ। ଆଜି ସାମ୍ନାକୁ ଆସିଥିବା ପାଞ୍ଚ ଆସନରୁ ୪ଟିରେ ବିଧାୟକ ଟିକେଟ ହରାଇଛନ୍ତି। କେବଳ ବାଙ୍ଗିରିେପାଷିରେ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଟିକେଟ ସୁରକ୍ଷିତ ରହିଛି।

ଯଶୀପୁରରେ ବିଧାୟକ ମଙ୍ଗଳ ସିଂହ ମୁଦିଙ୍କ ଟିକେଟ୍ କାଟି ତାଙ୍କ ସ୍ଥାନରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ସଦସ୍ୟ େଗାଲକ ବିହାରୀ ନାୟକଙ୍କୁ ମୁଖିଆ ପ୍ରାର୍ଥୀ କରିଛନ୍ତି। ସାରସକଣାରେ ବିଧାୟକ ଭାଦବ ହାଁସଦାଙ୍କ ଟିକେଟ୍ କାଟି ତାଙ୍କ ସ୍ଥାନରେ ତାଙ୍କ ବିେରାଧୀ ଗୋଷ୍ଠୀର ଅମର ସିଂହ ଟୁଡୁଙ୍କୁ ବିେଜଡି ପ୍ରାର୍ଥୀ କରିଛି। ଉଦଳାରେ ବିଧାୟକ େଗାଲକ ନାୟକଙ୍କ ସ୍ଥାନରେ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ ଲଢିବେ। ସେହିଭଳି ବଡ଼ସାହିରେ ଗଣେଶ୍ବର ପାତ୍ରଙ୍କ ଟିକେଟ କଟିଯାଇଛି। ତାଙ୍କ ସ୍ଥାନରେ ନିକଟରେ ବିେଜପିରୁ ଆସି ବିେଜଡିରେ ମିଶିଥିବା ବୃନ୍ଦାବନ ଦାସଙ୍କୁ ଦଳ ପ୍ରାର୍ଥୀ କରିଛି। ସେ ଗତଥର ବିେଜପି ଦଳର ପ୍ରାର୍ଥୀ ଥିଲେ।

ବାଲେଶ୍ବର ଓ ଜଳେଶ୍ବରରେ ବିଧାୟକ ଜୀବନ ପ୍ରଦୀପ ଦାଶ ଓ ଅଶ୍ବିନୀ କୁମାର ପାତ୍ରଙ୍କ ଉପରୁ ନବୀନଙ୍କ ଭରସା ତୁଟିନାହିଁ। କିନ୍ତୁ ଭଦ୍ରକରେ ବରିଷ୍ଠ େନତା ଯୁଗଳ ପଟ୍ଟନାୟକଙ୍କ ଟିକେଟ୍ କାଟି ଦଳ ତାଙ୍କ ସ୍ଥାନରେ ପୂର୍ବତନ ବିଧାୟକ ମାନସ ମଲ୍ଲିକଙ୍କ ସାନ ଭାଇ ସଂଜୀବ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି। ସେଠାରୁ ଯୁଗଳ ତାଙ୍କ ପୁଅ ଅସିତ ପଟ୍ଟନାୟକ ଲଢନ୍ତୁ େବାଲି ନବୀନଙ୍କୁ ଜଣାଇଥିଲେ। ହେଲେ ତାଙ୍କ କଥା ରହିନି। େସାରରୁ ପର୍ଶୁରାମ ଧଡା ପୁଣି ଥରେ ଲଢିବେ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ୪ଟି କିସ୍ତିରେ ବିଜେଡି ୧୮ େଲାକସଭା ଆସନ ଓ ୧୦୧ ଟି ବିଧାନସଭା ଆସନ ପ୍ରାର୍ଥୀ େଘାଷଣା କରିଥିଲା।ଏଯାଏ କଟକ, େଢଙ୍କାନାଳ ଓ େକନ୍ଦୁଝର ଆସନ ଲାଗି ପ୍ରାର୍ଥୀ ଚୟନ ଚୂ଼ଡାନ୍ତ େହାଇପାରିନାହିଁ। ଆଜି କିନ୍ତୁ ୧୮ଜଣଙ୍କ ନାମ ତାଲିକା ଆସିବା ପରେ ବିଧାନସଭା ପ୍ରାର୍ଥୀ ତାଲିକା ସଂଖ୍ୟା ୧୧୯ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର