ଅକ୍ଟୋବର ପହିଲାରେ ବିଜେଡିର ବିକ୍ଷୋଭ : ‘ତେଲ ଦରରେ ପୂରଣ ହେବ ଶାହାଙ୍କ ୧୨୦ ସ୍ୱପ୍ନ’

କେନ୍ଦ୍ର ଓ ବିଜେପିକୁ କଟାକ୍ଷ କଲା ବିଜେଡି, ଉଜ୍ଜଳା ଦୁର୍ନୀତି କଥା ଉଖୁରାଇଲେ

ଭୁବନେଶ୍ୱର : ତେଲ ଓ ଗ୍ୟାସ ଦରରେ ନିଆଁ ଲାଗିଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୮୨.୦୩ ଟଙ୍କା ଓ ଡିଜେଲ ୭୯.୮୬ ଟଙ୍କାରେ ପହଞ୍ଚିଛି। ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ପ୍ରସଙ୍ଗ କରିଥିବା ବିେଜଡି ଆଜି ପୁଣି ଥରେ ଆେନ୍ଦାଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନେବାକୁ ହୁଂକାର ଦେଇଛି। ଏଥିସହିତ ଗ୍ୟାସ ଦୁର୍ନୀତି ପ୍ରସଙ୍ଗରେ ମଧ୍ୟ ବିେଜଡି ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାେର୍ଗଟ କରି ଅସନ୍ତୋଷ ଝାଡିଛି।

ଦଳର ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀେର ବିେଜଡି ନେତାମାେନ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ବିଧାୟକ ତଥା ବିଜେଡ଼ି ସାଧାରଣ ସଂପାଦକ ସଂଜୟ ଦାସ ବର୍ମା ଓ ଅରୁଣ କୁମାର ସାହୁ କହିଥିେଲ, ୨୦୧୪ ତୁଳନାରେ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ବଢାଇ ଚାଲିଛନ୍ତି। ତେଣୁ ଅହେତୁକ ଭାବେ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଖାଉଟିଙ୍କ ଉପରେ ମାଡ଼ ଆରମ୍ଭ େହାଇଥିବାରୁ ବିଜେଡ଼ି ଏହାକୁ ବରଦାସ୍ତ କରିବ ନାହିଁ। ଆସନ୍ତା ଅକ୍ଟୋବର ୧ ତାରିଖ ପୂର୍ବାହ୍ଣ ୧୦ଟାରେ ଦଳ ପୁଣି ଥରେ ଆନ୍ଦୋଳନ କରିବ। ବିଜେଡ଼ି ଯୁବ, ମହିଳା ଓ ଛାତ୍ର ସଂଗଠନ ଏହି ଆନ୍ଦୋଳନରେ ସାମିଲ ହେବେ ଓ ରାଜଭବନ ସମ୍ମୁଖରେ ପ୍ରତିବାଦ କାର୍ଯ୍ୟକ୍ରମ କରାଯିବ।

ଶ୍ରୀ ଦାସବର୍ମା ଏହି ଅବସରରେ େକନ୍ଦ୍ର ଓ ବିେଜପି େନତାଙ୍କୁ କଟାକ୍ଷ କରିଥିେଲ। କହିଥିଲେ, ଡିଜେଲ ଲିଟର ପିଛା ୧୨୦ରେ ପହଁଚାଇ ଓଡ଼ିଶାରେ ବିଜେପି ତା’ର ମିସନ ୧୨୦ ପୂରା କରିବ। ଏହାକୁ ଆଖି ଆଗରେ ରଖି ବିେଜପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବହୁ ପୂର୍ବରୁ ୧୨୦ ସଂଖ୍ୟା କଥା େଘାଷୁଥିେଲ ଓ ରାଜ୍ୟ ବିେଜପି େନତାମାେନ ବି। ଏବେ ଏହାର ମର୍ମ ବୁଝାପଡୁଛି।

ବିେଜଡି କହିଛି, କେନ୍ଦ୍ର ସରକାର ତୈଳ ଦର କମାଇବାକୁ ଆନ୍ତରିକତା ପ୍ରକାଶ କରୁ ନାହାନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଯୋଗୁଁ ପେଟ୍ରୋଲ ଡିଜେଲ ମହଙ୍ଗା ହେଉଥିବା ଓଲଟା ଯୁକ୍ତି କରୁଛନ୍ତି। ରାଜ୍ୟ ସରକାରଙ୍କୁ େଦାଷ ଲଦୁଛନ୍ତି। ଏନେଇ ପୂର୍ବରୁ ବାରମ୍ବାର ବିଜେଡ଼ି ସ୍ୱର ଉତ୍ତେ।ଳନ କରିଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଚେତା ପଶିନି। କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ଅପାରଗ ଏବଂ ସ୍ଥାଣୁ ବୋଲି ବିେଜଡି ଅଭିେଯାଗ କରିଛି।

ବିେଜଡି ଆହୁରି କହିଛି େଯ ଉଜ୍ଜଳା ଯୋଜନା ଦ୍ବାରା ରନ୍ଧନ ଗ୍ୟାସ ବଣ୍ଟନ କ୍ଷେତ୍ରରେ ଏକ ବୃହତ ଦୁର୍ନୀତି ସାମ୍ନାକୁ ଆସିଛି। ଏହି ଦୁର୍ନୀତି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରୁ ଆରମ୍ଭ ହୋଇଥିବା ବେଳେ ଏହାର ଚେର ଓଡ଼ିଶା ସାରା ମାଡ଼ିଛି ବୋଲି ଜଣାପଡିଲାଣି। ସ୍ଥିତି ଏେତ ଗମ୍ଭୀର େଯ ଆଇଓସିଏଲ୍ କର୍ତୃପକ୍ଷଙ୍କୁ ବାଧ୍ୟବାଧକତାରେ ସମ୍ମୁଖକୁ ଆସି ଦୁର୍ନୀତି ହୋଇଛି ବୋଲି ସ୍ବୀକାର କରିବାକୁ ପଡିଛି। ଗ୍ୟାସ ଏେଜନ୍ସିକୁ ମଧ୍ୟ ନିଲମ୍ବିତ କରିଥିବା େସମାେନ ସ୍ବୀକାର କରିଛନ୍ତି। ଅପରପକ୍ଷରେ ଉଜ୍ଜଳା ଯୋଜନାକୁ ନେଇ ଏକ ମହାଦୁର୍ନୀତିର ଆଭାସ ପରୋକ୍ଷରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କର ରାଜ୍ୟସଭାରେ ଉତ୍ତର ଦେଇ ସ୍ବୀକାର କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ଓ ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ଓ ମୁଖପାତ୍ର ଡ. ସସ୍ମିତ ପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର