୮ରେ ସଂସଦ ଘେରିବ ବିଜେଡି

କେନ୍ଦ୍ର ବିରୋଧରେ ଦଳୀୟ ନେତାଙ୍କ ବିଷୋଦ୍‌ଗାର, ଚାଷୀ ପ୍ରସଙ୍ଗରେ ବିଜେପିକୁ କାଠଗଡାକୁ ଟାଣିଲେ

ଭୁବନେଶ୍ବର : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ଆସନ୍ତା ୮ ତାରିଖରେ ବିେଜଡି ସଂସଦ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛି। ଆଜି ବିେଜଡି େନତାମାେନ ଏକ ସାମ୍ବାଦିକ ସମ୍ମିଳନୀ କରି ବିଧିବଦ୍ଧ ଭାବେ ଏକଥା େଘାଷଣା କରିଛନ୍ତି। ଏହି ଅବସରରେ ଦଳୀୟ େନତାମାେନ େକନ୍ଦ୍ର ସରକାରଙ୍କ ବିରୋଧରେ ବିେଷାଦଗାର କରିବାକୁ ଭୁଲି ନାହାନ୍ତି।

ବିେଜଡିର ଏଭଳି ପଦକ୍ଷେପ ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ଗୁରୁତ୍ବପୂର୍ଣ୍ଣ େବାଲି ବିେବଚନା କରାଯାଉଛି। ରାଜନୈତିକ ମହଲର କହିବା କଥା, ଚାପ ସୃଷ୍ଟି ସହିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ େକନ୍ଦ୍ର ସରକାରଙ୍କୁ କାଠଗଡାକୁ ଟାଣିବା ଲାଗି ବିେଜଡି ଏଭଳି କୌଶଳ କରିଥାଇପାରେ। ଏହାଦ୍ବାରା ବିେଜପି େନତୃତ୍ବାଧୀନ େକନ୍ଦ୍ର ସରକାର ଚାଷୀ ବିେରାଧୀ େବାଲି ବିେଜଡି ସଙ୍କେତ େଦବାକୁ ଚାହୁଁଛି। ୨୦୧୩ ଜୁନ୍ ୧୨ ତାରିଖରେ ବିେଜଡି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗକୁ େନଇ ନୂଆଦିଲ୍ଲୀରେ ସ୍ବାଭିମାନ ରାଲିର ଆେୟାଜନ କରିଥିଲା। ଏଥିରେ ଦଳର େନତାଙ୍କ ବ୍ୟତୀତ କର୍ମୀମାେନ ମଧ୍ୟ ଦିଲ୍ଲୀ ଯାଇଥିଲେ। ସାେଢ ପାଞ୍ଚବର୍ଷ ପରେ ଦଳ ଚାଷୀ ପ୍ରସଙ୍ଗରେ ଲଢିବା ଲାଗି ଅନୁରୂପ କୌଶଳ ପ୍ରୟୋଗ କରିଛି।

ଚାଷୀ ପ୍ରସଙ୍ଗରେ େକନ୍ଦ୍ର ସରକାରଙ୍କୁ େଘରିବା ଲାଗି ନୂଆଦିଲ୍ଲୀ ଯିବାକୁ ସ୍ଥିର କରିଛି ବିଜେଡି। ଆଜି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା େଦବା େବଳେ ବିେଜଡି େନତାମାେନ େକନ୍ଦ୍ର ବିେରାଧରେ ଗର୍ଜନ ତର୍ଜନ କରିଥିଲେ। ଯାହା ମନକୁ ଯାହା ଆସିଲା, େସକଥା ବଖାଣିଥିଲେ ଗଣମାଧ୍ୟମ ସାମ୍ନାରେ। େକନ୍ଦ୍ର ସରକାରଙ୍କୁ ଆଖିରେ ରଖି କିଏ ପ୍ରତାରକ େବାଲି ବର୍ଣ୍ଣନା କରିଥିବା ବେଳେ ଆଉ କିଏ ବିଶ୍ବାସଘାତକ େବାଲି କହିଥିଲେ।

ବିଜୁ କୃଷକ ଜନତା ଦଳର ଅଧ୍ୟକ୍ଷ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ମହାସଚିବ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୨୯୩୦ ଟଙ୍କା କରିବା ଲାଗି ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ପାରିତ େହାଇଥିଲା। େକନ୍ଦ୍ର ସରକାର ଏହାକୁ ଗ୍ରହଣ କରିବାକୁ ନାରାଜ। ବିଧାନସଭା ପ୍ରତିନିଧିଙ୍କୁ ମଧ୍ୟ େଭଟିବାକୁ ସମୟ େଦଲେନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ େକନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭକରି ପ୍ରଧାନମନ୍ତ୍ରୀଙ୍କୁ ଚିଠି େଲଖି ଆପତ୍ତି ଜଣାଇଛନ୍ତି ଓ େଭଟିକି ଦାବି ରଖିଛନ୍ତି। ବିେଜଡି ମଧ୍ୟ ଅନେକ ଥର ଆନ୍ଦୋଳନ କରିଛି। ମାତ୍ର େକନ୍ଦ୍ରର ନିଦ୍ରା ଭଙ୍ଗ େହାଇନାହିଁ।

ବିେଜଡି କହିଛି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ େକନ୍ଦ୍ର ସରକାରଙ୍କ କ୍ଷମତା ପରିସରଭୁକ୍ତ। ବିେଜପି ନିର୍ବାଚନ ପ୍ରତିଶ୍ରୁତିରେ କହିଥିଲା େଯ େସମାେନ କ୍ଷମତାକୁ ଆସିଲେ ସ୍ବାମୀନାଥନ୍ କମିଟି ସୁପାରିସ କାର୍ଯ୍ୟକାରୀ କରିବେ। ଉତ୍ପାଦନ ଖର୍ଚ୍ଚର େଦଢଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଧାରଣ େହବ। ହେଲେ ଦଳ କ୍ଷମତାକୁ ଆସିଲା ଓ ପ୍ରତିଶ୍ରୁତି ଭାଙ୍ଗିଲେ। ଚଳିତ ବର୍ଷ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୨୦୦ ଟଙ୍କା ବୃଦ୍ଧି କରି େକନ୍ଦ୍ର ସରକାର ବାହାସ୍ଫୋଟ ମାରୁଥିଲେ େହଁ, ଏହା ଚାଷୀଙ୍କୁ ପ୍ରତାରଣାର ଅଂଶ ବିେଶଷ।

ଏହାର ଦୃଢ ଜବାବ େଦବାକୁ ବିେଜଡି ନିଷ୍ପତ୍ତି େନଇଛି। ଦଳ ସ୍ଥିର କରିଛି, େଯ ପର୍ଯ୍ୟନ୍ତ େକନ୍ଦ୍ର ସରକାର ଚାଷୀର ଉତ୍ପାଦନର େଦଢଗୁଣା ମୂଲ୍ୟ ପ୍ରଦାନ କରିନାହାନ୍ତି ଓ ସ୍ବାମୀନାଥନ୍ କମିଟି ରିେପାର୍ଟ କାର୍ଯ୍ୟକାରୀ େହାଇନାହିଁ, େସ ପର୍ଯ୍ୟନ୍ତ ବିେଜଡି ଆନ୍ଦୋଳନ କରିବ।

ନିଷ୍ପତ୍ତି ଅନୁସାରେ, ଆସନ୍ତା ୬ ତାରିଖରେ ଦଳୀୟ େନତା ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଦିଲ୍ଲୀ ଯିବେ। ୮ ତାରିଖରେ ସଂସଦ ଭବନ ଆଗରେ ବିକ୍ଷୋଭ ଓ ପ୍ରତିବାଦ କରାଯିବ। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦିଆଯିବ। ଏହି କାର୍ଯ୍ୟକ୍ରମରେ ବିଜୁ କୃଷକ ଜନତା ଦଳ ସହ ବିଜୁ ଜନତା ଦଳ, ଏହାର ଛାମୁଆ ସଂଗଠନର କର୍ମକର୍ତା, ସାଂସଦ ଓ ବିଧାୟକମାେନ େଯାଗଦେବେ।
ଆଜି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିେଜଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର, ସାଧାରଣ ସଂପାଦକ ସଂଜୟ ଦାସବର୍ମା, ଡ. ଅରୁଣ କୁମାର ସାହୁ, ସାଂସଦ ବଳଭଦ୍ର ମାଝୀ, ମୁଖପାତ୍ର ଡ. ସସ୍ମିତ ପାତ୍ର, ରାଜ୍ୟ ସଂପାଦକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର