ଜୟପୁର: ନିର୍ବାଚନ ପ୍ରସ୍ତୁତି ବିଜୁ ଜନତା ଦଳ ପକ୍ଷରୁ  ଆରମ୍ଭ ହୋଇଛି। ଗତ ତିନି ଦିନ ହେବ ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପରେ ଜୟପୁର ନିର୍ବାଚନମଣ୍ଡଳୀର ସମସ୍ତ ଜୋନ, ପୌରପାଳିକାର ସମସ୍ତ ୱାର୍ଡର କର୍ମକର୍ତ୍ତା, ନିର୍ବାଚିତ ଦଳୀୟ ପ୍ରତିନିଧି ଆଦିଙ୍କୁ ନେଇ ଚାଳିଥିଲା ପ୍ରଶିକ୍ଷଣ। ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ କର୍ଣ୍ଣମନ୍ତ୍ର ପୁଙ୍ଖିଛନ୍ତି ପ୍ରଶିକ୍ଷକ, ତୁଙ୍ଗନେତା। କିଭଳି ତୃଣମୂଳସ୍ତରରେ ବିଜୁ ଜନତା ଦଳରପ୍ରଚାର ଓପ୍ରସାର ଅଧିକା ହେବ ଏବଂ ଦଳୀୟ ପ୍ରାର୍ଥୀ ବିଜେତା ହେବା ଏବେ ଦଳର ପ୍ରାଥମିକ ଲକ୍ଷ୍ୟ।

Advertisment

ଜୟପୁର ନିର୍ବାଚନମଣ୍ଡଳୀରେ ବହୁ ଆଶାୟୀ ରହିଥିଲେହେଁ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଏହି ପ୍ରଶିକ୍ଷଣର ନେତୃତ୍ବ ନେଉଥିବା ଦେଖିବାକୁ ମିଳିଥିଲା। ଭୁବନେଶ୍ବରରୁ ଆସିଥିବା ପ୍ରଶିକ୍ଷିକା ଲୋରା ମହାପାତ୍ର, ଅପୁର୍ବା, ଜିଲ୍ଲା ସଭାପତି ଝୀନ ହିକକା ,ପୁର୍ବତନ ସାଂସଦ ପ୍ରାର୍ଥୀନୀ ଶ୍ରୀମତୀ କୌଶଲ୍ୟା ହିକକା, ବରିଷ୍ଠ ନେତ୍ରୀ  ଡଃ ଇନ୍ଦିରା ନନ୍ଦ, ଜୟପୁର ପୌରପାଳିକା ଉପାଧ୍ୟକ୍ଷା ବି. ସୁନିତା, ନଗର ସଭାପତି ହର ପ୍ରସାଦ ମିଶ୍ର, ବରିଷ୍ଠ ନେତା ବାଲା ରାୟ, ବ୍ଲକ ସଭାପତି ବିନୋଦ ପାତ୍ର, ଶିବ ପଟ୍ଟନାୟକ, ଦୁର୍ଗା ମିଶ୍ର, ସହଦେବ ପଟ୍ଟନାୟକ, ବାପି ପରିଡ଼ା, ବୁଲୁଦେବ ଶର୍ମା, ତାପସ ପଣ୍ଡା ଆଦି ଶାସକ ଦଳର ବିକାଶ ମୂଳକ ବିଭିନ୍ନ ଯୋଜନା ସଂପର୍କରେ ସଚେତନତା ସୃଷ୍ଟି କରିଥିଲେ।  ଦଳ ସମର୍ଥନର  ବିଧାୟକ ପ୍ରାର୍ଥୀଙ୍କୁ ଏହି ନିର୍ବାଚନରେ କଳବଳ କୌଶଳରେ ଜିତାଇବାକୁ ପଡ଼ିବ ବୋଲି ପରାମର୍ଶ ଦେଇଥିଲେ ପ୍ରଶିକ୍ଷିକା।ମୁଖ୍ୟମନ୍ତ୍ରୀଙ୍କ ନିର୍ମଳଭାବମୂର୍ତ୍ତୀ , ୫ଟି ଅଧ୍ୟକ୍ଷଙ୍କ କାର୍ଯ୍ୟଦକ୍ଷତା ସହ ବିଭିନ୍ନ ଜନହୀତକାରୀ ଯୋଜନା ଗୁଡିକୁ ଗୋଟି  ଗୋଟି କରି ମତଦାତାଙ୍କୁ ବୁଝାଇବାକୁ ପରାମର୍ଶ ଦିଆଯାଇଥିଲା।