ପୁରୀ: କେନ୍ଦ୍ର ଅବହେଳା କଲେ, କି ଉପେକ୍ଷିତ କଲେ ତାକୁ ବରଦାସ୍ତ କରିବୁନି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ମଞ୍ଚରେ ନିଜର ବକ୍ତବ୍ୟ ରଖିବା ବେଳେ ଏପରି କହିଛନ୍ତି ବିଜେଡି ଉପ ସଭାପତି ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ।

Advertisment

ସେ କହିଛନ୍ତି, ‌ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ସହିତ ଯଦି ଜାତୀୟ ଦଳମାନେ ସହମତ ହେବେ ନାହିଁ, ତେବେ ତାଙ୍କୁ ଗ୍ରହଣ କରାଯିବ ନାହିଁ। ଆମର ସମର୍ଥନ ନିଅ କିନ୍ତୁ ଆମକୁ ହକ୍ ଦିଅ। ବିଜେଡିର ଜନ୍ମ ଦିନରେ ପୁରୀ ଆସି ମଜା ମଜଲିସ ବା  ପିକନିକ ପାର୍ଟି ନ କରି ଆଉ ୨୫ ବର୍ଷ ପାଇଁ ସଂକଳ୍ପ ନେବା ଦରକାର।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ବିଶ୍ୱଗୁରୁ କରାଇବାକୁ ଚାହୁଁଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ  ଓଡ଼ିଶାରୁ ମନ୍ତ୍ର ନିଅନ୍ତୁ।

ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପୁରୀଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେଡି ଉପ ସଭାପତି ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏଭଳି କଥା କହିଛନ୍ତି।